ହୀରାକୁଦର ୧୨ ଗେଟ୍ ଖୋଲା

34

ଭୁବନେଶ୍ୱର, ୩ା୮(ବୁ୍ୟରୋ): ଗତ ୨୪ ଘଣ୍ଟା ମଧ୍ୟରେ ମହାନଦୀ ଏବଂ ବ୍ରାହ୍ମଣୀ ଉପର ଅବବାହିକାରେ ଅଧିକ ବୃଷ୍ଟିପାତ ହୋଇଛି । ଫଳରେ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ସେହିଭଳି ରେଙ୍ଗାଲି ବନ୍ଧର ଆଉ ଗୋଟିଏ ଅଧିକ ଗେଟ୍ ଖୋଲାଯାଇ ମୋଟ ୨ଟି ଗେଟ୍ ଦେଇ ଜଳ ଛଡ଼ା ଯାଉଛି । ପୂର୍ବରୁ ଡ୍ୟାମ୍ର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ଆଜି ତିନି ପର୍ଯ୍ୟାୟରେ ଆଉ ୧୧ଟି ଗେଟ୍ ଖୋଲାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ଡ୍ୟାମ୍ ଜଳସ୍ତର ୬୦୮.୧୨ଫୁଟ୍ ଥିଲା । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡ୍ରେ ୨.୪୦ଲକ୍ଷ କୁ୍ୟବିକ୍ ଫୁଟ୍ ଜଳ ପ୍ରବେଶ କରୁଥିଲା ବେଳେ ୧.୪୭ଲକ୍ଷ କୁ୍ୟବିକ୍ ଫୁଟ୍ ନିଷ୍କାସିତ ହେଉଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । କେତେକ ନଦୀର ଜଳ ପତ୍ତନ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ସମସ୍ତ ପ୍ରମୁଖ ନଦୀର ଜଳସ୍ତର ବିପଦ ସେଙ୍କତ ତଳେ ପ୍ରବାହିତ ହେଉଛି । ଏହାଛଡା ମହାନଦୀର ଉପର ଅବବାହିକାରେ ସର୍ବାଧିକ ୮୩.୨ ମିଲିଲିଟର, ବୈତରଣୀ ଅବବାହିକାରେ ୧୭.୩, ବ୍ରାହ୍ମଣୀ ଉପର ଅବବାହିକାରେ ୬୩, ବ୍ରାହ୍ମଣୀ ନିମ୍ନ ଅବବାହିକାରେ ୨୬.୪ ଏବଂ ମହାନଦୀ ନିମ୍ନ ଅବବାହିକାରେ ୧୫.୩ ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ମହାନଦୀର ଉପର ଅବବାହିକାର ସୁନ୍ଦରଗଡ(ସିଡବ୍ଲୁ୍ୟସି)ଠାରେ ୨୩୦ ମିଲିଲିଟର ଏବଂ ଗୋପାଳପୁର ଠାରେ ୧୬୮.୬ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଅପରାହ୍ନ ସୁଦ୍ଧା ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷ ଓ ତାଳଚେର ଠାରେ ବୃଦ୍ଧି ପାଇଥିଲେ ହେଁ ଏହା ବିପଦ ସେଙ୍କତ ତଳେ ପ୍ରବାହିତ ହେଉଛି । ପାନପୋଷ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସେଙ୍କତ ୧୭୮.୪୨ମିଟର ତଳେ ୧୭୬.୨୫ମିଟରରେ ଏବଂ ତାଳଚେର ଠାରେ ବିପଦ ସେଙ୍କତ ୬୨.୯୧ମିଟର ତଳେ ୫୭.