ଆଜିଠୁ ୨ ଦିନିଆ ଟ୍ରେଡ୍ ୟୁନିୟନ୍ ଧର୍ମଘଟ

17

ଭୁବନେଶ୍ୱର, ୭ା୧(ବୁ୍ୟରୋ): କେନ୍ଦ୍ର ସରକାରଙ୍କ ଆର୍ଥôକ ନୀତିକୁ ବିରୋଧ କରିବା ସହ ୧୨ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଟ୍ରେଡ ୟୁନିୟନ ପକ୍ଷରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି । ମଙ୍ଗଳବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ଧରି ଏହି ଧର୍ମଘଟ ଜାରି ରହିବ ବୋଲି ସିପିଆଇଏମ୍ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଟ୍ରେଡ ୟୁନିୟନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଧର୍ମଘଟରେ ଆଇଏନ୍ଟିୟୁସି, ଆଇୟଇଟିୟୁସି, ଏଚ୍ଏମ୍ଏସ୍, ସିଟୁ, ଓଆଈଇଟିୟୁସି ଭଳି ୧୦ ଶ୍ରମିକ ସଂଗଠନ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀ ସଂଗଠନର ପ୍ରାୟ ୨୦ କୋଟି ଶ୍ରମିକ ଏହି ଧର୍ମଘଟରେ ସାମିଲ ହେବେ । ବନ୍ଦକୁ ଗ୍ରାମାଞ୍ଚଳରୁ ପ୍ରଭାବିତ କରିବା ପାଇଁ କୃଷକ ସଂଗଠନ ଗୁଡିକୁ ସକ୍ରୀୟ କରାଯାଇଛି । ଯଦିଓ ରାଜ୍ୟରେ୍ ଓଡିଶା ମଜୁଦୁର ସଂଘ ଏହି ଆନେ୍ଦାଳନରେ ସାମିଲ ନହେବା ଲାଗି ଘୋଷଣା କରିଛି ତେବେ ଧର୍ମଘଟ ଡାକାର ଯୋଗୁଁ ଜନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଧର୍ମଘଟ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ ବ୍ୟପକ ପଦକ୍ଷେପ ବନ୍ଦ ପାଳନ ବେଳେ କୈଣସି ପ୍ରକାର ହିସାଂକାଣ୍ଡ ଓ ଅତ୍ୟବଶକୀୟ ସେବା ପ୍ରଭାବିତ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଦଶନାମା ଜାରି କରାଯାଇବା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ବୁଧବାର ସ୍କୁଲ ଛୁଟି ରହିବ କି ନାହିଁ ତାହା ଆସନ୍ତାକାଲି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ମୋଦୀ ସରକାରଙ୍କ ଅର୍ଥ ନୀତି ସାଧାରଣ ଲୋକ ଓ ଗରୀବ ବିରୋଧି ବୋଲି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଦାବି କରାଯାଉଥିବା ବେଳେ ଏହି ଧର୍ମଘଟରେ ରାଜ୍ୟର ଆଇଏନଟିୟୁସି, ଆଇୟଇଟିୟୁସି, ଏଚ୍ଏମ୍ଏସ୍, ସିଟୁ , ଓଆଇଇଟିୟୁସି ଭଳି ୧୦ ଶ୍ରମିକ ସଂଗଠନ ସାମଲ ହୋଇଛନ୍ତି ବୋଲି ସିପିଆଇଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି ସୁଚନା ଦେଇଛନ୍ତି । ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଶ୍ରୀ ପତି କହିଛନ୍ତି ଯେ, ଭାରତ ବଜାରରେ ପୁଞ୍ଜି ନିବେଷର ଚିତ୍ର ଆହୁରୀ ଦୟନୀୟ । ଗତ ୨୦୧୮ ମସିହାରେ ଘରୋଇ ବଜାରରୁ ୮୩ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ହୋଇଛି । ଏହାର ବ୍ୟାପକ ପ୍ରଭାବ ନିଯୁକ୍ତି ଉପରେ ପଡିବ । ମୋଦୀ ସରକାର ସମୟରେ ସର୍ବାଧିକ ପରିମାଣର ସରକାରୀ ସମ୍ପତ୍ତି ବିକ୍ରୀ ହୋଇଛି । ଗତ ୧୯୯୧ ମସିହା ଠାରୁ ୨୦୧୪ ପର୍ଯ୍ୟନ୍ତ ୨୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ସରକାରୀ ସମ୍ପତ୍ତି ବିକ୍ରୀ ହୋଇଥିଲା । ଅପରପକ୍ଷରେ ଗତ ୪ ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଶାସନ କାଳରେ ୨ ଲକ୍ଷ କୋଟିରୁ ଅଧଇକ ସରକାରୀ ସମ୍ପତ୍ତି ବିକ୍ରୀ କରାଯାଇ ବଡ ବଡ ପୁଞ୍ଜିପତିମାନଙ୍କୁ ହସ୍ତାନ୍ତର କରାଯାଇ । ଚଳିତ ଆର୍ଥିକ ବର୍ଷରେ ମାତ୍ର ୯ ମାସ ମଧ୍ୟରେ ୭୭ ହଜାର କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୁଞ୍ଜିପିତିମାନଙ୍କୁ ବିକ୍ରୀ କରାଯାଇଛି ବୋଲି ଶ୍ରୀ ପତି ଅଭିଯୋଗ କରିଛନ୍ତି ।ସେହିଭଳି ଅର୍ଥ ନୀତି ସମ୍ପର୍କରେ ପ୍ରତିକ୍ରୀୟା ପ୍ରକାଶ କରି ଶ୍ରୀ ପତି କହିଛନ୍ତି ଯେ, ସେଣ୍ଟର ଫର ମନିଟରିଂ ଇକୋନୋମୀ ସଂସ୍ଥାର ରିପୋର୍ଟ ଅନୁଯାୟୀ ୨୦୧୮ ରେ ଦେଶର ୧ କୋଟି ୯ ଲକ୍ଷ ଲୋକ କାମ ହରାଇଛନ୍ତି । ଡିସେମ୍ବର ୨୦୧୭ ସୁଦ୍ଧା ଦେଶରେ ୪୦ କୋଟି ୭୯ ଲକ୍ଷ କାମ କରୁଥିଲେ । ମାତ୍ର ୨୦୧୮ ବେଳକୁ ଏହି ସଂଖ୍ୟା ହ୍ରସ ପାଇ ୩୯ କୋଟି ୭୦ ଲକ୍ଷରେ ପହଞ୍ଚିଛି । ଏହି କର୍ମଚୁ୍ୟତ ଶ୍ରମିକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ସର୍ବଧିକ ୮୮ ଲକ୍ଷ ଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳ ସ୍ଲୋଗାନ ଏବେ ପାଣି ଫୋଟକା ପରି ମିଲେଇ ଯାଇଛି ବୋଲି ଶ୍ରୀ ପତି କହିଛନ୍ତି । ତେଣୁ ଏହାକୁ ବିରୋଧ କରି ଏହି ଦୁଇ ଦିନିଆ ଧର୍ମଘଟ ଡାକରା ଯାଇଥିବା ସେ କହିଛନ୍ତି । ଅପରପକ୍ଷରେ ବିଜୁ ଶ୍ରମିକ ସାମୁଖ୍ୟ ଓ କଂଗ୍ରେସ ପକ୍ଷରୁ ଏହି ଧର୍ମଘଟକୁ ସର୍ମଥନ ଜଣାଇଥିବା ବେଳେ ଓଡିଶା ମଜୁଦୁର ସଂଘ ଏହି ଧର୍ମଘଟରୁ ନିଜକୁ ଦୁରେଇ ରଖିଥିବା ଜଣାପଡିଛି ।ଦୁଇ ଦିନିଆ ଧର୍ମଘଟ ଯୋଗୁଁ ରାଜ୍ୟରେ ବ୍ୟପକ ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।
ଅପରପକ୍ଷରେ ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ଦିଗରେ ପୁଲିସ ବିଭାଗ ପକ୍ଷରୁ ସର୍ତ୍ତକ ଦୃଷ୍ଟି ରଖାଯାଇଛି । ଧର୍ମଘଟ ବେଳେ ଯେଉଭଳଇ ଭାବେ କୈଣସି ସ୍ଥାନରେ ହିଂସାକାଣ୍ଡ ନଘଟିବ ଓ ଅତ୍ୟାବଶକୀୟ ସେବା ପ୍ରଭାବିତ ନହେବ , ସେଥିପ୍ରତି ଦୃଷ୍ଟି ଦିଆଯାଇଥିବା କୁହାଯାଇଛି । କେବଳ ରାଜଧାନୀରେ ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ ପୁଲିସ ମୁତୟନ ରହିବେ ବୋଲି ସୁଚନା ମିଳିଛି ।

ସେଆର କରନ୍ତୁ:



Powered by odothemes.com