jayadeb-bhaban-thare-odisha-state-press-club-pakhyaru-21th-annual-day-----BNB

ସାମ୍ବାଦିକତା ଏକ ନିଆରା ବୃତ୍ତି

29

ଓଡ଼ିଶା ଷ୍ଟେଟ୍ ପ୍ରେସ୍ କ୍ଲବର ୨୧ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର,୩୦ା୮(ବୁ୍ୟରୋ): ଗଣମାଧ୍ୟମ ଓ ପ୍ରଶାସନର ସମ୍ପର୍କ ନିବିଡ଼ ହେବା ଉଚିତ ନୁହେଁ । ଚତୁର୍ଥସ୍ତମ୍ଭ ବେମାରିରୁ ସାମ୍ବାଦିକମାନେ ଦୂରେଇ ଗଲେ ହିଁ ସାମ୍ବାଦିକତା ସଫଳ ହେବ । ଭିନ୍ନ ମନୋବଳ ଓ ଦୃଢ ମାନସିକତା ରଖିଲେ ହିଁ ସାମ୍ବାଦିକତାରେ ଆଗେଇ ସମ୍ଭବ ହେବ । ସାମ୍ବାଦିକତା ହେଉଛି ଏକ ନିଆରା ବୃତ୍ତି । ଘଟଣା ପଛରେ ରହିଥିବା ଖବର ଜଣାଇବା ହେଉଛି ଗଣମାଧ୍ୟମର ପ୍ରଥମ କାମ । ଓଡ଼ିଶାରେ ସାମ୍ବାଦିକତା ବହୁତ ପଛରେ ରହିଯାଇଛି । ବର୍ତ୍ତମାନ ଗଣମାଧ୍ୟମର ସଂଜ୍ଞା ବ୍ୟାପକ ହୋଇଛି । ସମାଜରେ ଗଣମାଧ୍ୟମର ଭୂମିକା ପ୍ରସାର ଲାଭ କରିଛି । ପ୍ରଶାସନ ସବୁବେଳେ ଗଣମାଧ୍ୟମକୁ ସୁରକ୍ଷା ଦେବା ଉଚିତ । ସାମ୍ବାଦିକମାନେ କେବେ କାହାର ଗୋଡାଣିଆ ନ ହୋଇ ବରଂ ସଂଗ୍ରାମ କରି କାମ କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଜୟଦେବ ଭବନଠାରେ ଓଡ଼ିଶା ଷ୍ଟେଟ୍ ପ୍ରେସ୍ କ୍ଲବର ୨୧ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଅବସରରେ ଆୟୋଜିତ ଏକ ଗଣତନ୍ତ୍ରରେ ଗଣମାଧ୍ୟମ ଓ ପ୍ରଶାସନିକ ସମ୍ପର୍କ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କ୍ଲବର ସଭାପତି ବିପିନ୍ ବିହାରୀ ମିଶ୍ର, ପୂର୍ବତନ ଡିଜି ଶରତ ଚନ୍ଦ୍ର ମିଶ୍ର ଓ ସଂପାଦକ ଅଶୋକ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅବକାରୀ ମନ୍ତ୍ର ଡା. ଦାମୋଦର ରାଉତ, ବାଚସ୍ପତି ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀକାନ୍ତ କୁମାର ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅତିଥିମାନେ ୧୩ଜଣ ସାମ୍ବାଦିକ ଓ ସ୍ତମ୍ଭକାରଙ୍କୁ ବିଜୁ ପଟ୍ଟନାୟକ ଗ୍ଲୋବାଲ ଏକ୍ସଲେନ୍ସି-୨୦୧୫ ସମ୍ମାନ ପ୍ରଦାନ କରିଥିଲେ ଏବଂ ୧୮ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଉକ୍ରଳମଣି ଗୋପବନ୍ଧୁ ମେରିଟୋରିୟସ୍ ସମ୍ମାନ-୨୦୧୫ରେ ସମ୍ମାନିତ କରିଥିଲେ ।




Powered by odothemes.com