ରଥଯାତ୍ରାରେ ହାଇଟେକ୍ ଟ୍ରାଫିକ୍ ବ୍ୟବସ୍ଥା

press meet for trafic

ପୁରୀ,୧୧ା୭(ଆପ୍ର): ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ସମେତ ଏହାର ସମସ୍ତ ପ୍ରବେଶ ପଥରେ ହାଇଟେକ୍ ଟ୍ରାଫିକ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଆଇଜି ସଂଜୀବ ପଣ୍ଡାଙ୍କ ନେତୃତ୍ୱରେ ୪୫ ପ୍ଲାଟୁନ୍ ଟ୍ରାଫିକ୍ ପୁଲିସ୍ ରଥଯାତ୍ରା ପାଇଁ ମୁତୟନ ହେବେ । ଲୋକଙ୍କୁ ପୁଲିସ ବିଭାଗର ୱେବସାଇଟ୍ ଓ ଫେସବୁକ୍ ଜରିଆରେ ଟ୍ରାଫିକ୍ ସୂଚନା ଦିଆଯିବ । ଏସ୍ପିଙ୍କ ଅଫିସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଜି ସଂଜୀବ ପଣ୍ଡା ଓ ଏସ୍ପି ଆଶୀଷ କୁମାର ସିଂ ଟ୍ରାଫିକ ପରିଚାଳନାର ସବିଶେଷ ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଆଇଜି ଓ ଡିଆଇଜିଙ୍କ ସମେତ ୪ କମାଣ୍ଡାଣ୍ଟ, ୯ଜଣ ଡେପୁ୍ୟଟି କମାଣ୍ଡାଣ୍ଟ, ୧୫ଜଣ ଡିଏସ୍ପି, ୫୫ଜଣ ଇନ୍ସପେକ୍ଟର, ୩୦୪ ସବଇନ୍ସପେକ୍ଟର ଓ ଏଏସ୍ଆଇ, ୫୮ ଜଣ ହାବିଲଦାର (୧୪ଜଣ ଟ୍ରାଫିକ୍ ହାବିଲଦାରଙ୍କ ସହ), ୩୫୧ କନେଷ୍ଟବଳ (୫୮ ଟ୍ରାଫିକ୍ କନ୍ଷ୍ଟେବଳଙ୍କ ସହ), ୧୨୫୦ ହୋମଗାର୍ଡ ମୁତୟନ ହେବେ ।  ଜୁଲାଇ ୧୭ ଓ ୧୮ତାରିଖ ପାଇଁ ବସ୍, ଚାରିଚକିଆ ଓ ଦୁଇ ଚକିଆ ଯାନର ଚଳାଚଳ ଓ ରହଣି ସଂପର୍କରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଛି । ଗତବର୍ଷ ଭୁବନେଶ୍ୱରରୁ ଆସୁଥିବା ଗାଡିଗୁଡିକ କୋଣାର୍କ ଦେଇ ଆସୁଥିଲା । ମାତ୍ର ଚଳିତବର୍ଷ ଚାରିଚକିଆ ଯାନଗୁଡିକ ୨୦୩ ଜାତୀୟ ରାଜପଥରେ ସମଜାଜପୁର ପର୍ଯ୍ୟନ୍ତ ଆସି ଓଭରବି୍ରଜ୍ ଦେଇ କୋଣାର୍କ ମେରାଇନ୍ ଡ୍ରାଇଭ ରୋଡରେ ଗ୍ରୀଡ୍ ଷ୍ଟେସନ ଦେଇ ତାଳବଣିଆକୁ ଯାଇପାରିବ । ଫେରିବା ବେଳେ ନୂତନ ନବକଳେବର ରୋଡ୍ ଦେଇ ବୀରହରେକୃଷ୍ଣପୁର ବାଟରେ ଜାତୀୟ ରାଜପଥକୁ ଆସି ଭୁବନେଶ୍ୱର ଯାଇପାରିବେ । ଆନ୍ତଃରାଜ୍ୟ ଟୁରିଷ୍ଟ ବସ୍ ଏବଂ ରିଜର୍ଭ ବସ୍ଗୁଡିକ ଭୁବନେଶ୍ୱରରୁ ୨୦୩ ଜାତୀୟ ରାଜପଥରେ ଆସି ମାଳତୀପାଟପୁର ଠାରେ ନିର୍ମିତ ନୂତନ ବସଷ୍ଟାଣ୍ଡରେ ପାର୍କିଂ କରିବେ । କୋଣାର୍କ ଆଡୁ ଆସୁଥିବା ଟୁରିଷ୍ଟ ବସ୍ ନାଗପାଟଣା ଠାରେ ପାର୍କିଂ କରିବ । ଦୈନିକ ଯାତାୟତ କରୁଥିବା ପାସେଞ୍ଜର ବସ୍ ମାଳତୀପାଟପୁର ଠାରୁ ଆରଓବି ଦେଇ ତାଳବଣିଆରେ ପାର୍କିଂ କରିବ । କୋଣାର୍କ ଆଡୁ ଆସୁଥିବା ପାସେଞ୍ଜର ବସ୍ ନାଗପାଟଣା, ଗ୍ରୀଡ୍ ଷ୍ଟେସନ ଦେଇ ତାଳବଣିଆ ଯିବ । ସେଗୁଡିକ ଭୁଦାନ ଛକ, ଗ୍ରୀଡ୍ ଷ୍ଟେସନ ଛକ, ବାଲିଘାଟ, ଗୋପାଳପୁର ଏବଂ ବୀରହରେକୃଷ୍ଣପୁର ଦେଇ ୨୦୩ ଜାତୀୟ ରାଜପଥରେ ଫେରିବ । ବ୍ରହ୍ମଗିରି ଆଡୁ ଆସୁଥିବା ବସ୍ ମଙ୍ଗଳାଘାଟ ଛକରେ ରହିବ । କୋଣାର୍କ ଦିଗରୁ ଆସୁଥିବା ବସ୍ ତାଳବଣିଆର ଅସ୍ଥାୟୀ ବସଷ୍ଟାଣ୍ଡରେ ରହିବ । ହାଲୁକା ଯାନ ସବୁ ଭୁବନେଶ୍ୱରରୁ ଜାତୀୟ ରାଜପଥରେ ମାଳତୀପାଟପୁର ପର୍ଯ୍ୟନ୍ତ ଆସି ସେଠାରୁ ଆରଓବି ଦେଇ ପୁରୀ କୋଣାର୍କ ରାସ୍ତାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ,ଆଇଟିଆଇ, ଇଣ୍ଡୋର ଷ୍ଟାଡିୟମ୍, ଭୁଦାନ ଏବଂ କୁମ୍ଭାରପଡା ଆଉଟ୍ ପୋଷ୍ଟ ପର୍ଯ୍ୟନ୍ତ ଯାଇପାରିବ । ଫେରିବା ବେଳେ ଭୁଦାନ ଛକ ଗ୍ରୀଡ୍ ଷ୍ଟେସନ ଛକ, ବାଲିଘାଟ, ଗୋପାଳପୁର ଏବଂ ବୀରହରେକୃଷ୍ଣପୁର ଦେଇ ଫେରିବ । କୋଣାର୍କ ଆଡୁ ଆସୁଥିବା ହାଲୁକା ଯାନ ଗୁଡିକ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଆଇଟିଆଇ ଓ ଗ୍ରୀଡ୍ ଷ୍ଟେସନ ଛକ ପର୍ଯ୍ୟନ୍ତ ଯିବ । ସେସବୁ ଭୁଦାନ ଛକ, ଗ୍ରୀଡ୍ ଷ୍ଟେସନ ଛକ ଏବଂ ତୋସାଳି ଛକ ଦେଇ କୋଣାର୍କ ଆଡକୁ ଯାଇପାରିବେ । ଭୁବନେଶ୍ୱରରୁ ଆସୁଥିବା ୨ଚକିଆ ଯାନଗୁଡିକ ବଡଦାଣ୍ଡରେ ଜଗନ୍ନାଥ ବଲ୍ଲଭ , ମଶାଣି ଚଣ୍ଡୀ ପାର୍କିଂ ସ୍ଥଳ, ଦେବୀଘାଟ ଏବଂ ନରେନ୍ଦ୍ରକୋଣ ପର୍ଯ୍ୟନ୍ତ ଆସି ପାରିବ । ଫେରିବା ବେଳେ ସେସବୁ ନରେନ୍ଦ୍ରକୋଣ, ଦେବୀଘାଟ, ମଙ୍ଗଳାଘାଟ ଏବଂ ନୂତନ ବାଇପାସ ରୋଡ୍ ଦେଇ ଫେରିବେ । କୋଣାର୍କରୁ ଆସୁଥିବା ୨ଚକିଆ ଯାନ ଗୁଡିକ ଇଣ୍ଡୋର ଷ୍ଟାଡିୟମ୍, ପେଣ୍ଠକଟା ଏବଂ ବିଧାନସଭା ଗେଷ୍ଟ ହାଉସ୍ ପାଖରେ ରହିବେ । ଆଇଟିଆଇ ଛକ, ଭୁଦାନ ଛକ ଓ ଗ୍ରୀଡ୍ ଷ୍ଟେସନ ଛକ ଦେଇ ଫେରିବେ । ବ୍ରହ୍ମଗିରି ଆଡୁ ଆସୁଥିବା ୨ଚକିଆ ଯାନଗୁଡିକ ମଙ୍ଗଳାଘାଟ ଛକରେ ପାର୍କିଂ କରିବ । କାର ପାସ୍ଥିବା ଗାଡି ଭୁବନେଶ୍ୱରରୁ ଛପନ ଛକ ଦେଇ ଲୋକନାଥ ମନ୍ଦିର କଡରେ ବଳିଆପଣ୍ଡାର ଯାତ୍ରୀକା, ଏସ୍ସିଏସ୍ କଲେଜ, ଜିଲ୍ଲା ସ୍କୁଲ ଦେଇ ମାଳତୀପାଟପୁର ଆରଓବି, ତୋସାଳି ଛକ, ଗ୍ରୀଡ୍ ଷ୍ଟେସନ ଛକ, ଆଇଟିଆଇ ଛକ, ପେଣ୍ଠକଟା, ସୁବାସ ବୋଷ ଛକରେ ରହିବେ । ନକଲି ପାସ୍ଧାରୀଙ୍କ ଯାଞ୍ଚ ପାଇଁ ଡିଏସ୍ପି ର୍ୟାଙ୍କର ଜଣେ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ବୋଲି ଏସ୍ପି ସୂଚନା ଦେଇଥିଲେ । ବୀରହରେକୃଷ୍ଣପୁର ଠାରେ ୨୪ଘଣ୍ଟିଆ ନାକା ପୋଷ୍ଟ ରହିବ । ଟ୍ରାଫିକ୍ ବ୍ୟବସ୍ଥା ସଂପର୍କରେ ପୁରୀ ପୁଲିସର ଏନ୍ଆଇସି.ଇନ୍ ୱେବସାଇଟ୍ ଏବଂ ପୁରୀ ରଥଯାତ୍ରା ଟ୍ରାଫିକ୍ ଫେସ୍ବୁକ ପେଜ୍ରେ ସମସ୍ତ ତଥ୍ୟ ଉପଲବ୍ଧ ହେବ ବୋଲି ଏସ୍ପି ଶ୍ରୀ ସିଂ ସୂଚନା ଦେଇଥିଲେ । ଅତ୍ୟାଧୁନିକ ମୋବାଇଲ ଆପ୍ ସେବା ମଧ୍ୟ ଏଦିଗରେ ଉପଲବ୍ଧ ହେବ ବୋଲି ସେ କହିଥିଲେ ।