5

ପ୍ରଦୂଷଣର ସମାଧାନ ନହେଲେ ୨୭ରୁ ଆନେ୍ଦାଳନ

9

ଭୁବନ,୧୦ା୧(ଆପ୍ର): ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସି ୱାର୍ଡର ସ୍ଥାୟୀ ବାସିନ୍ଦା ଏବଂ ନୂଆ ଭୂବନ ଗ୍ରାମ କମିଟି ତରଫରୁ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ମଧ୍ୟ ଦେଇ ଯାଉଥିବା ବାଲି ଟ୍ରକ୍ ଦ୍ୱାରା ହେଉଥିବା ପ୍ରଦୂଷଣର ତୁରନ୍ତ ସମାଧାନ ନହେଲେ ଆସନ୍ତା ୨୭ ତାରିଖରୁ ଆନେ୍ଦାଳନ ପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଉକ୍ତ ଗ୍ରାମରେ ୫ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ରହି ଆସୁଛନ୍ତି । ଜାତୀୟ ରାଜପଥ ୫୩ ଠାରୁ ବୁଦେ୍ଧଶ୍ୱର ପୀଠ ପର୍ଯ୍ୟନ୍ତ ପିଡବ୍ଲୁ୍ୟ ଦ୍ୱାରା ନିର୍ମିତ ହୋଇଥିବା କଂକ୍ରିଟ୍ ରୋଡ୍ ଉପରେ ପ୍ରତ୍ୟେକ ଦିନ ୫୦ରୁ ଊଦ୍ଧ୍ୱର୍ ବାଲି ଟ୍ରକ୍ ଯାତାୟାତ କରୁଛି । ଏହି ରାସ୍ତାର ଗୋଟିଏ ପାଶ୍ୱର୍ରେ ଏକ ହାଇସ୍କୁଲ, ଅପର ପାଶ୍ୱର୍ରେ ଦୁଇଟି ଉପ୍ରା ସ୍କୁଲ ଓ ୪ଟି ଅଙ୍ଗନୱାଡି କେନ୍ଦ୍ର ରହିଅଛି । ପିଲାମାନେ ଭୟରେ ଯିବାଆସିବା କରୁନାହାନ୍ତି । ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନ୍ ଭାଙ୍ଗି ଯାଇଥିବାରୁ ପାଣି ରାସ୍ତା ଉପରକୁ ଆସି ସମସ୍ୟାକୁ ଦୁଇ ଗୁଣିତ କରିଛି । ତେଣୁ ଗ୍ରାମ କମିଟି ତରଫରୁ ଜିଲ୍ଲାପାଳ, ତହସିଲ୍ଦାର, ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ପ୍ରଦୂଷଣ ବୋର୍ଡର ନିଦେ୍ର୍ଦଶକ ଓ ଭୁବନ ଥାନା ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି । ୨୬ ସୁଧା ଏହାର ତୁରନ୍ତ ସମାଧାନ ନହେଲେ ୨୭ରୁ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ବୈଠକଟି ଚୈତନ୍ୟ ପୃଷ୍ଟିଙ୍କ ସଭାପତିତ୍ୱରେ ହୋଇଥିବାବେଳେ କମିଟିର ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com