୩ ବର୍ଷ ଧରି ଦୈନିକ ମରୁଛନ୍ତି ୫ ଶିଶୁ

ଭୁବନେଶ୍ୱର, ୨୯ା୮ (ବୁ୍ୟରୋ): କଟକ ଶିଶୁଭବନରେ ୩ବର୍ଷ ଧରି ଦୈନନ୍ଦିନ ୫ ଜଣ ଲେଖାଏଁ ଶିଶୁ ମୃତୁ୍ୟବରଣ କରିଆସୁଛନ୍ତି । ଶିଶୁ ଚିକିସିା ପାଇଁ ରାଜ୍ୟର ଏକମାତ୍ର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଶିଶୁଭବନ ୧୯ ଡାକ୍ତର ପଦବୀରୁ ୧୩ ଖାଲି ପଡ଼ିଛି । ତୁରନ୍ତ ଡାକ୍ତର ନିଯୁକ୍ତି କରିବା ସହ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉ । ଶିଶୁମୃତୁ୍ୟ ପାଇଁ ଯିଏ ଦାୟୀ ଏବଂ ଯେଉଁମାନେ ଏହାର ଦାୟିତ୍ୱ ନେଇଛନ୍ତି, ସେମାନେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ, ଗତକାଲି ସେ କଟକସ୍ଥିତ ଶିଶୁଭବନ ଯାଇଥିଲେ । ସେଠାରେ ଥିବା ବ୍ୟବସ୍ଥା ତାଙ୍କୁ ବ୍ୟଥିତ କରିଛି । ସ୍ୱାସ୍ଥ୍ୟବିଭାଗ ଶିଶୁମାନଙ୍କ ସେବାଯନି ପାଇଁ ଆଦୌ ଚିନ୍ତିତ ନୁହେଁ । ଏଥିପାଇଁ ରାଜ୍ୟରେ ଶିଶୁ ଓ ମାତୃ ମୃତୁ୍ୟହାର ବଢ଼ିବାରେ ଲାଗିଛି । ଡାକ୍ତରମାନଙ୍କ କହିବା ଅନୁଯାୟୀ ଯେଉଁ ଶିଶୁମାନେ ଏଠିକୁ ଆସୁଛନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଓଜନ ୨ କେଜି ମଧ୍ୟରେ । ସେମାନେ ପୁଷ୍ଟିହୀନତାର ଶିକାର ହୋଇଥିବା ଜଣାପଡ଼ିଛି । ଯେଉଁ ପ୍ରାଥମିକ ଶିକ୍ଷା କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ କରାଯାଉଛି, ତାହା ଠିକ୍ ଭାବେ ହେଉନାହିଁ । ପ୍ରସବ ପରେ ଶିଶୁ ଓ ମା’ର ଯନି ପାଇଁ ଯେଉଁ ପଦକ୍ଷେପ ନିଆଯିବା କଥା, ତାହା ମଧ୍ୟ ନିଆଯାଉନାହିଁ । ମୃତୁ୍ୟବରଣ କରୁଥିବା ଶିଶୁମାନଙ୍କ ମଧ୍ୟରେ ଅଧିକାଂଶ ହୃଦ୍ରୋଗର ଶିକାର ହେଉଛନ୍ତି । ଏହାର ଚିକିସିା ଶିଶୁଭବନରେ ନାହିଁ । ପୂର୍ବାଞ୍ଚଳରେ କଟକ ଶିଶୁଭବନ ଏକ ଉକିୃଷ୍ଟ ଚିକିସିାକେନ୍ଦ୍ର ହୋଇଥିବାରୁ ଏଠାରେ ତୁରନ୍ତ ହୃଦ୍ରୋଗ ଚିକିସିାର ବ୍ୟବସ୍ଥା କରାଯାଉ । ଶିଶୁଭବନରେ ଦଲାଲି ବଢ଼ିଛି । ଏହା ମଧ୍ୟ କେତେକ ଡାକ୍ତର ସ୍ୱୀକାର କରିଛନ୍ତି । ଏହାକୁ ତୁରନ୍ତ ବନ୍ଦ କରାଯାଉ । ଶିଶୁ ମୃତୁ୍ୟର କାରଣ ଖୋଜାଯାଇ ତୁରନ୍ତ ନିରାକରଣ ହେଉ । ଶିଶୁଭବନରେ ଦୈନନ୍ଦିନ ଶିଶୁ ମୃତୁ୍ୟ ହେଉଥିବା ପ୍ରଚାର ହେବା ପରେ ଏବେ ଆଉଟ୍ଡୋର୍ ରୋଗୀଙ୍କ ସଂଖ୍ୟା କମିଯାଇଛି । ତୁରନ୍ତ ସରକାର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।