ନୂଆବର୍ଷରେ ହୋଇପାରେ ବିଶୃଙ୍ଖଳା

26

ପୁରୀ ଏସ୍ପିଙ୍କୁ ସ୍ପେଶାଲ୍ବ୍ରାଞ୍ଚ୍ର ଚିଠି
ପୁରୀ, ୩୧ା୧୨(ବୁ୍ୟରୋ): ନୂତନବର୍ଷ ଲାଗି ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ସେମାନଙ୍କ ଦର୍ଶନକୁ ସୁବିଧା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚôଛିି । ଏପରିକି ମନ୍ଦିରରେ ଶ୍ରୀଜିଉଙ୍କ ସଅଳ ନୀତି କରାଯାଇ ରାତି ୧୧ଟା ସୁଦ୍ଧା ପହୁଡ ପକାଯାଇଛି । ରାତି ୨ଟା ସୁଦ୍ଧା ପହୁଡ ଖୋଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଯୋଗୁଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀମନ୍ଦିରରେ ଉପସ୍ଥିତ ରହି ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ନୀତିକାନ୍ତିକୁ ତ୍ୱରାନ୍ୱିତ କରିବା ସହିତ କିପରି ଶୀଘ୍ର ମହାପ୍ରଭୁଙ୍କ ଭକ୍ତମାନେ ଦର୍ଶନ କରିବେ ସେ ନେଇ ମଧ୍ୟ ସେବାୟତମାନଙ୍କର ସହଯୋଗ ଲୋଡିଛନ୍ତି । ହେଲେ ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ହୋଇଥିବା ଅଘଟଣ ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ବା ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହିତ କିଛି ଆଲୋଚନା କରିନାହନ୍ତି । ଫଳରେ ଏହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି ।ଏହି ସମୟ ଭିତରେ ସେସ୍ପାଲ ବ୍ରାଞ୍ଚ ପୁଲିସ କାର୍ଯ୍ୟାଳୟରୁ ପୁରୀ ଏସ୍ପିଙ୍କ ନିକଟକୁ ପୁଣି ନୂତନ ବର୍ଷରେ ଶ୍ରୀମନ୍ଦିରରେ ଅଘଟଣ ହେବା ଆଶଙ୍କାା ପ୍ରକଟ କରିଛନ୍ତି । ଉକ୍ତ ଚିଠିରେ ଉଲେଖ ରହିଛି ଯେ ଗତ ଗୁରୁବାର ଅଘଟଣ ପରେ ଶୁକ୍ରବାର ମହାପ୍ରଭୁ ୧୨ ଘଣ୍ଟା ଉପାସ ରହିବା, ପରିମାଣିକ ଟିକେଟ୍ ଓ ଅଭଡା ଦର ନେଇ ସେବାୟତଙ୍କ ସହିତ ପ୍ରଶାସନ କିଛି ଆଲୋଚନା କରିନାହାନ୍ତି । ତତ୍ସହିତ୧ ତାରିଖ ଦିନ ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ପହୁଡ କରାଯିବ ବୋଲି ଉଲ୍ଲେଖ କରିଛନ୍ତି । ଏହି ଚିଠି ମିଳିବା ପରେ ଜିଲ୍ଲାପ୍ରଶାସନ ଓ ମୁଖ୍ୟ ପ୍ରଶାସକଙ୍କ ନିଦ ହଜିଯାଇଛି । କିପରି ଭାବରେ ନୂଆବର୍ଷରେ ଶ୍ରୀମନ୍ଦିରରେ କିଛି ଅଘଟଣ ନଘଟିବ ସେ ନେଇ ଘଟଣା ଉପରେ ନଜର ରଖିଛି ପ୍ରଶାସନ ।

ସେଆର କରନ୍ତୁ:



Powered by odothemes.com