ଇଏସ୍ଡିଏମ୍ ଶିଳ୍ପ ପାଇଁ ୫୦ କୋଟି ସବ୍ସିଡି

29

ଭୁବନେଶ୍ୱର, ୧୩ ।୮(ବୁ୍ୟରୋ): ଶିଳ୍ପନୀତି-୨୦୧୫ରେ ସ୍ଥାନୀୟ ଲୋକଙ୍କ ନିଯକ୍ତିକୁ ପ୍ରାଥମିକତା ଦିଆଯାଇଛି । ଯେଉଁ ଶିଳ୍ପ ସଂସ୍ଥାମାନେ ଅଗ୍ରାଧିକାର ଭିତ୍ତିରେ ରାଜ୍ୟର ଯୁୂବକ/ଯୁବତୀଙ୍କୁ ନିଯୁକ୍ତି ଦେବେ ସେମାନଙ୍କୁ ରିହାତି ଦରରେ ଜମି ଯୋଗାଣ, ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଚାଷ ଜମିର କିସମ ପରିବର୍ତ୍ତନ ବାବଦ ପ୍ରିମିୟମ୍ ଛାଡ଼, ଷ୍ଟାମ୍ପ ଶୁଳ୍କ ଛାଡ଼, ସୁଧ ଛାଡ଼, ବିଦୁ୍ୟତ୍ ଶୁଳ୍କରେ ରିହାତି, ପ୍ରବେଶ କର, ଭାଟ ଦେୟ, ପଞ୍ଜୀକରଣ, ମାନ ନିର୍ଦ୍ଧାରଣ ପ୍ରମାଣପତ୍ର, କାର୍ଯ୍ୟ କୁଶଳତା ପ୍ରଣାଳୀ କ୍ରୟରେ ମଧ୍ୟ କୋହଳ ବ୍ୟବସ୍ଥା ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଶିଳ୍ପନୀତି-୨୦୧୫ ସହ ୩୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଗୋକୁଳ ଚନ୍ଦ୍ର ପତି କହିଲେ, ନୂଆ ଶିଳ୍ପନୀତିରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯେଉଁ ଜିଲ୍ଲାଗୁଡ଼ିକ ଶିଳ୍ପ କ୍ଷେତ୍ରରେ ଅନଗ୍ରସର ସେଠାରେ ଶିଳ୍ପ ପ୍ରତିଷ୍ଠାକୁ ଅଗ୍ରାଧିକାର ଦିଆଯିବ । ସିଙ୍ଗଲ୍ ଉଇଣ୍ଡୋ ଜରିଆରେ ଶିଳ୍ପ ପାଇଁ ଆବଶ୍ୟକ ପଡ଼ୁଥିବା ମଞ୍ଜୁରୀକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦିଆଯିବ । ପ୍ରତି ଦୁଇମାସରେ ଥରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ସଡ଼କ, ଶକ୍ତି, ଜଳ, ବର୍ଜ୍ୟବସ୍ତୁ ପରିଚାଳନା ଆଦି କ୍ଷେତ୍ରରେ ମାନ ବୃଦ୍ଧି ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ କୋଟି ଟଙ୍କା ବ୍ୟୟରେ ଶିଳ୍ପ ଭିତ୍ତିକ ଉଦ୍ୟୋଗ ଉନ୍ନୟନ ପାଣ୍ଠି ଗଠନ କରାଯିବ । ଶିଳ୍ପ ଉଦ୍ୟାନର ଭିତ୍ତିଭୂମି ଉନ୍ନତି ପାଇଁ ଅନୁଦାନ ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଅଣୁ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନଗୁଡ଼ିକକରେ କାର୍ଯ୍ୟରତ କୁଶଳୀ/ଅର୍ଦ୍ଧକୁଶଳୀ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଓ କର୍ମଚାରୀ ରାଜ୍ୟ ବୀମା ବାବଦ ଦେୟ ସରକାର ୨ବର୍ଷ ପାଇଁ ଭରଣା କରିବେ । କର୍ମଜୀବୀଙ୍କ ଆବାସସ୍ଥଳୀ ନିମନ୍ତେ ରିହାତି ଦରରେ ଜମି ଯୋଗାଣ, ୫ଟି ଅଗ୍ରାଧିକାର ଭିତ୍ତିକ ସଂସ୍ଥା ପାଇଁ କାରଖାନା ଓ ଯନ୍ତ୍ରପାତି ନିମନ୍ତେ ସରକାରୀ ସାହାଯ୍ୟ, ନିଯୁକ୍ତି ଭିତ୍ତିକ ସଂସ୍ଥାଗୁଡ଼ିକ ପାଇଁ ତ୍ୱରିତ୍ ଅଭିଯୋଗ ଦୂରୀକରଣ ବାଦଦରେ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯାଇଛି । ଉଦ୍ୟୋଗକାରୀମାନଙ୍କ ପରିଚାଳନା କୁଶଳତା ବୃଦ୍ଧି ନିମନ୍ତେ ଜାତୀୟ ସ୍ତରର ଅନୁଷ୍ଠାନଗୁଡ଼ିକରେ ପ୍ରଶିକ୍ଷଣ ଦେବାରେ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ କାର୍ଯ୍ୟକାରିତାର ହେଉଥିବା ବିଳମ୍ବକୁ ଦୂର କରିବା ନିମନ୍ତେ ପ୍ରକଳ୍ପ ପର୍ଯ୍ୟାଲୋଚନା ଏବଂ ଅଭିଯୋଗ ନିରାକରଣର ବ୍ୟବସ୍ଥା ରହିଛି । ଉକ୍ତ ନୀତି ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟ ସଚିବ ଶ୍ରୀ ପତି କହିଛନ୍ତି ।
