MAJURI-PAIN-DHARANA,-KJR

ମଜୁରି ପ୍ରଦାନରେ ଅବହେଳା: ଶ୍ରମିକଙ୍କ ଧାରଣା

9

କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲାର ଖଣିଜ ସମ୍ପଦକୁ ବିନିଯୋଗ କରି ବଡ ବଡ ଶିଳ୍ପପତି, ଠିକାଦାର, ଖଣିମାଲିକ, ପରିବହନ ଏଜେଣ୍ଟ ଲାଭବାନ୍ ହେଉଥିବାବେଳେ ସ୍ଥାନୀୟ ଲୋକେ ଛୋଟମୋଟ କାମ କରି ସ୍ୱଳ୍ପ ବେତନରେ ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଅଳ୍ପ ହେଉ ପଛକେ ସେମାନଙ୍କ ଦରମା ସମୟାନୁସାରେ ନମିଳିଲେ ସେମାନଙ୍କୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼େ । ଏ ପ୍ରରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ଥିବା ଗନ୍ଧମାର୍ଦ୍ଦନ ମାଇନ୍ସ ପକ୍ଷରୁ ମେସର୍ସ ଏସ୍ଆଇଏସ୍ ଠିକାଦାର କମ୍ପାନୀ ମାଧ୍ୟମରେ କିଛି ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଦୀର୍ଘଦିନଧରି ଉକ୍ତ ଠିକାଦାର କମ୍ପାନୀ ଶ୍ରମିକମାନଙ୍କୁ ଧାର୍ଯ୍ୟ ସମୟରେ ମଜୁରି ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରୁଥିବାରୁ ଶ୍ରମିକ ସଂଘ ତରଫରୁ ଗନ୍ଧମାର୍ଦ୍ଦନମାଇନ୍ସର ରିଜିୟନାଲ୍ ମ୍ୟାନେଜର୍ ଏବଂ ମେସର୍ସ ଏସ୍.ଆଇ.ଏସ୍ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ଏକ ଦରଖାସ୍ତ ମାଧ୍ୟମରେ ପ୍ରତ୍ୟେକ ମାସର ଦରମା ଚୁକ୍ତି ଅନୁଯାୟୀ ପରବର୍ତ୍ତି ମାସର ୭ ତାରିଖ ମଧ୍ୟରେ ଦେବାପାଇଁ ଅନୁରୋଧ କରିଥିଲେ । ତେବେ ଏହି ନିୟମକୁ ବାରମ୍ବାର ଉଲଘଂନ କରାଯାଉଥିବାରୁ ସୁରକ୍ଷାକର୍ମୀଙ୍କ ସଂଘ ତରଫରୁ ଡିସେମ୍ବର ୨୦୧୮ ର ଦରମା ୨୦୧୯ ଜାନୁୟାରୀ ମାସ ୧୧ ତାରିଖ ସୁଦ୍ଧା ପ୍ରଦାନ ନକଲେ ଏହି ସୁରକ୍ଷାକର୍ମୀମାନେ ଧାରଣାରେ ବସିବେ ବୋଲି ଚେତାବନୀ ଶୁଣାଇଥିଲେ । ତେବେ କମ୍ପାନୀ ତରଫରୁ ଚଳିତ ମାସ ୧୧ ତାରିଖ ସୁଦ୍ଧାର ସେମାନଙ୍କୁ ଦରମା ନମିଳିବାରୁ ସୁରକ୍ଷାକର୍ମୀମାନେ ୧୨ ତାରିଖ ସକାଳ ଠାରୁ ଧାରଣାରେ ବସିଥିବା ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com