ଶ୍ରାବଣ ପ୍ରଥମ ସୋମବାରରେ କାଉଡ଼ିଆଙ୍କ ଭିଡ଼

29

କଟକ,୧୯ା୭(ବୁ୍ୟରୋ): ଆରମ୍ଭ ହୋଇଯାଇଛି ପବିତ୍ର ବୋଲବମ ଯାତ୍ରା । ପବିତ୍ର ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କ ଶିରରେ ଜଳଲାଗି କଲେ ସମସ୍ତ ମାନସିକ ସିଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସରେ ଗତ କିଛି ବର୍ଷ ହେବ ଓଡିଶାର ବିଭିନ୍ନ ଶୈବପୀଠରେ ଶିବ ଉପାସକଙ୍କର ନାହିଁ ନଥିବା ଭିଡ ଜମୁଛି । ସଂକ୍ରାନ୍ତି ପରଠାରୁ ମାସ ଆରମ୍ଭ ହୋଇ ଯାଉଥିବା କେତେକ ବିବେଚନା କରୁଥିବାବେଳେ ଏଭଳି କିଛି କାଉଡିଆ ରବିବାର ଜଳ ଉଠାଇଛନ୍ତି ପବିତ୍ର ମହାନଦୀ ଗଡଗଡିଆ ଘାଟରୁ । କପିଳାସ, ଆରଡି, ଲିଙ୍ଗରାଜ, ଧବଳେଶ୍ୱରଙ୍କ ଭଳି ପ୍ରତିଷ୍ଠିତ ଶୈବପୀଠରେ କାଉଁଡିଆଙ୍କର ଶ୍ରାବଣ ମାସରେ ନାହିଁ ନଥିବା ଭିଡ । ଶିବଙ୍କ ମସ୍ତକରେ କରିବେ ଜଳଲାଗି । ଜଳଲାଗି କଲେ ଅଭିଷ୍ଟ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ଶିବ ଭକ୍ତଙ୍କର । ଯେ ଯେଉଁ ଶୈବପୀଠରେ ଜଳଲାଗି କରୁ ନା କାହିଁକି ଅଧିକାଂଶ ପସନ୍ଦ କରିଥାନ୍ତି କଟକର ପବିତ୍ର ଗଡଗଡିଆ ଘାଟରୁ ଜଳ ଉଠାଇବା ଲାଗି । ପବିତ୍ର ମହାନଦୀକୁ ଓଡିଶାର ଗଙ୍ଗା ବୋଲି କୁହାଯାଏ । ଗଡ ଗଡିଆ ଘାଟରେ ଶ୍ରୀଚୈତନ୍ୟଙ୍କ ଓଡିଶା ଆଗମନ ସମୟରେ ଇଶ୍ୱରଙ୍କ ଡାକି ଗଡିଥିଲେ ବୋଲି ବିଶ୍ୱାସ ରହିଛି । ସେବେ ଠାରୁ ଗଡଗଡିଆ ଘାଟ ପବିତ୍ର ବୋଲି ବିଶ୍ୱାସ ରହୁଥିବାବେଳେ କାଉଡିଆମାନେ ଜଳଲାଗି ପାଇଁ ଏହି ଘାଟକୁ ପସନ୍ଦ କରିଥାନ୍ତି । ତେବେ କାଉଡିଆ ଭକ୍ତ ସରୋଜ କୁମାର ପଣ୍ଡା କୁହନ୍ତି ଯେ ଶିବଙ୍କୁ ଜଳାଭିଷେକ କଲେ କୋଟି ତୀର୍ଥର ଫଳ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣତ ହୋଇଛି । ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶିବଙ୍କୁ ଜଳଲାଗି ଭୁବନେଶ୍ୱର ଲିଙ୍ଗରାଜ ଅଭିମୂଖେ ବାହାରିଛୁ ବୋଲି ସେ କୁହନ୍ତି । ପ୍ରତିବର୍ଷ ଏହି ମାସରେ ବିଭିନ୍ନ ଶୈବପୀଠରେ ଜଳାର୍ପଣ କରିବା ନିମନ୍ତେ କାଉଡିଆମାନଙ୍କ ଭିଡ ଜମିଥାଏ । ଆଜି ସକାଳୁ ବହୁ ସଂଖ୍ୟାରେ ଭକ୍ତ ଗଡଗଡିଆ ଘାଟରେ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ଗେରୁଆ ବସ୍ତ୍ର ପରିଧାନ କରି ପବିତ୍ର ମହାନଦୀରେ ସ୍ନାନ କରିଥିଲେ କାଉଡିଆମାନେ । ନଦୀପଠାରେ ଶିବଲିଙ୍ଗ ସ୍ଥାପନ କରି ବେଲପତ୍ର ଓ ଫୁଲରେ ଶିବଙ୍କୁ ଆରଧନା କରିଥିଲେ । ଏହା ପରେ ଜଳକୁମ୍ଭକୁ ବାହୁଙ୍ଗିରେ ଧରି ଚାଲିଥିଲେ ଶୈବପୀଠ ଅଭିମୁଖେ । ଆଜି ଦିନ ଗଡଗଡିଆ ଘାଟରେ ବିଶେଷ ଭାବେ ଯାାଜପୁର, ଭଦ୍ରଖ ଓ ବାଲେଶ୍ୱର ଅଞ୍ଚଳରୁ ଶିବଭକ୍ତମାନେ ଜଳ ଉଠାଇ ଲିଙ୍ଗରାଜ ଅଭିମୁଖେ ଯାଇଥିଲେ ।




Powered by odothemes.com