ନିର୍ଦ୍ଧେଶନାମା ପରିବର୍ତ୍ତନ ନହେଲେ ଧାରଣା ଦେବେ ୨୨ ହଜାର ଗଣଶିକ୍ଷକ | ସର୍ବସାଧାରଣ ଖବରକାଗଜ
RAJYA-GANA-SIKSHYA-MAHASANGHA-PAKHYARU-PRESS-MEET-(3)

ନିର୍ଦ୍ଧେଶନାମା ପରିବର୍ତ୍ତନ ନହେଲେ ଧାରଣା ଦେବେ ୨୨ ହଜାର ଗଣଶିକ୍ଷକ

23

ଭୁବନେଶ୍ୱର, ୫ା୮(ବୁ୍ୟରୋ): ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍)ଙ୍କ ନିର୍ଦ୍ଧେଶନାମା ଓ ସରକାରୀ ପ୍ରତିନିଧିଙ୍କ ଆଲୋଚନା ପରେ ପ୍ରକାଶିତ ନିର୍ଦ୍ଧେଶନାମାକୁ ପରିବର୍ତ୍ତନ କରି ସମସ୍ତ ବର୍ଗର ତାଲିମପ୍ରାପ୍ତ ଗଣଶିକ୍ଷକଙ୍କୁ ଚଳିତ ମାସ ୧୭ତାରିଖ ସୁଦ୍ଧା ପୂରଣ କରାନଗଲେ ୧୯ ତାରିଖରୁ ଗଣଶିକ୍ଷକ ମହାସଂଘ ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣା ଦେବ ବୋଲି ଏହାର ସଭାପତି ଶରତ ଚନ୍ଦ୍ର ନାୟକ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଲେ, ୨୦୧୩ ଡିସେମ୍ବର ୪ତାରିଖରେ ସରକାର ମହାସଂଘର ଦାବିକୁ ଉପେକ୍ଷା କରି କେବଳ ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭିନ୍ନକ୍ଷମ ବର୍ଗର ଗଣଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିଥିଲେ । ଯାହା ଅନ୍ୟାନ୍ୟ ବର୍ଗଙ୍କ ପ୍ରତି ଅନ୍ୟାୟଥିଲା । ଏହାର ପ୍ରତିବାଦରେ ଗଣଶିକ୍ଷକ ସଂଘ ଧାରଣା ଅବ୍ୟାହତ ରଖିଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ୨ମାସ ମଧ୍ୟରେ କରିବାକୁ ପ୍ରତିଶ୍ରୁତି ଦେବା ପରେ ସଂଘ ଧାରଣାରୁ ଉଠିଥିଲା । ଇତିମଧ୍ୟରେ ସ୍ୟାଟ୍ ରାଜ୍ୟ ସରକାର ପୂର୍ବ ନିଷ୍ପତିକୁ ପରିବର୍ତ୍ତନ କରି ସମସ୍ତ ତାଲିମପ୍ରାପ୍ତ ଗଣଶିକ୍ଷକଙ୍କୁ ନିଯୁକ୍ତିର ୬ବର୍ଷ ମଧ୍ୟରେ ନିୟମିତ କରିବାକୁ ନିର୍ଦ୍ଧେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଗଣଶିକ୍ଷଙ୍କୁ ପ୍ରତାରଣା କରିଥିବା ଶ୍ରୀ ନାୟକ ପ୍ରକାଶ କରିଥିଲେ । ଏହି ପ୍ରତାରଣା ବିରୋଧରେ ପରିବର୍ତ୍ତିତ ନିର୍ଦ୍ଧେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ସଂଘର ୨୨,୧୫୩ ଗଣଶିକ୍ଷକ ଆନ୍ଦୋଳନ ଜାରିରଖିବେ ବୋଲି ସମ୍ପାଦକ ହରେଶ ପାତ୍ର ବାଗ୍ କହିଥିଲେ ।




Powered by odothemes.com