Gramabasinka-Sobhayatra-(1)

ଅଭିଯୁକ୍ତକୁ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

15

ରାଜମୋହନପୁର ନାବାଳିକା ମୃତୁ୍ୟ ମାମଲା
ହିନେ୍ଦାଳ,୧୦ା୧(ଆପ୍ର): ହିନେ୍ଦାଳ ଏନ୍ଏସି ୱାର୍ଡ ନଂ ୧୩ ରାଜମୋହନପୁର ଗ୍ରାମରେ ଗତ ଡିସେମ୍ବର ୨୩ ତାରିଖରେ କେଶବ ବେହେରାଙ୍କ ୧୨ ବର୍ଷର ଝିଅ ସୋନାଲୀ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ହିନେ୍ଦାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ଗତ ୩ ତାରିଖରେ ସୋନାଲୀଙ୍କର ମୃତଦେହ ଗ୍ରାମଠାରୁ ୩ କିମି ଦୂର ଗୋଠମୁଣ୍ଡିଆ ପାହାଡ଼ରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ଜଣାପଡ଼ିବା ପରେ ଗ୍ରାମବାସୀ ଅଭିଯୁକ୍ତକୁ ଗିରଫ ଦାବିକରି ମଧ୍ୟରାତ୍ର ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ପୁଲିସ ପ୍ରଶାସନ ଖୁବଶୀଘ୍ର ଅଭୁଯୁକ୍ତକୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏକ ସପ୍ତାହ ବିତିଯାଇଥିଲେ ହେଁ ପୁଲିସ ଘଟଣାରେ କାହାକୁ ଗିରଫ କରି ପାରିନଥିବାରୁ ଗ୍ରାମବାସୀଙ୍କର ପୁଲିସ ଉପରୁ ଭରସା ତୁଟିଯାଇଥିଲା । ଫଳସ୍ୱରୂପ ଗୁରୁବାର ରାଜମୋହନପୁର ସମେତ ମଙ୍ଗଳପୁର, ବଡ଼ଗୋଳ, ତଣ୍ଟିଚିରା, ସରାସିଂହ, ଦେବାହାଳି, ସିଙ୍କୋଳ ଗ୍ରାମବସୀ ହିନେ୍ଦାଳ ବନମାଳିପୁର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଟାଉନ୍ ପରିକ୍ରମା କରିଥିଲେ । ଏହାପରେ ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ମୃତ ସୋନାଲୀକୁ ଅମାନୁଷିକ ଭାବେ ଅତ୍ୟାଚାର କରାଯାଇ ପ୍ରମାଣ ନଷ୍ଟ କରିବାକୁ ତାକୁ ହତ୍ୟା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କିତ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳ ଗଜାନନ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ପ୍ରଧାନ ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଧାରଣାରେ ପରମାନନ୍ଦ ପ୍ରଧାନ, ଦେବରାଜ ବେହେରା, ସଦାନନ୍ଦ ସାହୁ, ବିରଞ୍ଚି ନାୟକ, ସନ୍ତୋଷ ବେହେରା, ସୁଶାନ୍ତ ଭୂତିଆ, ଅଜୟ ଦାସ, ଭାସ୍କର ନାୟକ, ଅନାଦି ବେହେରା, ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com