BHUBAN

ଦୃଷ୍ଟି ଆଢୁଆଳରେ ପଛୁଆବର୍ଗ

24

ଦୂଷିତ ଜଳ ସମସ୍ୟା ଲାଗି ମହିଳାଙ୍କ ଆନେ୍ଦାଳନ ଚେତାବନୀ
ଭୁବନ,୧୧ା୧(ସରୋଜ କୁମାର ସାହୁ): ସରକାରୀସ୍ତରରେ ପଛୁଆବର୍ଗ ଲୋକମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ନିମନ୍ତେ ହୋଇଛି ନାହିଁ ନଥିବା ବ୍ୟବସ୍ଥା । ଏମାନଙ୍କ ପାଇଁ ହୋଇଛି ବହୁ ସ୍ୱତନ୍ତ୍ର ବ୍ୟବସ୍ଥା କିନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସି ଅନ୍ତର୍ଗତ ୩ନଂ ୱାର୍ଡର ବନ୍ଦାଳ ଅଞ୍ଚଳର ପଛୁଆବର୍ଗ ଲୋକମାନଙ୍କ ପାଇଁ ସବୁ ବ୍ୟବସ୍ଥା ଅପହଞ୍ଚ । ଲାଗୁଛି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଏହି ଅଞ୍ଚଳ । ଏହି ଅଞ୍ଚଳରେ ୪୦/୫୦ ଘର ଲୋକ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଶତକଡ଼ା ୯୫ ଭାଗ ଚାଳଘରେ ରହୁଛନ୍ତି । ଘର ଅଭାବରୁ ପ୍ରତ୍ୟେକଙ୍କ ଘର ଉପରେ ଜରିପାଲ ପଡ଼ିଥିବା ବେଳେ ଅଧିକାଂଶଙ୍କ ଘର ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଛି । ଏମାନେ ସମସ୍ତେ ଦିନ ମଜୁରିଆ । ଖଣ୍ଡେ ଖାଇ ଖଣ୍ଡେ ପିନ୍ଧିବା ବ୍ୟତିତ ଏମାନଙ୍କର କିଛି ସମ୍ବଳ ନାହିଁ । ସରକାରୀ ଜାଗାରେ ରହିବା ଘର ହୋଇଥିବାରୁ ଆବାସ ଯୋଜନାରୁ ଏମାନେ ବଞ୍ଚôତ । ତେବେ ବହୁ ଅଭାବ ଅସୁବିଧା ଦେଇ ଗତି କରୁଥିବା ଏହି ଅଞ୍ଚଳବାସୀଙ୍କର ମୁଖ୍ୟ ସମସ୍ୟା ପାଲଟିଛି ପାନୀୟ ଜଳ । ଏହି ଅଞ୍ଚଳରେ ଗୋଟିଏ କୂଅ ଓ ଗୋଟିଏ ନଳକୂପ । ନଳକୂପରୁ ପାଣି ଖରାପ ବାହାରୁଥିବା ବେଳେ ଅଧିକାଂଶ ସମୟ ଏହା ଖରାପ ହୋଇଥାଏ । ସମସ୍ତ ଲୋକ ଏହି କୂଅ ଉପରେ ପାନୀୟ ଜଳ ପାଇଁ ନିର୍ଭର କରନ୍ତି । କିନ୍ତୁ ଏହି ପାଣି ବର୍ତ୍ତମାନ ଦୂଷିତ ହୋଇଯିବା କାରଣରୁ ଏହାକୁ ପାନୀୟଜଳ ଭାବେ ବ୍ୟବହାର କରି ଅଞ୍ଚଳବାସୀ ପେଟରୋଗର ଶିକାର ହେଉଛନ୍ତି । ତେବେ ଏହି ଅଞ୍ଚଳ ଦେଇ ଜାତୀୟ ରାଜପଥ ୫୩ ନୂଆଭୁବନ ଛକ ଠାରୁ ବୁଦେ୍ଧଶ୍ୱର ପୀଠ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ଦ୍ୱାରା ନିର୍ମିତ କଂକ୍ରିଟ୍ ରାସ୍ତାଟି ଏହି ଅଞ୍ଚଳ ଦେଇ ଯାଇଥିବାରୁ ଏମାନେ ସମସ୍ୟାରେ ପଡ଼ିଯାଇଛନ୍ତି । ରାଜସ୍ୱ ବିଭାଗ ଦ୍ୱାରା ନିଲାମ ଦିଆଯାଇ ଏହି ରାସ୍ତାରେ ଦ୍ରେନିକ ଶହଶହ ହାଇୱା, ଯ୍ରକ୍ ଓ ଟ୍ରାକ୍ଟର ବାଲିବୋଝେଇ କରି ଯିବା ଆସିବା ପାଇଁ ଅନୁମତି ଦିଆଯାଇଥିବାରୁ ଧୂଳିଧୂଅାଁରେ ଏହି ଅଞ୍ଚଳବାସୀ ବର୍ତ୍ତମାନ ଅସ୍ତବ୍ୟସ୍ତ । ବାହାରେ ଘରେ ଚାରିଆଡ଼େ ଧୂଳିମୟ ଏପରିକି ଖାଦ୍ୟ ଜିନିଷ ସୁରକ୍ଷିତ ରଖିବା କଷ୍ଟକର । ତେବେ ରାସ୍ତା ପାଶ୍ୱର୍ରେ ଥିବା କୂଅରେ ଧୂଳି ଯୋଗୁଁ ଏହାର ପାଣି ବର୍ତ୍ତମାନ ଦୂଷିତ । କୂଅଟିରେ ବିଭିନ୍ନ ଗଛଲତା ମାଡ଼ିଯାଇଛି । କୂଅରେ ବ୍ଲିଚିଂ ପଡ଼ୁନାହିଁ । ପାଣିକୁ ଛାଣିବା ପରେ ମଧ୍ୟ ମଇଳା ଦେଖାଯାଉଛି । ପୂର୍ବରୁ ରାଜନେତାମାନଙ୍କ ଦ୍ୱାରସ୍ଥ ହୋଇ ଏମାନେ ବିଫଳ ହୋଇଥିବା ବେଳେ ବର୍ତ୍ତମାନ ଏହି ଅଞ୍ଚଳର ମହିଳାମାନେ ଆନେ୍ଦାଳନ ଲାଗି ଅଣ୍ଟା ଭିଡ଼ିଛନ୍ତି । ତୁରନ୍ତ ସମସ୍ରା ସମାଧାନ କରିବାକୁ ଯାଇ ଏହି ରାସ୍ତାରେ ବାଲିବୋଝେଇ ଭାରୀଯାନ ଚଳାଚଳ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ଅନ୍ୟଥା ଏହାକୁ ନେଇ ଆନେ୍ଦାଳନ ଚୋବନୀ ମଧ୍ୟ ଦେଇଛନ୍ତି । ଅପରପକ୍ଷେ ଏହି ସମସ୍ୟାକୁ ନେଇ ମଧ୍ୟ ଗ୍ରାମ କମିଟି ପକ୍ଷରୁ ପ୍ରଶାସନର ଦୃଷ୍ଟିଗୋଚର କରାଯାଇଛି । ତେବେ ଟିକସ ପାଇଁ ଜନବସତି ମଧ୍ୟରେ ବାଲିବୋଝେଇ ଭାରୀଯାନ ଚଳାଚଳକୁ ବନ୍ଦକରି ଅଞ୍ଚଳବାସୀଙ୍କୁ ଶାନ୍ତିରେ ରହିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ବୁଦ୍ଧିଜୀବୀମାନେ ଜଣାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com