ଆଶ୍ରମ ସ୍କୁଲ୍ ସମସ୍ୟା ବୁଝିଲେ ମନ୍ତ୍ରୀ

Photo Konark(2)

କୋଣାର୍କ, ୧୭ା୭(ଆପ୍ର): ଆଜି ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା କୋଣାର୍କ ରାସ୍ତା ଦେଇ ନିଜ ପରିବାର ସହ ପୁରୀ ଗସ୍ତ ସମୟରେ ଅଚାନକ କୋଣାର୍କ ସ୍ଥିତ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଅଧିନସ୍ଥ ଆଶ୍ରମ ସ୍କୁଲ୍ ଓ ସରକାରୀ ହାଇସ୍କୁଲ୍ ପରିଦର୍ଶନ କରିଥିଲେ । ପ୍ରଥମେ ଆଶ୍ରମ ସ୍କୁଲ୍ ପରିଦର୍ଶନ ଅବସରରେ ସ୍କୁଲ୍ର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ଠାରୁ ସେମାନଙ୍କ ଖାଦ୍ୟପେୟ ଓ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସ୍କୁଲ୍ ପରିସରରେ ଦୀର୍ଘ ଦୁଇ ବର୍ଷ ହେଲା ନିର୍ମାଣଧୀନ ଛାତ୍ରାବାସର କାର୍ଯ୍ୟରେ ବିଳମ୍ବ ପାଇଁ ବିରକ୍ତି ପ୍ରକାଶ କରିବା ସହ ଜମି ବିବାଦ ପାଇଁ ବନ୍ଦ ଥିବା ପାଚେରି ନିର୍ମାଣ କାମର ତ୍ୱରାନ୍ୱିତ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହାପରେ ସେ (ମନ୍ତ୍ରୀ) କୋଣାର୍କ ବସ୍ଷ୍ଟାଣ୍ଡ୍ ନିକଟସ୍ଥ ସରକାରୀ ହାଇସ୍କୁଲ୍ରେ ଅନ୍ତେବାସୀଙ୍କ ରହଣି, ଖାଦ୍ୟପେୟ ଓ ପାଠପଢ଼ା ସମ୍ପର୍କରେ ତଦାରଖ କରିଥିଲେ । ଏହି ଗସ୍ତ ଅବସରରେ ଆଶ୍ରମ ସ୍କୁଲ୍ ପ୍ରଧାନଶିକ୍ଷକ ବିଜୟ ସେଠୀ ଓ ସରକାରୀ ହାଇସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ନମୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ, କୋଣାର୍କ ଆଶ୍ରମ ସ୍କୁଲ୍ ପରିସରରେ ନିର୍ମାଣଧୀନ ଛାତ୍ରୀବାସ କାର୍ଯ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁ ବିନା ଟେଣ୍ଡରରେ ଡିପାର୍ଟମେଣ୍ଟ ଜେଇଙ୍କ ନାମରେ କାର୍ଯ୍ୟାଦେଶରେ କାମ କରାଯାଉଛି । ଯେଉଁଥିପାଇଁ ଦୀର୍ଘଦିନ ହେଲା ଏହି କାର୍ଯ୍ୟ ସମାପ୍ତ ହୋଇପାରୁନଥିବା ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ।