ବାଛୁରୀକୁ ଗିଳିଦେଲା ଅଜଗର

47

ଜଟଣୀ, ୨୪ ।୮ (ଆପ୍ର): ଜଟଣୀ ଖୋଲାଦ୍ୱାର ମୌଜା ଅନ୍ତର୍ଗତ ବେଲପଡ଼ା ଗ୍ରାମର ଏକ ବଗିଚା ନିକଟରେ ୮ଫୁଟ ଲମ୍ବର ଏକ ଅଜଗର ବାଛୁରୀକୁ ଗିଳିଦେଇଥିବା ଜଣାପଡ଼ିଛି । ମାତ୍ର ଦୁଇ ଦିନ ତଳେ ଜନ୍ମ ହୋଇଥିବା ଏହି ବାଛୁରୀ ଗାଈ ନିକଟରେ ଥିବାବେଳେ ଏକ ଅଜଗର ବାଛୁରୀକୁ ଗିଳୁଥିବା ଗାଈ ମାଲିକ ଦୈତାରୀ ମହାଭୋଈ ଦେଖି ଗ୍ରାମର ଲୋକମାନଙ୍କୁ ଡାକ ପକାଇଥିଲେ । ଲୋକମାନେ ପହଞ୍ଚି ବାଛୁରୀକୁ ସାପ ଠାରୁ ଉଦ୍ଧାର କରିବାବେଳକୁ ବାଛୁରୀର ମୃତୁ୍ୟ ହୋଇଯାଇଥିଲା । ଏହି ଖବର ପ୍ରଚାର ହେବାମାତ୍ରେ ସେଠାରେ ସାପକୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା । ଖବର ପାଇଁ ଘଟଣାସ୍ଥଳରେ ଖୋର୍ଦ୍ଧା ଜଙ୍ଗଲ ବିଭାଗ କର୍ମଚାରୀମାନେ ପହଞ୍ଚି ସାପକୁ ଉଦ୍ଧାର କରି ନେଇଥିବା ଜଣପାଡ଼ିଛି ।

ସେଆର କରନ୍ତୁ:



Powered by odothemes.com