ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

25

ଭୁବନେଶ୍ୱର,୨୫ା୮(ବୁ୍ୟରୋ): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିି ପାଇଥିବା ସମସ୍ତ ପାର୍ଟଟାଇମ୍ କଳାଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା କଳା ଶିକ୍ଷକ ସଂଘ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲା । ଆଜି କଳାଶିକ୍ଷକ ସଂଘର ଏକ ଶୋଭାଯାତ୍ରା ଭୁବନେଶ୍ୱର ରେଳଷ୍ଟେସନ୍ରୁ ବାହାରି ଲୋଏର ପିଏମ୍ଜି ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟର ଅନେକ କଳା ଶିକ୍ଷକ ଓ କଳାକାରମାନେ ଏହି ଶୋଭାଯାତ୍ରାରେ ଯୋଗଦେଇ ରାଜ୍ୟ ସରକାର କଳା ଓ କଳାଶିକ୍ଷକମାନଙ୍କ ପ୍ରତି କରୁଥିବା ଅବହେଳା ଓ କାଳକ୍ଷେପଣ ନୀତି ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରହିଥିଲେ । ଅପରାହ୍ନରେ କଳାଶିକ୍ଷକମାନଙ୍କର ଏକ ୬ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ବିଧାନ ସଭା ପ୍ରକୋଷ୍ଠରେ ଭେଟି ଦାବିପତ୍ର ପ୍ରଦାନ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମନ୍ତ୍ରୀ ପାର୍ଟଟାଇମ୍ କଳାଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିକୁ ବାଦ୍ ଦେଇ ଅନ୍ୟାନ୍ୟ ସମସ୍ତ ଦାବିକୁ ମାନିନେଇଥିଲେ । ରାଜ୍ୟରେ ଅଧିକରୁ ଅଧିକ କଳାଶିକ୍ଷକମାନଙ୍କ ନିଯୁକ୍ତି ଫଳରେ ରାଜ୍ୟର କଳା ସଂସ୍କୃତିର ସୁରକ୍ଷା ହେବା ସହ ସ୍କୁଲମାନଙ୍କରେ ଉପସ୍ଥାନ ବୃଦ୍ଧିପାଇବ ଓ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ ସଂକ୍ରାନ୍ତରେ ଶିକ୍ଷାଦାନ କରାଯାଇ ଛାତ୍ରଛାତ୍ରୀମାନଙ୍କ ମାନସିକ ଓ ଭୌତିକ ବିକାଶ କରାଯାଇ ପାରିବ ବୋଲି ଆଲୋଚନା ବେଳେ ମନ୍ତ୍ରୀ ପ୍ରକାଶ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧୫ତାରିଖ ମଧ୍ୟରେ ପାର୍ଟଟାଇମ୍ ଆର୍ଟଇନଷ୍ଟ୍ରକଟର ମାନଙ୍କ ଦରମା ବୃଦ୍ଧି, ରାଜ୍ୟର ବିଦ୍ୟାଳୟମାନଙ୍କରେ ଖାଲି ପଡ଼ିଥିବା କଳାଶିକ୍ଷକ ପଦବି ପୂରଣ, କଳାଶିକ୍ଷା ଉପକରଣ ଓ ପାଠ୍ୟଖସଡ଼ା ତୁରନ୍ତ ବିଦ୍ୟାଳୟମାନଙ୍କୁ ଯୋଗାଇ ଦେବା, ମଡ଼େଲ୍ ହାଇସ୍କୁଲମାନଙ୍କରେ କଳାଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା, ହାଇସ୍କୁଲରେ କିଛିବର୍ଷ ପୂର୍ବରୁ ଉଚ୍ଛେଦ ହୋଇଯାଇଥିବା ସ୍ଥାୟୀ କଳାଶିକ୍ଷକ ପଦବିର ପୁନରୁାନ କରି ସେଠାରେ ତୁରନ୍ତ କଳାଶିକ୍ଷକମାନଙ୍କ୍ୁ ନିଯୁକ୍ତି ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ମିଶ୍ର ଆଲୋଚନାରେ ଉପସ୍ଥିତ ଥିବା ବିଭାଗୀୟ ଯୁଗ୍ମସଚିବ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ଦେବା ପରେ ଓଡ଼ିଶା କଳା ଶିକ୍ଷକ ସଂଘ ଆଜି ଆରମ୍ଭ କରିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି । ଆଜି ଅନୁଷ୍ଠିତ ଏହି ବିକ୍ଷୋଭ ଓ ମନ୍ତ୍ରୀଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମରେ ଓଡ଼ିଶା କଳାଶିକ୍ଷକ ସଂଘର ମୁଖ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ରାଜ୍ୟ ସଭାପତି ନିଳାଦ୍ରୀକଲ୍ୟାଣ ଦାସ, ରାଜ୍ୟ ସଂପାଦକ ଜ୍ୟୋତି ପ୍ରକାଶସାହୁ, ଉପ ସଭାପତି ପ୍ରଦୀପ କୁମାର ଦାସ, ଏକଲବ୍ୟ ଦାସ, ଗନ୍ଧର୍ବ ପଲାଇ, ଶ୍ରୀମନ୍ତିନୀ ମିଶ୍ର ଓ ଆରତୀ ଆଚାର୍ଯ୍ୟ ପ୍ରମୁଖ ନେତୃତ୍ୱ ନେଇଥିଲେ । କଳା ଶିକ୍ଷକସଂଘ ପକ୍ଷରୁ ମଧ୍ୟ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ପାଇଁ କୃତଜ୍ଞତା ପ୍ରକାଶ କରାଯାଇଛି ।




Powered by odothemes.com