ସାମ୍ବାଦିକଙ୍କୁ ଆକ୍ରମଣ: ବିପିୟୁଟି ଛାତ୍ର ସଂଘର ନିନ୍ଦା

GANA MADHYAMA PRATINIDHI NKU AKRAMANA PRATIBADA RE BPUT CHATRA SANGHA PAKHYARU MASTER CANTEEN CHACK RE BIKHYOV (2)

ଭୁବନେଶ୍ୱର,୧୫ା୭(ବୁ୍ୟରୋ): ଓଡିଶାରେ ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂ୍‍ର୍ଣ୍ଣ । ସେଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚତୁର୍ଥ ସ୍ତମ୍ଭ ବୋଲି ଆଖ୍ୟା ଦିଆଯାଇଛି । ସମସ୍ତ ସାଧାରଣ ଜୀବନଯାପନ କରୁଥିବା ଲୋକମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ସର୍ବଦା ଗଣମାଧ୍ୟମ ପ୍ରମୁଖ ଭୂମିକା ରହିଛି । ତେବେ ରାଜଧାନୀରେ ଗତ କିଛିଦିନ ହେଲା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଫଟୋ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ଏହାକୁ ଓଡିଶା ବିପିୟୁଟି ସଂଘ ନିନ୍ଦା କରିଛି । କିଛି ଚିଟଫଣ୍ଡ୍‍ ମାଫିଆ, ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିମାନେ ଆକ୍ରମଣର ଶିକାର ହେଉଛନ୍ତି । ତେବେ ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି । ସେହିପରି ଫଟୋ ସାମ୍ବାଦିକଙ୍କୁ ଆକ୍ରମଣ କରି ଫେରାର ଥିବା ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସଂଘ ଅନୁରୋଧ କରିଛି । ଏନେଇ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିପିୟୁଟି ଛାତ୍ର ସଂଘର ୧୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଛାତ୍ରସଂଘର ଉପଦେଷ୍ଟା ପାର୍ଥସାରଥି ମୁଦୁଲି, ଛାତ୍ରନେତା ଦୀପକ ଜେନା, ମନୋଜ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।