ମୁଖ୍ୟାଳୟରେ ହେବ ପ୍ରକଳ୍ପ ପରିଚାଳନା କେନ୍ଦ୍ର

35

ସ୍ୱାୟତ୍ତ ଶାସନ ଦିବସରେ ବିଏମ୍ସିର ମାରାଥନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୨ା୮(ବୁ୍ୟରୋ): ସ୍ୱାୟତ୍ତଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ୪୧ଟି ଯୋଜନା ଆରମ୍ଭ କରିବ । ସେଥିମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଯୋଜନା ରହିଥିବା ବେଳେ ଆଉ କିଛି ଯୋଜନାକୁ ଲୋକାର୍ପିତ କରାଯିବ । ବିଏମ୍ସିକୁ ପରିଚାଳନା ଦୃଷ୍ଟିରୁ ଶୃଙ୍ଖଳିତ କରିବାକୁ ସ୍ୱାୟତ୍ତଶାସନ ଦିବସରେ ଏହାର ମୁଖ୍ୟ କାର୍ଯ୍ୟାଳୟରେ ୬ଟି ବିଭାଗର ମିଳିତ ପ୍ରକଳ୍ପ ପରିଚାଳନା କେନ୍ଦ୍ର କାର୍ଯ୍ୟକାରୀ କରିବ । ବର୍ତ୍ତମାନର ଲୋକସମ୍ପର୍କ ଅଧିକାରୀ ତଥା ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ରଙ୍କୁ ଏହି ପରିଚାଳନା କେନ୍ଦ୍ର ମୁଖ୍ୟ ଦାୟିତ୍ୱରେ ରହିବେ । ସହରବାସୀଙ୍କୁ ସୁସ୍ଥ ରଖିବା ପାଇଁ ଗାଡକଣସ୍ଥିତ ୧୨ ନମ୍ବର ୱାର୍ଡରେ ଗୋଟିଏ କମୁ୍ୟନିଟି ସେଣ୍ଟର ଓ ବ୍ୟୟାମ କେନ୍ଦ୍ର ନିର୍ମାଣ କରିବେ । ୦.୨୪୪ ଏକର ପରିମିତ ଜାଗାରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ପାଇଁ ବିଏମ୍ସି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରିଛି । ବିଏମ୍ସି ଅଧୀନ ୪୦, ୨୩ ଓ ୮ନମ୍ବର ୱାର୍ଡରେ ତିନୋଟି ସହରାଞ୍ଚଳ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ୱାୟତ୍ତଶାସନ ଦିବସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ୬ ଓ ୯ ନମ୍ବର ୱାର୍ଡରେ ଦୁଇଟି ନୂତନ ପାର୍କ ନିର୍ମାଣ କରାଯିବ । ବର୍ତ୍ତମାନ ୪ କୋଟି ଟଙ୍କା ବ୍ୟୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ୨୬ଟି ଗୋଷ୍ଠୀ ପାଇଖାନା ନିର୍ମାଣଧୀନ ଅବସ୍ଥାରେ ରହିଛି । ସେଥିମଧ୍ୟରୁ ୩ଟି ପାଇଖାନା ସ୍ୱାୟତ୍ତ ଶାସନ ଦିବସରେ ଲୋକାର୍ପିତ ହେବ ଓ ଅବଶିଷ୍ଟ ୨୩ଟି ପାଇଖାନା ସେପ୍ଟେମ୍ବର ସୁଦ୍ଧା ନିର୍ମାଣ ଶେଷ କରାଯାଇ ଲୋକଙ୍କ ବ୍ୟବହାର ଉପଯୋଗୀ କରାଯିବ । ଗାଡକଣରେ ଗୋଟିଏ ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଜଧାନୀରେ କରାଯାଇଥିବା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦ୍ଘାଟନ ହେବା ସେଙ୍ଗ ସେଙ୍ଗ ଅନ୍ୟ କେତେକ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସ୍ୱତନ୍ତ୍ର ଫଳ ମାର୍କେଟ ନିର୍ମାଣ ପାଇଁ ଉକ୍ତ ଦିନ ଶିଳାନ୍ୟାସ ଯୋଜନା ମଧ୍ୟ ରହିଥିବା ବିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।




Powered by odothemes.com