ପରୀକ୍ଷାମୂଳକ ‘ୱାଇ-ଫାଇ’

28

ଭୁବନେଶ୍ୱର, ୨୫ା୮(ବୁ୍ୟରୋ): ପରୀକ୍ଷାମୂଳକ ୱାଇ-ଫାଇ ସେବା ଆରମ୍ଭ ପୁର୍ବରୁ ବିଭାଗ ପକ୍ଷରୁ ପରୀକ୍ଷାନିରୀକ୍ଷା ପାଇଁ ରାଜଧାନୀର ୩ଟି ସ୍ଥାନରେ ଉପଲବ୍ଧ କରାଯାଇଛି । ସାଧାରଣ ଲୋକଙ୍କୁ ସେବା ଯୋଗାଇବା ଲାଗି ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଲୋକାର୍ପଣ ପୂର୍ବରୁ ସେବାରେ ଯେପରି ତୃଟି ପରିଲକ୍ଷିତ ନହୁଏ ସେଥିପାଇଁ ଓୟୁଏଟି, ରାଜଭବନ ଛକ ଓ ଅନ୍ୟ କିଛି ସ୍ଥାନରେ ଲୋକଙ୍କୁ ୱାଇ-ଫାଇ ସୁବିଧା ପ୍ରଦାନ କରାଯାଇଛି । ବର୍ତ୍ତମାନ ଏହି ଛକଗୁଡିକରେ ଅଧିକାଂଶ ଛାତ୍ରଛାତ୍ରୀ, ପଥଚରୀ, ବାଇକ ଆରୋହୀ ବିଶେଷକରି ଆଣ୍ଡ୍ରଏଡ ଫୋନଧାରୀ ଏଠାରେ ଭିଡ ଜମାଉଛନ୍ତି । ବାଇକଆରୋହୀମାନେ ରାସ୍ତାକଡରେ ଗାଡି ରଖି ୱାଇ-ଫାଇ ସେବାର ମଜା ନେଉଛନ୍ତି । କିନ୍ତୁ ବ୍ୟବହାରକାରୀ ଏଭଳି ଅତ୍ୟାବଶ୍ୟକ ସେବାର ଖରାପ ଫାଇଦା ଉଠାଉଛନ୍ତି । ଅଧିକାଂଶ ଯୁବକ ଖରାପ ଭିଡିଓ ଉତ୍ତୋଳନ କରୁଥିବା ଜଣାଯାଇଛି । ସ୍ୱାଧୀନତା ଦିବସରୁ ଏହି ପରୀକ୍ଷମୂଳକ ସେବା ଆରମ୍ଭ ହୋଇଥିବା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ(ଏସ୍ଟିପିଆଇ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରର ୧୦ଟି ସ୍ଥାନରେ ଏହି ‘ୱାଇ-ଫାଇ’ ସେବା ଉପଲବ୍ଧ ହେବ । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାର ଏସ୍ଟିପିଆଇକୁ ଦାୟିତ୍ୱ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ବାଣୀବିହାର, ଶହୀଦ୍ନଗର, ଏୟାରପୋର୍ଟ ଅଞ୍ଚଳ ପାଇଁ ପିଓସି ସ୍ଥାପନ ଦାୟିତ୍ୱ ଏୟାରଟେଲ୍ ବହନ କରିଛି । ସୂର୍ଯ୍ୟନଗର, ରାଜଭବନ ଅଞ୍ଚଳ, ଓୟୁଏଟି ଅଞ୍ଚଳ ପାଇଁ ରିଲାଏନ୍ସ ଜିଓ, ଏୟାରପୋର୍ଟ ଅଞ୍ଚଳ, ଫରେଷ୍ଟ ପାର୍କ ଅଞ୍ଚଳ, ୬ ନମ୍ବର ହସ୍ପିଟାଲ ଅଞ୍ଚଳରେ ଭାରତୀ ଇନ୍ଫ୍ରାଟେକ୍, କିଟ୍, ଡମଣା, ଇନ୍ଫୋସିଟି ଅଞ୍ଚଳ, ଜୟଦେବ ବିହାର ପାଇଁ ଅରେଞ୍ଜ ସଫ୍ଟଟେକ୍ ପିଓସି ସ୍ଥାପନ ଦାଦିତ୍ୱ ନେଇଛନ୍ତି । ପ୍ରୁଫ୍୍ ଅଫ୍ କନ୍ସେପ୍ଟ(ପିଓସି) ସାହାଯ୍ୟରେ ସେବା ଉପଲବ୍ଧ କରାଯିବ । ଏକ ମାସ ଧରି ଜନସାଧାରଣଙ୍କୁ ପରୀକ୍ଷାମୂଳକ ସେବା ଉପଲବ୍ଧ କରାଯିବ । ସେବା ପ୍ରଦାନ ବେଳେ କୌଣସି ତ୍ରୁଟି ପରିଲକ୍ଷିତ ନ ହେଲେ ଏହା ଆଗକୁ ଜାରି ରହିବ । ପର୍ଯ୍ୟାୟକ୍ରମେ ଏହାକୁ ସମ୍ପୂର୍ଣ୍ଣ ରାଜଧନୀରେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ । କେବଳ ସ୍ମାର୍ଟ ଫୋନ୍ ଓ ଲାପଟପଧାରୀ ୱାଇ-ଫାଇ ସେବା ପାଇବେ । ଏହି ୱାଇ-ଫାଇ ସେବା ପ୍ରଥମ ୩୦ ମିନିଟ୍ ମାଗଣାରେ ଉପଲବ୍ଧ ହେବ । ୩୦ମିନିଟ୍ରୁ ଅଧିକ ହେଲେ ବ୍ୟବହାର ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ଭୁବନେଶ୍ୱର ବ୍ୟତିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ୱାଇ-ଫାଇ୍ ସେବା ଆଗାମୀ ଦିନରେ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।




Powered by odothemes.com