ପରଲୋକରେ କାଦର ଖାନ୍

26

ବଲିଉଡ୍ରେ ଶୋକର ଛାୟା
ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନଟି ବଲିଉଡ ପାଇଁ ଆଣି ଦେଇଛି ଦୁଃଖ । ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ ଅଭିନେତା, ନିଦେ୍ର୍ଦଶକ ଏବଂ ସଂଳାପକାର କାଦର ଖାନଙ୍କର ଆଜି ୮୧ ବର୍ଷରେ ପରଲୋକ ହୋଇଯାଇଛି । କାନାଡ଼ାର ଏକ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ପୁଅ ସର୍ଫରାଜ ପ୍ରକାଶ କରିଛନ୍ତି । କାଦର ଖାନଙ୍କ ପରଲୋକ ଖବର ପ୍ରଚାରିତ ହୋଇଯିବା ପରେ ବଲିଉଡରେ ଶୋକଛାଇ ହୋଇଯାଇଛି । ସେ ଗତ କିଛିଦିନ ହେବ ନିମୋନିଆ ଓ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ଥିଲେ । ସେ ମୁକଦ୍ଦରକା ସିକନ୍ଦର, ମିଷ୍ଟର, ନଟବର ଲାଲ, ସୁହାଗ, କୁଲି ଓ ସେହେନ୍ସା ପରି ୩୦୦ରୁ ଊଦ୍ଧ୍ୱର୍ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ସେ ଶେଷଥର ପାଇଁ ୨୦୧୫ରେ ‘ଦିମାଗ କା ଦହି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କାନାଡ଼ା ସମୟ ଅନୁସାରେ ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏଥିପୂର୍ବରୁ ସେ ଗତକାଲି ମଧ୍ୟାହ୍ନଠାରୁ କୋମାକୁ ଚାଲି ଯାଇଥିଲେ । କାନାଡ଼ାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପୁତ୍ର ସର୍ଫରାଜ କହିଛନ୍ତି । କାରଣ ତାଙ୍କର ପୂରା ପରିବାର କାନାଡ଼ାରେ ଅବସ୍ଥାନ କରୁଛନ୍ତି । କାଦର ଖାନ ‘ପ୍ରୋଗ୍ରେସିଭ ସୁପ୍ରାନିୟୁକ୍ଲିୟର ପାଲାସି ଡିଜଅର୍ଡର’ ନାମକ ଏକ ରୋଗରେ ଆକ୍ରାନ୍ତ ଥିଲେ ।

ସେଆର କରନ୍ତୁ:



Powered by odothemes.com