ଅଲାରନାଥଙ୍କ ପୀଠରେ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

Exif_JPEG_420

ବ୍ରହ୍ମଗିରି,୧୨ା ୭ (ଆପ୍ର) : ମହାଅନବନ୍ର ଅନ୍ତିମ ପର୍ଯ୍ୟାୟରେ ପ୍ରସିଦ୍ଧ ଅଲାରନାଥ ପୀଠରେ ପାଞ୍ଚଦିନ ଧରି ଚାଲିବାକୁ ଥିବା ମହାଯଜ୍ଞ ଆରମ୍ଭ ହୋଇଛି । ଅନବସରର ଆଜି ହେଉଛି ୪୦ତମ ଦିବସ । ଆଗକୁ ମାତ୍ର ୫ ଦିନ ବାକି ଥିବାରୁ ଆଜି ହେଉଛି ଦର୍ଶନର ଶେଷ ରବିବାର ।ଏଥିପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଏହି ଦେବ ପୀଠରେ । ଯାତ୍ରୀମାନଙ୍କ ପାଇଁ ହୋଇଥିବା ସୀମିତି ସୁବିଧା ମଧ୍ୟରେ ଏତେ ସଂଖ୍ୟକ ଯାତ୍ରୀଙ୍କ ସମାଗମ ଅଞ୍ଚଳରେ ଏକ ପ୍ରକାର ଜନ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା । ତେବେ କିଛି ଯାତ୍ରୀ ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ କେହି କେହି ମୃଦୁ ଅଂଶୁଘାତର ଶିକାର ହୋଇଥିଲେ । ତଥାପି ଦିଅଙ୍କୁ ଦର୍ଶନ କରିବା ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ସୁଯୋଗ ହାତେଇବାକୁ ସମସ୍ତ ଭକ୍ତ ଏକାକାର ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା ।