CHILDREN SCIENCE CONGRESS CODINATOR WORKSHOP

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଜିଲ୍ଲା ସଂଯୋଜକଙ୍କୁ ପ୍ରଶିକ୍ଷଣ

22

ଭୁବନେଶ୍ୱର, ୧୨ା୭(ବୁ୍ୟରୋ): ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ବିଦ୍ୱାନ କନ୍ସେପ୍ଟ ସ୍କୁଲରେ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଜିଲ୍ଲା ସଂଯୋଜକଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପ୍ରଶିକ୍ଷଣ କର୍ମଶାଳା ହୋଇଯାଇଛି । ଶିଶୁ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷା ତଥା ବିଶିଷ୍ଟ ବୈଜ୍ଞାନିକ ଡ. ରଣସିଂହ ନିର୍ମଳେନ୍ଦୁ ରାୟଙ୍କ ପୌରାହିତ୍ୟରେ ଅନୁଷ୍ଟିତ ପ୍ରଶିକ୍ଷଣ ଶିବିରରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ଚେୟାରମ୍ୟାନ ଇଂ ଅଭୟ କୁମାର ସ୍ୱାଇଁ କର୍ମଶାଳାକୁ ଉଦଘାଟନ କରିଥିଲେ । ପାଣିପାଗ ଓ ଜଳବାୟୁର ଜ୍ଞାନ, କରିବା ଏହାର ଅନୁସନ୍ଧାନ ଶୀର୍ଷକ ବିଷୟବସ୍ତୁ ସମ୍ବଳିତ ବିଜ୍ଞାନ ପ୍ରକଳ୍ପମାନ ଦେଶର ୬୪୦ଟି ଜିଲ୍ଲାର ଛାତ୍ରଛାତ୍ରୀ ଡିସେମ୍ବର ୨୭ ରୁ ୩୧ ମଧ୍ୟରେ ହେବାକୁଥିବା ଜାତୀୟ ବିଜ୍ଞାନ କଂଗ୍ରେସରେ ଉପସ୍ଥାପନା କରିବେ ବୋଲି ଡ. ରାୟ ସଂଯୋଜକଙ୍କୁ ସୂଚନା ଦେଇଥିଲେ । ସେହିପରି ବିଜ୍ଞାନକୁ କିପରି ସହଜ ଓ ସରଳ ଭାବେ କିପରି ଦେଶର ସମସ୍ତ ଶିଶୁଙ୍କ ନିକଟରେ ପହଞ୍ଚାଇହେବ ସେଥିପ୍ରତି ଗୁରୁତ୍ତ୍ୱାରୋପ କରିଥିଲେ । ଆଇଆଇଟି ଭୁବନେଶ୍ୱରର ପ୍ରାଧ୍ୟାପକ ଡ. ଦେବଦତ୍ତ ସ୍ୱାଇଁ ଓ ପ୍ରାଧ୍ୟାପିକା ସୀମା ବାହୀନିପତି ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ସ୍କୁଲ ଅଧ୍ୟକ୍ଷ ଅରୁଣ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଧ୍ୟାପକ ସୁନୀଲ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ୩୦ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଯୋଜକଙ୍କୁ ସାଧନ କର୍ମୀମାନେ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସର ଓଡ଼ିଆ ପ୍ରକଳ୍ପ ସହାୟକ ଓ ମାର୍ଗଦର୍ଶିକା ଉନ୍ମୋଚନ କରାଯାଇଥିଲା ।




Powered by odothemes.com