AHRCC12345

ବଦଳିବ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନାମ

9

ଭୁବନେଶ୍ୱର(ବୁ୍ୟରୋ): କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନାମ ବଦଳି ‘ଆଚାର୍ଯ୍ୟ ହରିହର ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଟୁ୍ୟଟ୍ ଅଫ୍ କ୍ୟାନ୍ସର’ ହେବ । ଏନେଇ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠରେ ନିଷ୍ପତ୍ତି ହୋଇଛି ।
ବୈଠକରେ ଦେଶର ଅନ୍ୟତମ ପ୍ରମୁଖ କର୍କଟ ଚିକିତ୍ସା ଅନୁଷ୍ଠାନର ବିକାଶ ନେଇ ବିସ୍ତୃତ ଆଲୋଚନା କରାଯିବା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ପାଇଁ ସ୍ଥାନାଭାବ ଦୁର କରାଯିବା ନିମନ୍ତେ ଉକ୍ତ ଅନୁଷ୍ଠାନର ପରିସର ବୃଦ୍ଧି କରାଯିବ । ପରିସରକୁ ଲାଗି ପୂର୍ତ୍ତ ବିଭାଗ ଅଧୀନରେ ଥିବା ଶିଳ୍ପ ବିଭାଗ ଓ ଜିଏ ପ୍ରାୟ ୪ ଏକର ଜମି ଏହାକୁ ହସ୍ତାନ୍ତର କରାଯିବ । ଅନୁଷ୍ଠାନର ବିକାଶ ତଥା ଉନ୍ନତିକରଣ ନିମନ୍ତେ ଟାଟା ଟ୍ରଷ୍ଟ୍ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ଖୁବ୍ଶୀଘ୍ର ଏଠାରେ ରୋଗୀଙ୍କ ନିମନ୍ତେ ପେଟ୍, ସିଟି ଓ ଏମ୍ଆର୍ଆଇ ସ୍କାନ ସୁବିଧା ପିପିପି ମୋଡରେ ଉପଲବ୍ଧ ହେବ । ସେହିପରି ସ୍ତ୍ରୀ ଓ ପ୍ରସୂତୀ ଅଙ୍କୋଲୋଜି, ସର୍ଜରୀ ଅଙ୍କୋଲୋଜି ଏବଂ ମେଡିକାଲ ଫିଜିକ୍ସରେ ପିଜି ପାଠ୍ୟକ୍ରମ ଜାରି ରହିବ ଏବଂ ଆଗାମୀ ଦିନରେ ଅନ୍ୟାନ୍ୟ ବିଷୟରେ ମଧ୍ୟ ପିଜି ପାଠ୍ୟକ୍ରମ ଆରମ୍ଭ କରାଯିବା ନିମନ୍ତେ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏହି ଅବସରରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପକ୍ଷରୁ ପ୍ରକାଶିତ ପ୍ରଥମ ‘ଇୟର ବୁକ୍-୨୦୧୭’ ଉନ୍ମୋଚିତ ହୋଇଛି । ଏଏଚ୍ଆର୍ସିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ନିଦେ୍ର୍ଦଶକ ଡା. ଲଲାଟେନ୍ଦୁ ଷଢଙ୍ଗୀ, ରାଜ୍ୟ ମେଡିକାଲ ନିଗମ ଏମ୍ଡି ଅର୍ଚ୍ଚନା ପଟ୍ଟନାୟକ ଏବଂ ଏସ୍ସିବି ମେଡିକାଲ କଲେଜ ଓ ହସପିଟାଲ ଡିନ୍ ତଥା ପ୍ରନ୍ସିପାଲ ପ୍ରଫେସର ସିଦ୍ଧାର୍ଥ ଦାଶଙ୍କ ସମେତ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com