photo---5

ସ୍ଥାୟୀ ଜମି ପଟ୍ଟା ଦାବିରେ ଆନେ୍ଦାଳନ ଓ ଭୋଟ ବର୍ଜନ ଚେତାବନୀ

11

ଜେନାପୁର(ଆପ୍ର): ସରକାର ଭୂମିହୀନଙ୍କୁ ଖୁବ୍ ଶୀଘ୍ର ପଟ୍ଟା ଯୋଗାଇ ଦେବାପାଇଁ ଆଇନ୍ ପ୍ରଣୟନ କରିଛନ୍ତି । ହେବେ ସଂପ୍ରତି କେତେକ ସ୍ଥାନରେ ବର୍ଷ ବର୍ଷ ଧରି କାର୍ଯ୍ୟକାରୀ ହୋଇ ପାରୁ ନ ଥିବାରୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗରୁ ଲୋକେ ବଞ୍ଚôତ ହୋଇ ଆସୁଥିବା ସାଧାରଣରେ ଗୁରୁତର ଅଭିଯୋଗ ହୋଇଛି । ଏହାର ଜ୍ୱଳନ୍ତ ନମୁନା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଜେନାପୁର ପଞ୍ଚାୟତ ଉତ୍ତର ଅରିମୂଳ ଗାଁରେ । ଫଳସ୍ୱରୂପ ଗ୍ରାମବାସୀ ସ୍ଥାୟୀ ପଟ୍ଟା ନଥିବାରୁ ବିଭିନ୍ନ ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୭୦ଟି ପରିବାର, ୪ଶହ ଭୋଟର ଓ ୫ଶହ ଲୋକସଂଖ୍ୟାକୁ ନେଇ ଗଠିତ ସମ୍ପୃକ୍ତ ଗାଁର ବାସିନ୍ଦାମାନେ ଦୁଇ ଶହରୁ ଅଧିକ ବର୍ଷ ଧରି ନିଜ ଭିଟାମାଟିରେ ବାସ କରିଆସୁଛନ୍ତି । ଏଥି ସହିତ ଦୀର୍ଘଦିନ ଧରି ମଧ୍ୟ ସରକାରଙ୍କୁ କର ଦେଇଆସିଛନ୍ତି । କିନ୍ତୁ କିଛି ବର୍ଷ ହେଲା ଖଜଣା ଆଦାୟକୁ ବନ୍ଦ କରାଯାଇଥିବାରୁ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗାଁର ୯୦ ପ୍ରତିଶତ ଲୋକ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି । ପୁଣି ସମସ୍ତ ଗ୍ରାମବାସୀ ଯଥା ସମୟରେ ଭୋଟର ପରିଚୟପତ୍ର, ଆଧାର କାର୍ଡ ଓ ରାସନ କାର୍ଡ ପାଇବା ସହ ନିୟମିତ ବିଦୁ୍ୟତ୍ ଦେୟ ପୈଠ କରୁଥିଲେ ମଧ୍ୟ କେଉଁ କାରଣରୁ ସ୍ଥାୟୀ ପଟ୍ଟା ମିଳୁନାହିଁ, ସେଥି ନେଇ ଗ୍ରାମବାସୀଙ୍କ ମହଲରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି । ଏ ସଂପର୍କରେ ଧର୍ମଶାଳାର ଭୂତପୂର୍ବ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସ, ତତ୍କାଳୀନ ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରିଆ ଏବଂ ୪ମାସ ତଳେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିକଟରେ ଗ୍ରାମବାସୀଙ୍କ ସମୂହ ଦସ୍ତଖତ ଥାଇ ବହୁବାର ଲିଖିତ ଅଭିଯୋଗ କରାଯାଇଥିଲେ ବି ତାହା ଅଦ୍ୟାବଧି ନିଷ୍ଫଳ ହେବାରେ ଲାଗିଛି । ଏହାର ପ୍ରତିବାଦରେ ତଥା ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବା ନ୍ୟାୟରେ ଗୁରୁବାର ଅପରାହ୍ଣରେ ଉକ୍ରଳ କେଶରୀ ଦେଙ୍କ ନେତୃତ୍ୱରେ ରସାନନ୍ଦ ନାୟକ, ରମେଶ ଚନ୍ଦ୍ର ବେହେରା, ଭୀମସେନ ଦୋରା, ଶ୍ରୀଧର ବେହେରା, ନନ୍ଦକିଶୋର ବେହେରା, ଚମ୍ପାରାଣୀ ଦେ, ବିମଳ ବେହେରା, କବିତା ସ୍ୱାଇଁ, ପ୍ରଫୁଲ୍ଲ ବେହେରା, ପ୍ରତିମା ବେହେରା, ହାରାମଣୀ ସାହୁ, ପ୍ରିୟାଶ୍ରୀ ନାୟକ, କୃଷ୍ଣ ଚନ୍ଦ୍ର ଭୂୟାଁ,ପ୍ରଦୀପ ଦାସ ଓ ମମତା ନାୟକ ପ୍ରମୁଖ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ତୀବ୍ର ପ୍ରତିବାଦ କରିବା ସହ ଭୂମିହୀନଙ୍କୁ ପଟ୍ଟା ନିୟମ ପ୍ରତିଶ୍ରୁତି ପାଣିରେ ଗାର ବୋଲି କଟୁ ସମାଲୋଚନା କରିଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ପଟ୍ଟନାୟକ ସାମିଲ ହୋଇ ଏହାର ସୁବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦୃଷ୍ଟି ଆର୍କଷଣ କରିଛନ୍ତି । ଏହାର ସ୍ଥାୟୀ ସମାଧାନ ୧୫ଦିନ ମଧ୍ୟରେ ତୁରନ୍ତ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦର୍ିଷ୍ଟ କାଳବ୍ୟାପୀ ଧର୍ମଘଟ କରାଯିବା ସହ ଆଗାମୀ ସଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ କଡା ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com