lead

ଅଭିନବ ଉପାୟରେ ଟଙ୍କା ଲୁଟ୍

11

ଆକାଉଣ୍ଟ୍ରୁ ତଥ୍ୟ ଚୋରି ଅଭିଯୋଗ
ପାଣିକୋଇଲି(ଆପ୍ର): ସାଇବର ଅପରାଧୀମାନେ ବିଭିନ୍ନ ଉପାୟରେ ଆକାଉଣ୍ଟରୁ ଟଙ୍କା ଚୋରି କରିବା ବହୁବାର ନଜିର ରହିଛି । ଏବେ ବିନା ଏଟିଏମ ତଥା ବିନା ଫୋନ୍ କଲ୍ରେ ଆକାଉଣ୍ଟରୁ ଟଙ୍କା ଉଠାଇ ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟଯେ ପ୍ରଥମ ଉଠାଣ ପାଣିକୋଇଲିରେ ହୋଇଥିବା ବେଳେ ଦ୍ୱିତୀୟ ଉଠାଣ ହୋଇଛି ସୁଦୂର ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ନିକଟସ୍ଥ ଏକ ଏଟିଏମରୁ । ତାହା ପୁଣି ମାତ୍ର କେଇ ଘଣ୍ଟା ବ୍ୟବଧାନରେ ।
ମିଳିଥିବା ଅଭିଯୋଗରୁ ପ୍ରକାଶ ଯେ ପାଣିକୋଇଲି ଥାନା ଅଳତିରିର ଭ୍ରମରବର ପରିଡ଼ାଙ୍କ ପୁଅ ରଶ୍ମୀରଞ୍ଜନଙ୍କ ପାଣିକୋଇଲିସ୍ଥିତ ଷ୍ଟେଟ ବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି । ଗୁରବାର ରଶ୍ମୀ ନିଜର ଏଟିଏମ ବ୍ୟବହାର କରି ଦିନ ସାଢ଼େ ୧୧ଟା ସମୟରେ ପାଣିକୋଇଲିସ୍ଥିତ ବଜାରରେ ଥିବା ଏସ୍ବିଆଇ ଏଟିଏମ୍ରୁ ଦଶ ହଜାର ଟଙ୍କା ଉଠାଇ ଥିଲେ । ମାତ୍ର ସଂଧ୍ୟା ୭.୫୦ ସମୟରେ ତାଙ୍କ ଆକଉଣ୍ଟରୁ ପୁଣି ରାଞ୍ଚିର ହାୱାଇନଗରସ୍ଥିତ ଏକ ଏଟିଏମରୁ ଦଶହଜାର ଟଙ୍କା ଉଠାଯାଇଥିବାରୁ ତାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା । ମେସେଜ ପାଇବା ପରେ ରଶ୍ମିରଂଜନ ତାଙ୍କର ଏଟିଏମଟିକୁ ବ୍ଲକ୍ କରି ଦେଇଥିଲେ । ପରେ ଏ ସଂକ୍ରାନ୍ତରେ ସେ ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମିଶ୍ରଙ୍କ ନିକଟରେ ଅଭିଯୋଗ କରିବା ପରେ ଶ୍ରୀ ମିଶ୍ର ଏହା ଏକ ଭିନ୍ନ ଧରଣର ଏଟିଏମ ଲୁଟ୍ ବୋଲି ସ୍ୱୀକାର କରିଥିଲେ । ଏହାସହିତ ଟଙ୍କା ଉଠାଯାଇଥିବା ଏଟିଏମ୍ର ସିସିଟିଭି ଫୁଟେଜ ଉକ୍ତ ଶାଖାରୁ ମଗାଯିବ ବୋଲି କହିଥିଲେ । ଏ ସଂକ୍ରାନ୍ତରେ ରଶ୍ମୀରଂଜନ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଏଟିଏମ ଲୁଟେରାମାନେ ଏଟିଏମ ମାଧ୍ୟମରେ ହେଉ ଅଥବା ଫୋନ୍ କଲ ମାଧ୍ୟମରେ ଆକାଉଣ୍ଟ ନମ୍ବର ଜାଣିବା ପରେ ସେଥିରୁ ଟଙ୍କା ଉଠାଇବାରେ ସଫଳ ହେଉଥିଲେ । ହେଲେ ଏବେ ଏପରି ଏକ ଭିନ୍ନ ଧରଣର ଉପାୟ ଅବଲମ୍ବନ କରି ଲୁଟେରାମାନେ ଟଙ୍କା ଉଠାଇବାରେ ସଫଳ ହୋଇଥିବାରୁ ତାହା ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟିକୁ ପଦାରେ ପକାଇଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସେଆର କରନ୍ତୁ:



Powered by odothemes.com