ଜିଲ୍ଲାପାଳ ଅଫିସ ଘେରିଲେ ଜେଏସ୍ପିଏଲ୍ କ୍ଷତିଗ୍ରସ୍ତ | ସର୍ବସାଧାରଣ ଖବରକାଗଜ
JSPL

ଜିଲ୍ଲାପାଳ ଅଫିସ ଘେରିଲେ ଜେଏସ୍ପିଏଲ୍ କ୍ଷତିଗ୍ରସ୍ତ

42

ଅନୁଗୁଳ, ୭ା୯ (ଆପ୍ର): ଆଜି ଅନୁଗୁଳ ଷ୍ଟାଡିୟମ୍ ପଡିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ପ୍ରଜା ସଂଘର ସଭାପତି ଲୋକନାଥ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କ୍ଷତିଗ୍ରସ୍ତ ଜମିର ଉପଯୁକ୍ତ ମୂଲ୍ୟ, ୧୮ବର୍ଷରୁ ଉଦ୍ଧ୍ୱର୍ ପ୍ରତ୍ୟେକଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି, ପ୍ରକଳ୍ପ ବିସ୍ଥାପିତଙ୍କୁ ଉପଯୁକ୍ତ ଥଇଥାନ, ବିଷାକ୍ତ ଗ୍ୟାସ୍ ଓ ପାଣି ବନ୍ଦ, ସର୍ବସାଧାରଣ ଓ ପଞ୍ଚାୟତ ରାସ୍ତା ମୁକ୍ତ କରିବା ସହ ଅନ୍ୟ ନାଯ୍ୟ ଦାବି ପୂରଣ କରିବା ଲକ୍ଷ୍ୟରେ ଆଜିର ଆନ୍ଦୋଳନ ହୋଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟର ସମସ୍ତ କାମ ବନ୍ଦ କରିବା ଦାବିରେ ହଜାର ହଜାର ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜା ଦୀର୍ଘ ସମୟ ଧରି ଜିଲ୍ଲାପାଳ ଅଫିସକୁ ଘେରାଉ କରି ରଖିଥିଲେ । ପ୍ରଜାସଂଘ ଦୀର୍ଘ ୪ବର୍ଷ ଧରି କ୍ଷତିଗ୍ରସ୍ତ ପ୍ରଜାଙ୍କର ନ୍ୟାୟସଙ୍ଗତ ଦାବିଗୁଡିକୁ ପୂରଣ କରିବାକୁ ବହୁ ଗଣତାନ୍ତ୍ରିକ ଆନ୍ଦୋଳନ, ଦ୍ୱିପାକ୍ଷୀକ, ତ୍ରୀପାକ୍ଷିକ ଏବଂ ବୈଠକ ଅନୁଷ୍ଠିତ ହୋଇଛି । ହେଲେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ କମ୍ପାନୀ କର୍ତ୍ତୃପକ୍ଷ ନିଜ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଛନ୍ତି ।ଏହି ଘେରାଉରେ ପ୍ରଜାସଂଘର ସମ୍ପାଦକ ସନାତନ ସାହୁ, ଦୁର୍ଯେ୍ୟାଧନ ରାଉଳ, ସୁବାସ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ନିଶାମଣି ପ୍ରଧାନ, ବିରେନ୍ଦ୍ର ସାହୁ, ହେମନ୍ତ ସାହୁ, ପ୍ରସନ୍ନ ନନ୍ଦ, ସାରଙ୍ଗ ଜେନା, ଦେବହରି ସାହୁ, ଦୁର୍ଗାଚରଣ ସାହୁ, ସଂସାର ପ୍ରଧାନ, ତ୍ରୀପୁର ସାହୁ, ଆଡ୍ଭୋକେଟ୍ ପ୍ରମୋଦ କୁମାର ପ୍ରଧାନ, ସନ୍ତୋଷ ନାଏକ, ମହିଳା ସାଂସ୍କୃତିକ ସଂଗଠନର ଜିଲ୍ଲା ସଭାନେତ୍ରୀ ମନ୍ଦୋଦରୀ ରାଉଳ, ଏସ୍ୟୁସିଆଇ(କମୁ୍ୟନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ଜିଲ୍ଲା ସଭାପତି ପ୍ରହ୍ଲାଦ ଚନ୍ଦ୍ର ସାହୁ, ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ତୀର୍ଥବାସୀ ଭୋଇ ପ୍ରମୁଖ କ୍ଷତିଗ୍ରସ୍ତଙ୍କର ନ୍ୟାୟ ସଙ୍ଗତ ଦାବିଗୁଡିକ ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଅବିଳମ୍ବେ ମାନିନେବା ପାଇଁ ଦୃଢଦାବି କରିଥିଲେ । ଘେରାଓ ସ୍ଥଳକୁ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ଦାସ ଆସି ଦାବିପତ୍ର ଗ୍ରହଣକରି ଅତିଶିଘ୍ର ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରାଯିବ ବୋଲି ଘୋଷଣା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା ।




Powered by odothemes.com