କ୍ୟାବିନେଟ୍ର ଅନ୍ୟାନ୍ୟ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ କହିଲେ, ରାଜ୍ରରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଉନ୍ନତ ସାଧନ ଓ ଶିଳ୍ପ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ଶିଳ୍ପ (ଫେସିଲିଟେସନ୍) ଅଧିନିୟମ ଓ ଓଡ଼ିଶା ଶିଳ୍ପ (ଫେସିଲିଟେସନ୍) ନିୟମରେ ସରଳୀ କରଣ କରାଯାଇଛି । ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସମସଓ୍ୟା ତ୍ୱରିତ୍ ସମାଧାନ ନିମନ୍ତେ ରାଜ୍ୟ ଓ ଜିଲ୍ଳା ସ୍ତରରେ ସିଙ୍ଗଇଲ୍ ଉଇଣ୍ଡୋ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ସିଙ୍ଗଲ ଉଇଣ୍ଡୋରେ ପୂର୍ବରୁ୨୨ଟି ସେବା ଯୋଗାଇ ଦିଆଯାଉଥିଲା । ଏବେ ଏହା ୪୨କୁ ବୃଦ୍ଧି ପାଇଛି । ଏହାଛଡ଼ା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମଞ୍ଜୁର ହେବା ପରେ ଦୁଇମାସ ମଧ୍ୟରେ ସେହି ସଂସ୍ଥାକୁ ଆନୁସାଙ୍ଗିକ ମଞ୍ଜୁରୀ ଦିଆଯିବ । ଆବଶ୍ୟକ ପଡ଼ିଲେ ଏହି ସଂସ୍ଥାଗୁଡ଼ିକ ଡ଼ିମ୍ଡ୍ ମଞ୍ଜୁରୀ ମଧ୍ୟ ଦିଆଯିବ । ଯେଉଁ ଅଧିକାରୀମାନେ ଖିଲାପ୍ କରିବେ ସେମାନଙ୍କ ବିରୋଧରେ ଶୃଙ୍ଖଲାଗତ କାର୍ଯ୍ୟାୁନଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଇଲୋଟ୍ରୋନିକ୍ସ ସିଷ୍ଟମ୍ ଡ଼ିଜାଇନ୍ ଆଣ୍ଡ ମ୍ୟାନୁଫାକଚର୍ଙ୍ଗି (ଇଏସ୍ଡ଼ିଏମ୍)କୁ ପ୍ରୋତ୍ସାହନ ଦେବା ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଯୋଜନା କରାଯାଇଛି । ଯାହା ଆନ୍ତର୍ଜାତୀୟ ସଂସ୍ଥାର କ୍ଲଷ୍ଟର କଂପାନୀ ଓ ଅନ୍ୟାନ୍ୟ ସମସ୍ତ ବୃହତ ଇଏସ୍ଡ଼ିଏମ୍ ଶିଳ୍ପ ପୁଞ୍ଜି ନିବେଶକାରୀଙ୍କ ପାଇଁ ଲାଗୁ ହେବ । ଯେଉଁ ବୃହତ ଓ ଅତି ବୃହତ ଇଏସ୍ଡ଼ିଏମ୍ ପ୍ରକଳ୍ପ ଗୁଡ଼ିକ ଉପିାଦନକ୍ଷମ ହେବା ସମୟରେ ୨୦୦ କୋଟିରୁ ଉଦ୍ଧ୍ୱର୍ ପୁଞ୍ଜି ନିବେଶ ଓ ୫୦୦ କର୍ମନିଯୁକ୍ତି ଯୋଗାଇ ଦେଇଥିବେ ଏବଂ ୫ବର୍ଷ ମଧ୍ୟରେ ୨୦୦୦ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବେ ସେମାନେ ଏହି ପ୍ୟାକେଜ୍ ପାଇବା ପାଇଁ ହକ୍ଦାର ହେବେ । ସେମାନଙ୍କୁ କ୍ୟାପିଟାଲ୍ ଇନ୍ଭେଷ୍ଟମେଣ୍ଟରେ ସବ୍ସିଡ଼ିରେ ୨୫% କିମ୍ବା ସର୍ବାଧିକ ୫୦ କୋଟିଟଙ୍କା ପର୍ଯ୍ୟନ୍ତ ସବ୍ସିଡ଼ି ଦିଆଯିବ । ଏହାଛଡ଼ା ପ୍ରବେଶକର, ବିକ୍ରିକର/ଭାଟ୍ଛାଡ଼, ବିଦୁ୍ୟତ୍ ଶୁଳ୍କରେ ରିହାତି, ଜଳ ଟିକସରେ ରିହାତି ଆଦି ପ୍ରଦାନ କରାଯିବ ।




Powered by odothemes.com