କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ଦାବିରେ ଧାରଣା

30

କଟକ, ୩ା୮(ବୁ୍ୟରୋ): ଭୁବନେଶ୍ୱର ବୁଦ୍ଧ ନଗରର ୧୩ ବର୍ଷୀୟା ଦଳିତ ନାବାଳିକା ତପସ୍ୱିନୀ ମାଧୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ୨ମାସ ତଳେ ଏହି ନାବାଳିକାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଅପହରଣ କରି ନେଇ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବିରେ ମୁକ ନାୟକ ସଚେତନ ସଙ୍ଗଠନ ପକ୍ଷରୁ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଗଣଦୁଷ୍କର୍ମ ପରେ ନାବାଳିକାକୁ ପୋଡି ହତ୍ୟା କରାଯାଇଥିବାବେଳେ ତାକୁ ଷ୍ଟୋଭ୍ ଫାଟି ପୋଡି ଯାଇଥିବାର ରୂପ ଦିଆଯାଉଛି । ଏହି ଘଟଣାରେ ପୁଲିସ ମଧ୍ୟ ହତ୍ୟାକାଣ୍ଡ ମାମଲା ରୁଜୁ କରିନାହିଁ । ପରିବାର ଲୋକଙ୍କ ସହ ସଙ୍ଗଠନର କିଛି କର୍ମକର୍ତ୍ତା ଗଣଧାରଣାରେ ବସିଥିବାବେଳେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ପକ୍ଷରୁ ନିରପେକ୍ଷ କରାଯାଉ ବୋଲି ମୃତ ନାବାଳିକାର ବାପା ସୁରେଶ ଚନ୍ଦ୍ର ମାଧୀ ଦାବି କରିଛନ୍ତି । ମୁକ ନାୟକ ସଚେତନ ସଙ୍ଗଠନ ସଭାପତି ବିରଞ୍ଚି ନାରାୟଣ ନାୟକ, ଯୋଗେନ୍ଦ୍ର ନାୟକ, ସରୋଜ ମାଝି, କୁଳମଣି ନାୟକ, ଧୀରେନ୍ଦ୍ର ନାୟକ ଓ ହେମନ୍ତ ଗୋଚ୍ଛାୟତ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com