Book Release Documentation of the Monuments of the Old Jagannath SADAK in Odisha (1)

ଇନ୍ଟାକ୍ ଦ୍ୱାରା ଜଗନ୍ନାଥ ସଡ଼କର ଦସ୍ତାବିଜ୍ ଉନ୍ମୋଚିତ

19

ଭୁବନେଶ୍ୱର,୧୨ା୭(ବୁ୍ୟରୋ): ଇଣ୍ଡିଆନ୍‍ ନେସ୍‍ନାଲ୍‍ ଟ୍ରଷ୍ଟ ଫର୍‍ ଆର୍ଟ ଆଣ୍ଡ୍‍ କଲ୍‍ଚରାଲ୍‍ ହେରିଟେଜ୍‍ (ଇନ୍ଟାକ୍) ପ୍ରସ୍ତୁତ କରିଛି ପୂରାତନ ଜଗନ୍ନାଥ ସଡକର ଏକ ଦସ୍ତାବିଜ । ଏହା ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଉନ୍ମୋଚିତ ହୋଇଛି । ଆଜର ଏ ଦସ୍ତାବିଜ ତକ୍ରାଳୀନ ଜଗନ୍ନାଥ ସଡକର ଏକ ପୁନଃ ଲେଖନ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଡ. ଅରବିନ୍ଦ ପାଢୀ, ଇନ୍ଟାକ୍‍ର ଉପଦେଷ୍ଟା ଅନନ୍ତ ମହାପାତ୍ର, କଲିକତା ଇନ୍ଟାକର ଆବାହକ ଜିଏମ୍‍ କପୁର, ରାଜ୍ୟ କନ୍‍ଭିନର ଅମୀୟ ଭୂଷଣ ତ୍ରୀପାଠି, ଭୁବନେଶ୍ୱର ଚାପ୍ଟର କନ୍‍ଭିନର ଏଚ୍‍ ବାଳକ୍ରୀଷ୍ଣନ୍‍, ଅନିଲ୍‍ ଦେ ଉପସ୍ତିତ ଥିଲେ । ଏହି ଅବସରରେ ସଚିବ ଶ୍ରୀ ପାଢୀ ଏହି ଦସ୍ତାବିଜକୁ ମୁଦ୍ରଣ କରି ପ୍ରକାଶ କରିବା ଦାୟତ୍ୱ ସରକାର ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ରାସ୍ତା ମେଦିନିପୁର, ବାଲେଶ୍ୱର, ନିଳଗିରି, ଭଦ୍ରକ, ଯାଜପୁର, ଧର୍ମଶାଳା, ଛତିଆ, କଟକ, ଭୁବନେଶ୍ୱର ଏବଂ ପିପିଲି ଦେଇ ପୁରୀ ପର୍ଯ୍ୟନ୍ତ ଯାଇଛି । ତେଣୁ ନିଶ୍ଚିତ ଭାବେ ଆସନ୍ତା ଦିନରେ ଟ୍ରାଭେଲ ଟୁ୍ୟରିଜିମ୍ ଦୃଷ୍ଟିରୁ ଏହି ରାସ୍ତାର ଗୁରୁତ୍ୱ ପଢ଼ିବ । ସେହିପରି ଅନିଲ୍‍ ଦେ କହିଥିଲେ ଯେ, ବିଶ୍ୱରେ ଜଗନ୍ନାଥ ସଡକ ଏକମାତ୍ର ସଡକ ଯାହାକୁ ଭକ୍ତ ମାନେ ପୂଜା କରନ୍ତି । ଏହା ଓଡିଶାର ଏକ ପରିଚୟ । କାଳକ୍ରମେ ଏହା ନଷ୍ଟ ହେବାରେ ଲାଗିଛି । ଭୁବନେଶ୍ୱରରୁ ପୂରୀ ପର୍ଯ୍ୟନ୍ତ ରାସ୍ତା ଇତିହାସର କଥା କୁହେ । ଜଳେଶ୍ୱରରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଜଗନ୍ନାଥ ସଡକ ଚିହ୍ନଟ ସରିଛି । ଆଗାମୀ ଦିନରେ କଲିକତାର ହୁଗୁଳିଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ରାସ୍ତାକୁ ଚିହ୍ନଟ କରାଯାଇ ଏହାର ମଧ୍ୟ ଦସ୍ତାବିଜ ପ୍ରସ୍ତୁତ କରାଯିବ । ଜଗନ୍ନାଥ ସଡକ ଚିହ୍ନଟ ସମୟରେ ୨୦୦ଐତିହ୍ୟ ମଧ୍ୟରୁ ୧୭୦ଟି ବଛାବଛା ଐତିହ୍ୟକୁ ଫଟୋଚିତ୍ର କରି ବନ୍ଧେଇ କରାଯାଇଛି । ନିଜ ଜାତିର ଐତିହ୍ୟ ଓ ପରମ୍ପରାର ଚିତ୍ରକୁ ବହନ କରୁଥିବା ସମସ୍ତ ଜିନିଷକୁ ପୁନରୁଦ୍ଧାର କରିବା ସଂସ୍କୃତି ବିଭାଗର ଦାୟିତ୍ୱ ବୋଲି ଉକ୍ତ ସଭାରେ ମତପ୍ରକାଶ ପାଇଥିଲା । ଆଗମୀ ଦିନରେ ଏଥିପ୍ରତି ଆହରୁ ସଜାଗ ହୋଇ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସଂସ୍କୃତି ସଚିବ ଶ୍ରୀ ପାଢୀ କହିଥିଲେ ।




Powered by odothemes.com