HATI-UTPATA,-JHUMURA.

ବନ ବିଭାଗ ନାକେଦମ

32

ହାତୀ ଆତଙ୍କ, ଗ୍ରାମବାସୀ ଆତଙ୍କିତ
ଝୁମ୍ପୁରା(ଆପ୍ର): ଚମ୍ପୁଆରେ, ବାଲିବନ୍ଧ ଫରେଷ୍ଟ ଅନ୍ତର୍ଗତ ଗ୍ରାମ ଗୁଡିକରେ ୪ଦିନ ହେଲା ହାତୀଙ୍କ ଉତ୍ପାତ ମଚାଇଛନ୍ତି । ଘର ଭାଙ୍ଗିବା ସହିତ ଧାନ ଫସଲ, ବାଡି ବଗିଚା ନଷ୍ଟ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅତଙ୍କ ଖେଳି ଯାଇଛି । ୨ଟି ଦନ୍ତାହାତୀ ସହିତ ସମୁଦାୟ ୨୩ଟି ହାତୀ ରହିଥିବା ବନ ବିଭାଗ ସୂତ୍ରରୁ ଜଣା ପଡିଛି । ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଏହି ହାତୀ ଆସିଥିବା କୁହାଯାଇଛି । ବହୁ ସମୟରେ ଯୋଡା ଫରେଷ୍ଟ ଅନ୍ତର୍ଗତ ଚମକପୁର ପାଖ ଜଙ୍ଗଲରେ ବହୁଦିନ ଧରି ରହିଥିବା ନେଇ ମଧ୍ୟ ବନ ବିଭାଗ ସୂତ୍ରରୁ ଜଣା ପଡିଛି । ୩ଦିନ ପୂର୍ବରୁ ସୁଲୁଗୋଡା ଗ୍ରାମରେ ହାତୀପଲ ୧୨ଟି ଘର ଭାଙ୍ଗିଥିବା ବେଳେ, ଲକ୍ଷ୍ମୀପଶି ବିଟ ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମ ପଂଚାୟତ ଜଙ୍ଗଲରେ ରହିଥିଲେ । ୨୮/୯ରିଖ ବାଲିବନ୍ଧ ଫରେଷ୍ଟ ଅନ୍ତର୍ଗତ ଜଙ୍ଗଲରେ ଘୁରିବୁଲି ୨୯/୯ରିଖ କିଛି ଘଣ୍ଟା ପାଇଁ ସଦର ରେ, ପଳାଶପଙ୍ଗା ଫରେଷ୍ଟ ସେକସନ ଅନ୍ତର୍ଗତ କୁରଡିହି ଜଙ୍ଗଲରେ ରହିଥିଲେ, ପୁଣି ରାତି ବେଳକୁ ଚମ୍ପୁଆ ରେକୁ ହାତୀ ପଲ ଚାଲି ଆସିଛନ୍ତି । ଏହି ସମୟ ମଧ୍ୟରେ କୁରଡିହି, କାଳିସୁଇ, ପଦ୍ମକେଶରପୁର, ଖେଣ୍ଡରା, ଫକିରପୁର, ଅର୍ଶଳା, ତେଲି ଅର୍ଶଳା ପ୍ରଭୂତି ଗ୍ରାମ ଗୁଡିକର ବହୁ ଏକର ଧାନ ଫସଲ ସାଙ୍ଗକୁ ବାଡିବଗିଚା ମାଡିଦଳି ନଷ୍ଟ କରିଛନ୍ତି । ୨୯/୯ରିଖ ରାତ୍ରୀରେ ଖେଣ୍ଡରା ଗ୍ରାମରେ ହାତୀପଲ ବେଶୀ ସମୟ ରହି ଉତ୍ପାତ ମଚାଇ ଥିବାବେଳେ, ଭୋଳାନାଥ ମହାନ୍ତଙ୍କ ଘର, ଗଜେନ୍ଦ୍ର ମହାନ୍ତଙ୍କ ପାଚେରୀ ଭାଙ୍ଗି ଦେଇଛନ୍ତି । ଏଥି ସହିତ ଖେଣ୍ଡରା ଢିପାସାହିର ବେଣୁଧର ମହାନ୍ତଙ୍କ ଘରଭାଙ୍ଗି ଚାଉଳ ଖାଇଥିବାବେଳେ, ପ୍ରାଥମିକ ବିଦ୍ୟାଳୟର ପାଚେରୀ ଭାଙ୍ଗି ଦେଇଛନ୍ତି । ଘର ଭାଙ୍ଗିବାର ସମସ୍ତ ରପୋର୍ଟ ବାଲିବନ୍ଧ ଫରେଷ୍ଟ କାର୍ଯ୍ୟାଳୟରେ ପହଁଚି ନ ଥିବା ବାଲିବନ୍ଧ ଫରେଷ୍ଟର ବିଦ୍ୟାଧର ସାହୁ ସୂଚନା ଦେଇଛନ୍ତି । ଖବର ଲେଖା ହେବା ବେଳକୁ ହାତୀପଲ ଫକିରପୁର ଗ୍ରାମ ନିକଟ ମାଙ୍କଡଚୁଆ ଜଙ୍ଗଲରେ ରହିଥିବା ଜଣା ପଡିଛି । ରାତ୍ରୀ ସମୟକୁ ହାତୀପଲକୁ ଚମକପୁର ପାଖ ଜଙ୍ଗଲକୁ ଘଉଡାଇବା ପାଇଁ ଯୋଜନା ରଖାଯିବା ନେଇ ବନ ବିଭାଗ ସୂତ୍ରରୁ ଜଣା ପଡିଛି ।

ସେଆର କରନ୍ତୁ:



Powered by odothemes.com