ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଥାନା ଘେରାଉ

26

କଟକ, ୨୦ା୭(ବୁ୍ୟରୋ): କଟକ ସହର ଓ ସଦର ଥାନା ଅନ୍ତର୍ଗତ କେତେକ ଗ୍ରାମରେ ଦଳିତ ଓ ଗରିବଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ଓ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ପୁଲିସ ଆସାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସଦର ଥାନା ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ଏପରିକି ଦଳିତ ଓ ଗରିବ ମହିଳାମାନଙ୍କୁ ମଧ୍ୟ ଉଚିତ୍ ନ୍ୟାୟ ମିଳୁନାହିଁ । ଥାନା ଅଧିକାରୀ ପକ୍ଷପାତିତା ନୀତି ଓ ଥାନା ଅଧିକାରୀଙ୍କ ମନଇଚ୍ଛା କାର୍ଯ୍ୟ କରୁଥିବାରୁ ମହିଳାମାନେ ବାରମ୍ବାର ନିର୍ଯାତନା ଓ ଅତ୍ୟାଚାରର ଶିକାର ହେଉଥିବା ପ୍ରତିବାଦ କରି ଆଜି ଆମ୍ବଦକର ସ୍ମୃତି ପରିଷଦ ପକ୍ଷରୁ ସଦର ଥାନା ଘେରାଉ କରାଯାଇଥିଲା । ସମାଜସେବୀ ତଥା ପରିଷଦ ସଭାପତି ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଶତାଧିକ ଦଳିତ ମହିଳା ଓ ପୁରୁଷ ବାଲିକୁଦାଠାରୁ ଏକ ଶୋଭାଯାତ୍ରାରେ ବାହାରି ପାଇକ ସାହି ଓ ଡାହାଳିଆବାଗ ବଜାର ପରିକ୍ରମା କରି ଥାନା ଅଧିକାରୀଙ୍କ ନିଲମ୍ବନ ଦାବି କରି ସଦର ଥାନା ଘେରାଉ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ଉତ୍ତମାପୁରସ୍ଥିତ ୧୩ ଜଣ ଭୂମିହୀନ ଦଳିତ ପରିବାରଙ୍କ ୨୮ ଏକର ଭୂଦାନ ଜମିକୁ ହଡ଼ପ ଘଟଣାରେ ଜମି ଦଲାଲଙ୍କୁ ଗିରଫ କରାନଯିବା, ଆଦିବାସୀ ମହିଳା ଲକ୍ଷ୍ମୀ ଦାସଙ୍କୁ ଅସଦାଚରଣ କରିଥିବା ଆସାମୀଙ୍କୁ ଗିରଫ ଆଦି ଦାବି ନେଇ ଧାରଣା ଦିଆଅଯାଇଥିଲା । ତେବେ ଦାବିଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ପୁଲିସ ମହାନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ରାଜରାସ୍ତା ଅବରୋଧ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।




Powered by odothemes.com