ମୁଖ୍ୟମନ୍ତ୍ରୀଙ୍କ ସହିତ ଜର୍ମାନ ସଂସଦୀୟ ପ୍ରତିନିଧି ଦଳର ଆଲୋଚନା

32

ଭୁବନେଶ୍ୱର, ୨୭ା୮ (ବୁ୍ୟରୋ) : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଜର୍ମାନର ଏକ ସଂସଦୀୟ ପ୍ରତିନିଧି ଦଳ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆଶା ପ୍ରକାଶ କରିଛନ୍ତି । ଜର୍ମାନ୍ ସିଡିୟୁର ଅଧ୍ୟକ୍ଷ ମିଷ୍ଟର ଭୋଲକର କଡରଙ୍କ ନେନୃତ୍ୱରେ ଆସିଥିବା ଏହି ସଂସଦୀୟ ପ୍ରତିନିଧି ମଣ୍ଡଳୀ ଓଡ଼ିଶାରେ ଶିକ୍ଷା, ଅର୍ଥନୈତିକ ବିକାଶ, ପରିବହନ ଓ ଅଣପାରମ୍ପରିକ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା କରିଥିଲେ । ଏସବୁ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଜର୍ମାନ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ମିଷ୍ଟର କଡର କହିଥିଲେ । ଆଗାମୀ ଦିନରେ ଏ ଦିଗରେ ଅଧିକ ଆଲୋଚନା ହେବ ବୋଲି ବୈଠକରୁ ଜଣାପଡ଼ିଛି । ପ୍ରତିନିଧି ମଣ୍ଡଳୀର ସଦସ୍ୟ ସମସ୍ୟାମାନଙ୍କୁ ମୁଖ୍ୟମନ୍ତ୍ରୀ କୋଟପାଡ ଚାଦର ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।




Powered by odothemes.com