୨୬ ସୁଦ୍ଧା କାଳିଆ ଯୋଜନା ଅର୍ଥ

17

ଭୁବନେଶ୍ୱର, ୧୨ ।୧(ବୁ୍ୟରୋ): ଚାଷୀମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଘୋଷଣା କରିଥିବା କାଳିଆ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଯେଉଁ ଚାଷୀମାନେ ପୂର୍ବରୁ ନେଣଦେଣ କରିଛନ୍ତି ଏବଂ ପଞ୍ଜିକୃତ ହୋଇଛନ୍ତି, ସେମାନଙ୍କ ତାଲିକା ଚୂଡ଼ାନ୍ତ ହୋଇଛି । ଅପରପକ୍ଷରେ ତାଲିକାରେ ନାଁ ନଥିବା ଚାଷୀଙ୍କଠାରୁ ସବୁଜ ଫର୍ମରେ ଆବେଦନ ଗ୍ରହଣ କରାଯାଉଛି । ଆସନ୍ତା ୧୫ ତାରିଖରେ ଆବେଦନ ଅବଧି ଶେଷ ହେଲା ପରେ ଏହାକୁ ଯାଞ୍ଚ କରାଯାଇ ତାଲିକା ପ୍ରକାଶ ପାଇବ । ତେବେ ଆସନ୍ତା ୨୬ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୧୨.୪୦ ଲକ୍ଷ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଜାନୁଆରୀ ୧୫ ତାରିଖରେ ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ଯାଞ୍ଚ କରିବା ପାଇଁ ୨୮ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଆସନ୍ତା ଜାନୁଆରୀ ୨୬ ତାରିଖ ସୁଦ୍ଧା କାଳିଆ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିବ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ଅର୍ଥରାଶି ଜମା ହୋଇଯିବ ।
ମନ୍ତ୍ରୀ କହିଛନ୍ତିି, ଆସନ୍ତା ୨୬ ତାରିଖ ସୁଧା କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଟଙ୍କା ମିଳିବ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ଜମା କରାଯିବ । ନିୟମିତ ଭାବେ ବ୍ୟାଙ୍କ ନେଣଦେଣ କରୁଥିବା ମୋଟ ୧୨ ଲକ୍ଷ ୪୦ ହଜାର ·ଷୀଙ୍କୁ ଏହି ଟଙ୍କା ମିଳିବ । ବର୍ତ୍ତମାନ ଯେଉଁ ·ଷୀମାନେ ଆବେଦନ କରୁଛନ୍ତି ସେମାନଙ୍କୁ ଯାଞ୍ଚ କରାଯାଇ ଅର୍ଥ ପ୍ରଦାନ କରାଯିବ । କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ଜରିଆରେ ନୂତନ ଆବେଦନକାରୀଙ୍କ ବୈଧତା ଯାଞ୍ଚ କରାଯିବ । ଅଧିକାରୀମାନେ ତାଲିକା ଦେବାପରେ ୨୬ ତାରିଖ ସୁଦ୍ଧା ଟଙ୍କା ମିଳିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର କୃଷକମାନଙ୍କର ଆୟ ବୃଦ୍ଧି ଓ ସହାୟତା ଲାଗି କାଳିଆ ଯୋଜନା ଘୋଷଣା କରିଛନ୍ତି । ଏଥିରେ ଚାଷୀମାନଙ୍କୁ ବର୍ଷକୁ ଦୁଇଟି ଫସଲ ପାଇଁ ୫ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏହାଛଡ଼ା ସେମାନଙ୍କ ଜୀବନଜୀବିକା ପାଇଁ ଆର୍ଥିକ ସହାୟତା ଦିଆଯିବା ସହ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ପ୍ରଦାନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ସାରା ରାଜ୍ୟରେ ଏବେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସେଆର କରନ୍ତୁ:



Powered by odothemes.com