award

କିଟ୍‍କୁ ଶ୍ରେଷ୍ଠ ବୈଷୟିକ ବିଶ୍ୱବିଦ୍ୟାଳୟ ପୁରସ୍କାର

18

ଭୁବନେଶ୍ୱର, ୨୪ ।୭(ବୁ୍ୟରୋ): କିଟ୍‍କୁ ସମଗ୍ର ପୂର୍ବାଞ୍ଚଳର ଶ୍ରେଷ୍ଠ ବୈଷୟିକ ବିଶ୍ୱବିଦ୍ୟାଳୟ ପୁରସ୍କାର ୨୦୧୫ ପ୍ରଦାନ କରାଯାଇଛି । ଗତ ୧୭ତାରିଖରେ ଅହମ୍ମଦାବାଦଠାରେ ଗୁଜରାଟ ଟେକ୍ନୋଲୋଜିକାଲ୍‍ ବିଶ୍ୱବିଦ୍ୟାଳୟ (ଜିଟିୟୁ) ପକ୍ଷରୁ ତୃତୀୟ ସିସିଆଇ ଟେକ୍ନୋଲୋଜି ଏଜୁକେସନ୍‍ ଏକ୍‍ସେଲେନ୍‍ସ ଆୱାଡ୍‍ର୍ସ ୨୦୧୫ ଆୟୋଜନ ଅବସରରେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ପକ୍ଷରୁ କୁଳପତି ପ୍ରଫେସର ପି ପି ମାଥୁର ଜିଟିୟୁର କୁଳପତି ଡ. ଅକ୍ଷୟ ଅଗ୍ରୱାଲ୍‍ଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ସିଏମ୍‍ଏଆଇ ଭାରତୀୟ ସଂଘ ପକ୍ଷରୁ ଦେଶର ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦିପାଦିତ କରିଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ସିସିଆଇ ଟେକ୍ନୋଲୋଜି ଏଜୁକେସନ୍‍ ଏକ୍‍ସେଲେନ୍‍ସ ଆୱାର୍ଡ ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଇଜେରିଆ ଉଚ୍ଚାୟୁକ୍ତ ଆମ୍ବସୋଲା ଏନିକାନୋଲାଇଏ, ଲେସେଥୋ ଉଚ୍ଚାୟୁକ୍ତ ବୋଥାଟା ସିକୋନେ, ଭାରତସ୍ଥିତ ବଲଭିଆ ଦୂତାବାସର ରାଷ୍ଟ୍ରଦୂତ ଜର୍ଜ କାର୍ଡେନାସ ରୋବେଲ୍‍ସ, ସିଏମ୍‍ଏଆଇ ଭାରତୀୟ ସଂଘର ସଭାପତି ଡ. ଏନ୍‍.କେ. ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ । ଖବରରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି ଏହି ସମ୍ମାନ କେବଳ କିଟ୍‍ର ନୁହେଁ, ଏହା ଦ୍ୱାରା ସମଗ୍ର ଦେଶ ଓ ବିଦେଶର ଓଡ଼ିଶାର ଖ୍ୟାତି ବୃଦ୍ଧି ପାଇଛି । ଶିକ୍ଷା ଦ୍ୱାରା ଜଣେ ଦେଶ ଓ ବିଦେଶରେ ଅଗ୍ରଗଣ୍ୟ ହୋଇପାରେ ବୋଲି ଯେଉଁ କଥନିକା ଅଛି ତାହା ବାସ୍ତବରେ ଏଠାରେ ପ୍ରଯୁଜ୍ୟ । କାରଣ କିଟ୍‍ ଆଜି ଯଦି ସମଗ୍ର ବିଶ୍ୱରେ ଆଦର ଲାଭ କରି ଓଡ଼ିଶାର ସମଗ୍ର ବିଶ୍ୱରେ ପହଞ୍ଚାଇ ପାରିଛି ତାହା କେବଳ ସମ୍ଭବ ହୋଇପାରିଛି କିଟ୍‍ର ଗୁଣାତ୍ମକ ଶିକ୍ଷା ସକାଶେ ବୋଲି ସେ କହିଛନ୍ତି ।




Powered by odothemes.com