ROAD-WORKING---2019-PHOTO-TIHIDI

ପୁରୁଣା ମେଟାଲରେ ଚାଲିଛି ନିର୍ମାଣ, ଭିଜିଲାନ୍ସ ତଦନ୍ତ ଦାବି

12

ଗୁଆଁଳ-କଇଥଖୋଲା ରାସ୍ତାରେ ଖର୍ଚ୍ଚ ହେବ ଦେଢ଼କୋଟି
ଧାମରା (ଆପ୍ର): ଗୁଆଁଳ-କଇଥଖୋଲା ରାସ୍ତା ପାଇଁ ଦେଢ଼କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ନିର୍ମାଣ ଚାଲିଛି । କିନ୍ତୁ ପୁରୁଣା ରାସ୍ତାରୁ ତଡ଼ା ଯାଇଥିବା ଗେଟିକୁ ଧୋଇ ପୁଣି ବ୍ୟବହାର କରାଯାଉଥବବା ଅଭିଯୋଗ ହୋଇଛି । ଯନ୍ତ୍ରୀ ଓ ଏସ୍ଡିଓ କାଦୁଆ ଫିଙ୍ଗାଫିଙ୍ଗି ହେଉଥିବାବେଳେ କାହା ପ୍ରରୋଚନାରେ ଠିକାଦାର ଏଭଳି ତ୍ରୁଟିବିଚୁ୍ୟତି କରୁଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିବା ସହିତ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।
ବାଁଶଡା ଘାଟରୁ ଧାମରା ଆଡକୁ ଗଲେ ପଡେ ଗୁଆଁଳ ଗାଁ । ଏଠାରୁ କଇଥଖୋଲା ବଜାର ଦୂରତା ୫ କିମି । ଆର୍ ବିଭାଗ ଅଧୀନରେ ଥିବା ଏହି ସଡକ ୧୦ ବର୍ଷ ହେଲା ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା । ଗୁଆଁଳରେ ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଘର ହୋଇଥିବାରୁ ଏବଂ ରାସ୍ତା ପୁନଃନିର୍ମାଣ ଲାଗି ୧୦ ଖଣ୍ଡ ଗାଁର ଲୋକେ ତାଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିବାରୁ ସେ ବିଧାୟକଙ୍କୁ କହି ଦେଢ କୋଟି ଟଙ୍କା ବରାଦ କରାଇଥିଲେ । ବିଡମ୍ବନା ହେଲା, ଭଦ୍ରକରେ ରହୁଥିବା ଯନ୍ତ୍ରୀ ଓ ଏସଡିଓ ମାସରେ ଥରେ ଏହି ଅଞ୍ଚଳକୁ ପରିଦର୍ଶନ କରିବାକୁ ଯାଉଛନ୍ତି । ଠିକାଦାରଙ୍କ ଘର ବି ଭଦ୍ରକ । କିନ୍ତୁ ଠିକାଦାରଙ୍କ ନିଦେ୍ର୍ଦଶରେ ସୁପରଭାଇଜର ସେହି ପୁରୁଣା ରାସ୍ତାରୁ ତଡା ଯାଉଥିବା ବଡ ବଡ ଗେଟିକୁ ତାଡି ତାକୁ କେନାଲରେ ଧୋଇ ପୁଣି ନୂଆ ରାସ୍ତାରେ ବିଛାଉଛନ୍ତି । ୫ କିମି ରାସ୍ତା ନିର୍ମାଣ ପାଇଁ ଭଦ୍ରକରେ ଥିବା କ୍ରସରରୁ କେବଳ ନାଲଗୋଡି ଯାଉଛି ।
ପୁରୁଣା ମେଟାଲରେ କାମ ଚାଲିଛି ଓ ଏ ବିଷୟରେ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ ବି ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ବି ସେ ଜଣେ ଅଧସ୍ତନ ଅଧିକାରୀଙ୍କ ·ପରେ ଚୁପ ରହିବାକୁ ବାଧ୍ୟ ହୋଇଥିବା ଆଲୋଚନା ହେଉଛି । ଏବାବଦରେ ଏସ୍ଡିଓଙ୍କ ମତାମତ ନେବାରୁ ସେ ଅନୁଧ୍ୟାନ କରିବି ବୋଲି ଉତ୍ତର ଦେଇ ଖସି ଯାଇଛନ୍ତି । ତେବେ ଗୁଆଁଳ, କଇଥଖୋଲା ଆଦି ଅଞ୍ଚଳର ଲୋକେ ଅନିୟମିତତାର ଭିଜିଲାନ୍ସ ଯାଞ୍ଚ ଲାଗି ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com