ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

29

ଭୁବନେଶ୍ୱର,୨୮ା୮(ବୁ୍ୟରୋ): ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟ କଂଗେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଓଡିଶା ସରକାର ଓ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦରଦାମ୍କୁ ଲଗାମ୍ ଦେବାରେ ବିଫଳ ହୋଇଛନ୍ତି । ଯାହାର ପରିଣାମ ସ୍ୱରୂପ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି । ଏଭଳି ଅଭିଯୋଗ ଆଣି କଂଗ୍ରେସ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ଏଡିଏମ୍ଙ୍କ ଅଫିସ୍ ଆଗରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଅତ୍ୟାବଶ୍ୟକ ସାମଗ୍ରୀ, ବିଶେଷ କରି ଡାଲି ଓ ପିଆଜର ଦରବୃଦ୍ଧି ପ୍ରତିବାଦରେ ଏହି ଘେରାଉ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଅତ୍ୟାବଶ୍ୟକ ଦ୍ରବ୍ୟର ଉକ୍ରଟ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଆହ୍ୱାନକ୍ରମେ ୨୮ ତାରିଖ ଦିନ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଆୟୋଜିତ କରାଯିବ ବୋଲି ଗତ ୨୬ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା । ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବିଶେଷକରି ପିଆଜ ଓ ଡାଲିର ଦର ଦିନକୁ ଦିନ ଅହେତୁକ ଭାବେ ବଢ଼ିଚାଲିଛି । ରାଜ୍ୟରେ ଥିବା ସରକାର ଓ କେନ୍ଦ୍ରର ଥିବା ସରକାର ଉଭୟଙ୍କର ବଜାର ଦର ଉପରେ କୌଣସି ନିୟନ୍ତ୍ରଣ ନଥିବାର ଜଣାପଡ଼ୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।




Powered by odothemes.com