ରାଜସ୍ୱ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଓକିଲଙ୍କ ବିକ୍ଷୋଭ

BHUBANESWAR-CHAKABANDHI-O-BANDOBASTA-MAMALA-GUDIKU-CUTTACK-STANANRITA-KU-BIRODHA-KARI--BBSR-OKILA-SANGHA-PAKHYARU-A.D.M

ଭୁବନେଶ୍ୱର,୧୯ା୮(ବୁ୍ୟରୋ): ମୌସୁମୀ ଅଧିବେଶନରେ ଗାନ୍ଧୀମାର୍ଗ ଚଳଚଞ୍ଚଳ ହୋଇ ଉଠିଛି । ଅନେକ ସଂଗଠନ ଏଠି ଧାରଣା ଦେଉଛନ୍ତି । ସେଥିରୁ ବାଦ୍‍ ପଡିନି ବାର୍‍ ଆସୋସିଏସନ୍‍ । ଗତ ୧୫ ତାରିଖରେ ରାଜ୍ୟ ରାଜସ୍ୱ ବିଭାଗ ତରଫରୁ ଦିଆଯାଇଥିବା ନୋଟିଫିକେସନ୍ରେ ଭୁବନେଶ୍ୱର ସବ୍‍ଡିଭିଜନର କାହାକୁ ମେମ୍ବର କରାନଯିବା ଅଭିଯୋଗରେ ଆଜି ଭୁବନେଶ୍ୱର ବାର୍‍ ଆସୋସିଏସନ୍‍ ତରଫରୁ ସ୍ଥାନୀୟ ଲୋୟର ପିଏମ୍‍ଜି ରେ ବିକ୍ଷୋଭ କରାଯାଇଥିଲା । ପ୍ରଥମେ ସେମାନେ ସେଟେଲ୍‍ମେଣ୍ଟ୍‍ କମିଶନ କୋର୍ଟ ସମ୍ମୁଖରେ ରାସ୍ତାରୋକ କରିବା ସେଙ୍ଗ ସେଙ୍ଗ ରାଜସ୍ୱ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରଥିିଲେ । ଏଥିରେ ଭୁବନେଶ୍ୱର ଆଇନ୍‍ଜୀବୀ ସଂଘର ସମନ୍ୱୟ କମିଟିର ଆଇନଜୀବୀ ସୁଧୀର ମହାନ୍ତି, ଅନନ୍ତ ଜେନା, ନିର୍ମଳ ରଥ, ପ୍ରସନ୍ନ ପୃଷ୍ଟି, ଜୀବନେନ୍ଦୁ ପାତ୍ର, ଅଭିମନୁ୍ୟ ସ୍ୱାଇଁ, ଜଳନ୍ଧର ପ୍ରଧାନ, ଦିଲ୍ଲିପ ତ୍ରିପାଠୀ, ଜଗନ୍ନାଥ ଦାସ, ହିମାଂଶୁ, ଚୌଧୁରୀ , ଲକ୍ଷ୍ମୀଧର ବିଶ୍ୱାଳ,ସୂର୍ଯ୍ୟ ଦାସ, ଅମୀୟ ଛାଟୋଇ, ଅଭୟ ରାଉତ, ସୁରେନ୍ଦ୍ର ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ । ମେମ୍ବର ବୋର୍ଡ ଅଫ୍‍ ରେଭିନୁ୍ୟ ସମଗ୍ର ୩୦ଟି ଜିଲ୍ଲାର ପ୍ରଶାସନିକ କ୍ଷମତା କାଢି ନେଇ ନିଜ ପାଖରେ ରଖିବା ଆଦୌ ସମୀଚୀନ ନୁହେଁ । କିନ୍ତୁ ରାଜସ୍ୱ ସଚିବ ଉପରୋକ୍ତ ପରିସ୍ଥିତିର ଗୁରୁତ୍ୱ ଅନୁଭବ ନ କରି ସରକାରଙ୍କୁ ବଦନାମ କରାଇବା ପାଇଁ ଏପରି ଜନବିରୋଧୀ କାର୍ଯ୍ୟକ୍ରମ ଗ୍ରହଣ କରିବା କେତେଦୂର ଯଥାର୍ଥ ତାହା ରାଜସ୍ୱ ମନ୍ତ୍ରୀ ବିଚାର କଲେ ନାହିଁ । ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସମ୍ପାଦକ ଜୀବନେନ୍ଦୁ ପାତ୍ର କହିଥିଲେ ।