puri-(1)

ଚିଲିକା ମହୋତ୍ସବ: ନାଚଗୀତରେ ଝଲସିବ ସାତପଡ଼ା

13

ପୁରୀ(ବୁ୍ୟରୋ): ଶୁକ୍ରବାର ଠାରୁ ଆରମ୍ଭ ହେବ ଐତିହ୍ୟସମ୍ପନ୍ନ ସପ୍ତମ ଚିଲିକା ମହୋସôବ । ୪ଦିନ ଧରି ଚାଲିବ ଓ ନାଚଗୀତରେ କମ୍ପିବ ସାତପଡ଼ା । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ମହୋସôବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତତ୍ ସହିତ ସମ୍ମାନିତ ଅତିଥି ଭାବରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍ପି ସାର୍ଥକ ଷଡ଼ଙ୍ଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ବିଧାୟକ ତଥା ବିଧାନସଭା ପ୍ରାକ୍ ଆକଳନ କମିଟିର ଅଧ୍ୟକ୍ଷ ସଂଜୟ କୁମାର ଦାସବର୍ମା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ । ମହୋସôବକୁ ଅଧିକ ଆକର୍ଷଣୀୟ କରିବା ଲାଗି ଓଡିଶୀ, ରାୟଗଡ଼ାରୁ ଆସିଥିବା ଜନଜାତି କଳାକାରମାନେ ଚିଲିକା କୂଳର ଶୀତୁଆ ସନ୍ଧ୍ୟାରେ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ଏଥିପାଇଁ ପ୍ରସ୍ତୁତି ଶେଷ ହେବା ସହିତ ମହୋସôବ ଆଲୋକମାଳାରେ ସଜ୍ଜିତ କରାଯାଇଛି ।
ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ଜଣାଶୁଣା ବ୍ୟକ୍ତିବିଶେଷ ଯୋଗଦେବା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଚିଲିକାରେ ଆୟୋଜିତ ହୋଇଥିବା ବୋଟ୍ ରାଲିକୁ ସ୍ଥାନୀୟ ବିଧାୟକ ଶ୍ରୀ ଦାସବର୍ମା ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ସୁଶାନ୍ତ ନନ୍ଦ, ବାଲୁଗାଁ ଡିଏଫ୍ଓ ବିକାଶରଞ୍ଜନ ଦାଶ, କୃଷ୍ଣପ୍ରସାଦ ବ୍ଲକ୍ ଉପାଧ୍ୟକ୍ଷ ପ୍ରଫୁଲ କୁମାର ଯେନା, ଜିଲ୍ଲାପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ । ଏତଦ୍ଭିନ୍ନ ଅପରାହ୍ଣ ୩ ଟାରେ ମା’ କାଳିଜାଇଙ୍କ ପୀଠରୁ ଆସିଥିବା ମଶାଲକୁ ସ୍ୱାଗତ କରାଯିବ ଏବଂ ୪ଟାରେ କ୍ରାଫଟ୍ ମେଳାକୁ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଉଦ୍ଧବ ଚନ୍ଦ୍ର ମାଝି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସେଆର କରନ୍ତୁ:



Powered by odothemes.com