Photo---4

ଭଙ୍ଗା ଛପର, ଶୀତକାକରରେ ବିତୁଛି ଜୀବନ

13

ଘର ଖଣ୍ଡେ ପାଇଁ ଆକୁଳ ନିବେଦନ
ଧର୍ମଶାଳା(ଆପ୍ର): ଅସହାୟ, ଅବହେଳିତ ଓ ପଛୁଆ ବର୍ଗଙ୍କ ଉପଯୁକ୍ତ ବାସସ୍ଥଳୀ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଇନ୍ଦିରା ଆବାସ, ମୋ କୁଡ଼ିଆ, ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ସେ ଯୋଜନା ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ପ୍ରକୃତ ହିତାଧିକାରୀମାନେ ଉପରୋକ୍ତ ଯୋଜନାର ଫାଇଦା ପାଇପାରୁନାହାନ୍ତି । ଏହିଭଳି ଅନେକ ଯୋଜନାରେ ବ୍ୟତିକ୍ରମ ପରିଲିକ୍ଷିତ ହେବାରୁ ଏହାର ସୁଧାର ଆଣିବାକୁ ଯାଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଜନ ଶୁଣାଣି କରାଯାଉଛି । ହେଲେ ଏପରି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିଲେ ମଧ୍ୟ ଅସହାୟ ଲୋକମାନେ ସେଥିରୁ ବାଦ ପଡୁଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ୍ ସାହାଣୀଢିହ ପଞ୍ଚାୟତ ଚାରଗୋଠ ଗାଁରେ ।
ଗାଁର ଗିରିଧାରୀ ମଳିକଙ୍କ ପୁଅ ମହେଶ୍ୱର ମଳିକ (୩୫) । ଦୀର୍ଘ ଦିନ ହେବ ରେଳରୁ ଖସି ତାଙ୍କ ବାମ ଗୋଡ଼ ଅଚଳ ହୋଇଛି । ଫଳରେ ଠିକ୍ ଢଙ୍ଗରେ ଚଳପ୍ରଚଳ କରିପାରୁନାହାନ୍ତି । ଏକ ପ୍ରକାର ଶଯ୍ୟାଶାୟୀ କହିଲେ ଚଳେ । ଦୁର୍ଘଟଣା ପୂର୍ବରୁ ସେ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିବାବେଳେ ଏବେ ସମ୍ବଳ ନଥିବାରୁ ଅନ୍ୟତ୍ର ଯାଇ ଚିକିତ୍ସା ମଧ୍ୟ କରାଇପାରୁନାହାନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ଗେଟି ବାଡ଼େଇ ପରିବାର ପ୍ରତିପୋଷଣ କରୁଥିଲେ ।
ଅପରପକ୍ଷେ ବାପାଙ୍କ ବୟସ ଅଧିକ ହୋଇଥିବାରୁ ସେ ମଧ୍ୟ କାମକୁ ଯାଇ ପାରୁନାହାନ୍ତି । ଏପଟେ ଘରେ ୬ ପ୍ରାଣୀ କୁଟୁମ୍ବଙ୍କ ଚିନ୍ତା ଘାରୁଛି । ମହେଶ୍ୱରଙ୍କ ସମେତ ବାପା, ମା, ସ୍ତ୍ରୀ ଓ ତିନି ଝିଅ ରହନ୍ତି । ସରକାରଙ୍କ ପକ୍ଷରୁ ରାସନକାର୍ଡ ଓ ଆଧାର କାର୍ଡ ମିଳୁଥିବା ବେଳେ ଅନ୍ୟ କିଛି ସୁବିଧା ମିଳି ପାରିନାହିଁ । ବିପିଏଲ କାର୍ଡ ଥାଇ ମଧ୍ୟ ଏଯାବତ୍ ତାଙ୍କୁ ପକ୍କାଘର ଖଣ୍ଡେ ମହଙ୍ଗା ହୋଇଛି । ସ୍ୱାଧୀନତାର ବହୁ ବର୍ଷ ପରେ ଦରଛା ନୁଆଁଣିଆ ଚାଳ ଘରେ ବିତୁଛି ତାଙ୍କ ଜୀବନ । ଏହାକୁ ଦୃଷ୍ଟିରେ ରଖି ରବିବାର ସକାଳେ ତାଙ୍କ ବାସଭନରେ ପହଞ୍ଚôଥିଲେ ଯାଜପୁର ଜିଲ୍ଲା ଦଳିତ ଓ ପଛୁଆ ବର୍ଗର କାର୍ଯ୍ୟକାରୀ ସଭାପତି ନାରାୟଣ ମଳିିକ ଓ ଆଇନଜୀବୀ ଅନନ୍ତ ମଳିକ । ତାଙ୍କୁ ଏକ କମ୍ବଳ ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ମଳିକ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com