Private-finance-,JODA-(1)

ଏସ୍ଏଚ୍ଜି ସଭ୍ୟାଙ୍କ ନାଁରେ ୧୪ ଲକ୍ଷ ଋଣ

13

ଯୋଡ଼ା(ଆପ୍ର): ଚମ୍ପୁଆ ଠାରେ ଥିବା ସ୍ପନ୍ଦନା ନାମକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଯୋଡ଼ା ସହରାଞ୍ଚଳର ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ (ଏସ୍ଜି) ସଭ୍ୟାଙ୍କ ନାମରେ ଜଣେ ମହିଳା ପ୍ରାୟ ୧୪ ଲକ୍ଷ ଟଙ୍କା ଋଣ ନେଇ କିସ୍ତି ଅନୁଯାୟୀ ପରିଶୋଧ କରୁନାହାନ୍ତି । ଫଳରେ ଋଣ ଗ୍ରହୀତା ହରଡ଼ଘଣାରେ ପଡ଼ିଛନ୍ତି । ଏହି ଘଟଣା ଥାନାରେ ପହଞ୍ଚôଛି ।
ବୁଧବାର ଦିନ ଯୋଡ଼ା ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୁଲିସ ଗୋଲକଧନ୍ଦାରେ ପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ ଯୋଡ଼ା ସହରାଞ୍ଚଳ ଶାସ୍ତ୍ରୀନଗର ବାସୀନ୍ଦା ଡରାଲିନ କାରୁଆ ଶାସ୍ତ୍ରୀନଗର, ବନେଇକଳା, ଝରଣ, ତାରିଣୀ ହଟିଂ ଓ ତଲକ ହଟିଂରେ ଥିବା ପାଞ୍ଚ ଏସ୍ଏଚ୍ଜି ଗୋଷ୍ଠୀର ପ୍ରାୟ ୪୦ରୁ ଊଦ୍ଧ୍ୱର୍ ସଭ୍ୟାଙ୍କ ନାମରେ ବର୍ଷକ ତଳେ ସ୍ପନ୍ଦନ ବ୍ୟାଙ୍କରୁ ୧୪ ଲକ୍ଷ ଚଙ୍କା ଋଣ ନେଇଥିଲେ । ସଭ୍ୟାଙ୍କ ଭୋଟ ପରିଚୟପତ୍ର, ଆଧାରକାର୍ଡ ମାଧ୍ୟମରେ ସେ ଋଣ ଗ୍ରହଣ କରିଥିବା ଜଣାପଡିଛି ।
ନିର୍ଦ୍ଧାରିତ ୧୪ କିସ୍ତିରେ ଋଣ ସୁଝିବା ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ଚାରି ମାସ ହେଲା କିସ୍ତି ପ୍ରଦାନରେ ଅନିୟମିତତା କାରଣରୁ ବିବାଦ ଉପୁଜିଛି ।ଏବେ ସମ୍ପୃକ୍ତ ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ଜଗନ୍ନାଥ ପାତ୍ର ଓ ପ୍ରଶାନ୍ତ ପାତ୍ର ଋଣୀ ସଭ୍ୟାଙ୍କ ଘର ବୁଲି ଋଣ ପରିଶୋଧ ନିମନ୍ତେ ତାଗିଦ କରୁଥିବାରୁ ଏହାକୁ କେନ୍ଦ୍ରକରି ସମ୍ପୃକ୍ତ ପରିବାରଗୁଡିକ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିବାର ଖବର ମିଳିଛି । ଡିସେମ୍ବର ଶେଷ ସପ୍ତାହରେ ଏଭଳି ଅଛିଣ୍ଡା କନ୍ଦଳକୁ ନେଇ ୪୦ରୁ ଊଦ୍ଧ୍ୱର୍ ସଭ୍ୟା ଯୋଡା ଥାନାର ଦ୍ୱାରସ୍ଥ ହେବାପରେ ଥାନା ବାବୁଙ୍କ ମଧ୍ୟସ୍ଥିତାରେ ଚାରିଦିନ ମଧ୍ୟରେ ଡରାଲିନ କିସ୍ତି ଟଙ୍କା ଜମା କରିବା ନିମନ୍ତେ ପ୍ରତିଶ୍ରୁତି ଦେଇତôଲେ । ଇତିମଧ୍ୟରେ ସମୟ ସୀମା ଅତିକ୍ରାନ୍ତ ହୋଇଥିବାବେଳେ ଡରାଲିନ ଧରାଛୁଆଁ ନଦେବାରୁ ସଭ୍ୟାମାନେ ମିଳିତଭାବେ ମଙ୍ଗଳବାର ଦିନ ତାଙ୍କୁ ଅଟକ କରିଥିଲେ । ବର୍ଷକ ମଧ୍ୟରେ ବଳକା ଋଣ ପରିଶୋଧ ନିମନ୍ତେ ଡରାଲିନ କହିବାରୁ ସଭ୍ୟାଙ୍କ ଅକଲ ଗୁଡୁମ ହୋଇଯାଇଥିଲା । ନିରୁପାୟ ହୋଇ ମହିଳା ଗୋଷ୍ଠୀ ବୁଧବାର ଯୋଡା ଥାନାରେ ଅଭିଯୋଗ କରିଥିବା ଖବର ମିଳିଛି । ତେବେ ସମସ୍ୟା ସମାଧାନକୁ ନେଇ ଯୋଡା ପୁଲିସର ଅକଲ ଗୁଡୁମ୍ ହୋଇଛି । ସରକାର ମହିଳା ସଶକ୍ତିକରଣ ନାମରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥôକ ପ୍ରୋସôାହନ ପ୍ରଦାନ ସମୟରେ ଜାତୀୟକରଣ ବ୍ୟାଙ୍କ ଗୁଡିକ ମଧ୍ୟ ସ୍ୱଳ୍ପ ସୁଧରେ ଅଣୁଶିଳ୍ପ, କୁଟୀରଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ନିମନ୍ତେ ଋଣ ଦେବାଲାଗି ଦ୍ୱାର ଉନ୍ମୁକ୍ତ କରିଛନ୍ତି । ଏହାସତ୍ତ୍ୱେ ସ୍ପନ୍ଦନା, ଏସ୍ ବ୍ୟାଙ୍କ, ଏଲଏନ୍ଟି, ଅର୍ଣ୍ଣପୂର୍ଣ୍ଣା ଭଳି ଘରୋଇ ବ୍ୟାଙ୍କର ଆବଶ୍ୟକତା କେଉଁଠି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି । ଏତଦ୍ଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାକୁ ଅନୁମତି ଦେଇ ପ୍ରଶାସନ ପରୋକ୍ଷରେ ନିରକ୍ଷର, ସରଳ, ଜନଜାତି ମହିଳାଙ୍କୁ ଶୋଷଣ ନିମନ୍ତେ ସୁଯୋଗ ଦେଉଛି ବୋଲି ଆଲୋଚନା ହେଉଛି ।

ସେଆର କରନ୍ତୁ:



Powered by odothemes.com