୩୦ମିଟରରେ ପ୍ରବାହିତ ହେଉଛି । ବ୍ରାହ୍ମଣୀ ଜଳସ୍ତର ରେଙ୍ଗାଲି ଓ ଜେନାପୁର ଠାରେ ସ୍ଥିର ରହିଛି ଏବଂ ଇନ୍ଦୁପୁର ଠାରେ ହ୍ରାସ ପାଇଛି । ରେଙ୍ଗାଲିରେ ବିପଦ ସେଙ୍କତ ୮୮ମିଟର ତଳେ ୭୯ମିଟରରେ ଏବଂ ଜେନାପୁର ଠାରେ ବିପଦ ସେଙ୍କତ ୨୩ମିଟର ତଳେ ୨୦.୦୮ମିଟରରେ ପ୍ରବାହିତ ହେଉଛି । ବୈତରଣୀ ନଦୀର ଜଳସ୍ତର ଚମ୍ପୁଆ, ସ୍ୱମ୍ପାଟଣା ଏବଂ ଆଖୁଆପଦା ଠାରେ ବୃଦ୍ଧି ପାଉଥିଲେ ହେଁ ବିପଦ ସେଙ୍କତ ତଳେ ପ୍ରବାହିତ ହେଉଛି । ଚମ୍ପୁଆ ଠାରେ ବିପଦ ସେଙ୍କତ ୩୧୧.୧୦ମିଟର ତଳେ ୩୦୬.୪୪ ମିଟରରେ ଏବଂ ଆଖୁଆପଦା ଠାରେ ବିପଦ ସେଙ୍କତ ୧୭.୮୩ମିଟର ତଳେ ୧୭.୧୫ମିଟରରେ ପ୍ରବାହିତ ହେଉଛି । ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର ତଳେ ୩୫.୩୮ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ଜାମସେଦ୍ପୁର ଏବଂ ଜାମଶୋଳ ଘାଟ ଠାରେ ବୃଦ୍ଧି ପାଇଛି । ମାତ୍ର ଏହା ବିପଦ ସେଙ୍କତ ତଳେ ପ୍ରବାହିତ ହେଉଛି । ରାଜଘାଟ ଠାରେ ଜଳସ୍ତର ସ୍ଥିର ରହିଛି । ବୁଢାବଳଙ୍ଗ ନଦୀର ଜଳସ୍ତର ୫ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର ଠାରେ ବୃଦ୍ଧି ପାଇଥିଲେ ହେଁ ବିପଦ ସେଙ୍କତ ତଳେ ପ୍ରବାହିତ ହେଉଛି । ଏହା ଚନ୍ଦନପୁର ଏବଂ ବାଲିମୁଣ୍ଡଳୀ ଠାରେ ସ୍ଥିିର ରହିଥିବା ବେଳେ ବାରିପଦା ଠାରେ ଜଳସ୍ତର ହ୍ରାସ ପାଇଛି । ଦକ୍ଷିଣ ଓଡ଼ିଶାର ବଂଶଧାରା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର ସ୍ଥିର ରହିବା ସହିତ ବିପଦ ସେଙ୍କତ ତଳେ ପ୍ରବାହିତ ହେଉଛି । ବଂଶଧାରା ଗୁଣୁପୁରଠାରେ ବିପଦ ସେଙ୍କତ ୮୪ ମିଟର ତଳେ ୮୦.୪୯ମିଟରରେ ଏବଂ କାଶୀନଗର ଠାରେ ବିପଦ ସେଙ୍କତ ୫୪.୬୦ମିଟର ତଳେ ୫୨.୪୫ମିଟରରେ ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର ସୋରଡ଼ା ଠାରେ ବିପଦ ସେଙ୍କତ ୮୧.୯୯ମିଟର ତଳେ ୭୮.୨୬ମିଟରରେ, ମାଧବରିଡ଼ା ଠାରେ ବିପଦ ସେଙ୍କତ ୬୦.୬୫ମିଟର ତଳେ ୫୮.୭୪ମିଟରରେ ଓ ପୁରୁଷୋତ୍ତମପୁର ଠାରେ ୧୬.୮୪ମିଟର ତଳେ ୧୨.୨୪ମିଟରରେ ପ୍ରବାହିତ ହେଉଛି । ମହାନଦୀର ଉପରମୁଣ୍ଡରେ ଅଧିକ ବୃଷ୍ଟିପାତ ହୋଇଥିଲେ ହେଁ ଖଇରାମାଳ ଠାରେ ଜଳସ୍ତର ବିପଦ ସେଙ୍କତ ୧୦୯ମିଟର ତଳେ ୧୦୧.୭୬ମିଟରରେ, ନରାଜ ଠାରେ ବିପଦ ସେଙ୍କତ ୨୬.୪୧ମିଟର ତଳେ ୨୨.୫୫ମିଟରରେ ଏବଂ ଟିକରପଡ଼ା ଠାରେ ୫୮.୦୬ମିଟରରେ ପ୍ରବାହିତ ହେଉଛି ।




Powered by odothemes.com