ଚନ୍ଦ୍ରଭାଗାରେ ବୋଟ ଦୁର୍ଘଟଣା: ବର୍ତ୍ତିଲେ ପର୍ଯ୍ୟଟକ

24

କୋଣାର୍କ (ଆପ୍ର): କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ଏକ ବୋଟ ଯାତ୍ରୀମାନଙ୍କୁ ନେଇ ବୁଲୁଥିବା ବେଳେ ସୋମବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ଅଳ୍ପକେ ପର୍ଯ୍ୟଟକ ବର୍ତ୍ତିଯାଇଥିବା ବେଳେ ଏହି ଅଘଟଣ ପାଇଁ ଦାୟୀ ହେବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୪୦ହର୍ସ ପାୱାର ୟାମାହା ଇଞ୍ଜିନ୍ ବିଶିଷ୍ଟ ବୋଟଟି ଚନ୍ଦ୍ରଭାଗା କୂଳରେ ଦେଢ଼ କିଲୋମିଟରରୁ ତିନି କିଲୋମିଟର ଭିତରେ ଲୋକଙ୍କୁ ଅତ୍ୟନ୍ତ ବିପଜ୍ଜନକ ଭାବେ ବୁଲାଉଛି । ଏଥିରେ ୬ ଯାତ୍ରୀଙ୍କୁ ବସାଇ ଜଣକ ପିଛା ୨୫୦ ଟଙ୍କାରୁ ୩୫୦ଟଙ୍କା ଭଡ଼ା ଆଦାୟ କରାଯାଉଛି । ଏହି ବୋଟଟି ସମୁଦ୍ର କୂଳରେ ବୁଲିବା ଫଳରେ ଅଲିଭ୍ ରିଡ଼୍ଲେ କଇଁଚ୍ଛ ଅଣ୍ଡା ଦେବା ପାଇଁ ଆସିବାକୁ ଭୟ କରୁଛନ୍ତି । ଏ ସଂପର୍କରେ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ବନ ଅଧିକାରୀ, ସାମୁଦି୍ରକ ଥାନା ଅଧିକାରୀ ସଞ୍ଜିବ କୁମାର ପ୍ରଧାନଙ୍କୁ ପଚାରିବାରେ ସେ କୁହନ୍ତି ଏଥିପାଇଁ କାହାରିକୁ ଅନୁମତି ଦିଆଯାଇନାହିଁ । ଏ ସମ୍ପର୍କରେ ଅଭିଯୋଗ ମିଳିିବା ପରେ ବୋଟ ଚଳାଚଳକୁୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com