ରାଜସ୍ୱ ପର୍ଷଦ ସଭ୍ୟଙ୍କ ପ୍ରତିଶ୍ରୁତି ପରେ ଓକିଲ ସଂଘର ଧାରଣା ପ୍ରତ୍ୟାହୃତ

32

ଚକବନ୍ଦୀ ଓ ବନ୍ଦୋବସ୍ତ ମାମଲା ସ୍ଥାନାନ୍ତର ପ୍ରସଙ୍ଗ
ଭୁବନେଶ୍ୱର, ୨୭ା୭ (ବୁ୍ୟରୋ): ଭୁବନେଶ୍ୱର କୋର୍ଟରୁ ଚକବନ୍ଦୀ ଓ ବନ୍ଦୋବସ୍ତ ମାମଲାଗୁଡ଼ିକୁ କଟକ ସ୍ଥାନାନ୍ତର ପ୍ରତିବାଦରେ ଆଜି ଭୁବନେଶ୍ୱର ବାର୍ ଆସୋସିଏସନ ତରଫରୁ ରାଜସ୍ୱ କୋର୍ଟଗୁଡ଼ିକ ବର୍ଜନ କରାଯାଇଥିଲା । ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇ ଭୁବନେଶ୍ୱର ରାଜସ୍ୱ ଓକିଲ ସଂଘ ତରଫରୁ ଆସନ୍ତାକାଲି ନିର୍ମାଣ ସୌଧ ନିକଟସ୍ଥ ବନ୍ଦୋବସ୍ତ କମିଶନରଙ୍କ କୋର୍ଟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ରାଜସ୍ୱ ପର୍ଷଦ ସଭ୍ୟ ଅଶୋକ ତ୍ରିପାଠୀଙ୍କ ସହିତ ଆଲୋଚନା ପରେ ଭୁବନେଶ୍ୱର କୋର୍ଟରୁ ଚକବନ୍ଦୀ ଓ ବନ୍ଦୋବସ୍ତ ମାମଲାଗୁଡ଼ିକୁ କଟକ ସ୍ଥାନାନ୍ତର କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ମିଳିଛି । ଫଳରେ ଏହି ଧାରଣାକୁ ପ୍ରତ୍ୟାହାର କରିନଆଯାଇଛି ବୋଲି ରାଜସ୍ୱ ଓକିଲ ସଂଘର ସଭାପତି ସୁଧୀର ମହାନ୍ତି ଜଣାଇଛନ୍ତି ।




Powered by odothemes.com