ACCIDENTA

ବସ୍-ବାଇକ୍ ଧକ୍କା: ବାପ-ପୁଅ ମୃତ, ନାତି ଆହତ

8

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ହଳଦିଆ ଠାରେ ଶନିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ବସ୍ ସହ ବାଇକ୍ ଧକ୍କା ହେବା ଫଳରେ ଗୋଟିଏ ପରିବାରର ବାପ-ପୁଅଙ୍କ ମୃତୁ୍ୟ ହୋଇଥିବା ବେଳେ ୫ ବର୍ଷର ନାତି ଗୁରୁତର ହୋଇଥିବା ଜଣାପଡ଼ିଛି ।
ସୂଚନା ଯେ ଡ଼ୋଲିଆ ଗ୍ରାମର ଜଗବନ୍ଧୁ ସର୍ଦ୍ଦାର(୫୫) ତାଙ୍କ ପୁଅ ବିରଞ୍ଚô ସର୍ଦ୍ଦାର(୨୭) ଓ ନାତି ସୁଜିତ୍ ସର୍ଦ୍ଦାର (୫) ଏକ ବାଇକ୍ରେ କଙ୍କଡ଼ାହାଡ଼ରୁ ନିଜ ଗାଁକୁ ଫେରୁଥିବା ବେଳେ ମହାବିରୋଡ଼ରୁ ପୂଜା ନାମକ ଏକ ବସ୍ କଙ୍କଡ଼ାହାଡ଼କୁ ଆସୁଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୁଅ ମୃତୁ୍ୟବରଣ କରିଥିବା ବେଳେ ଜେଜେ ଓ ନାତି ଗୁରୁତର ହୋଇଥିଲେ ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବାପା ଜଗବନ୍ଧୁ ସର୍ଦ୍ଦାର ଓ ବିରଞ୍ଚôଙ୍କ ୫ବର୍ଷର ପୁଅ ସୁିଜତ୍ଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜେଜ ଜଗବନ୍ଧୁ ସର୍ଦ୍ଦାର ମୃତ ଘୋଷଣା କରିଥିଲେ । ନାତି ସୁଜିତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ସଦର ହସ୍ପିଟାଲ୍ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ କଙ୍କଡ଼ାହାଡ଼ ପୁଲିସ୍ ପହଞ୍ଚô ମୃତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

ସେଆର କରନ୍ତୁ:



Powered by odothemes.com