୧୫ ବର୍ଷରେ ୩୦ଲକ୍ଷ ବେକାର

65

ଭୁବନେଶ୍ୱର, ୧୦ା୭(ବୁ୍ୟରୋ): ବିଗତ ୧୫ବର୍ଷ ମଧ୍ୟରେ ବେକାରୀଙ୍କ ସଂଖ୍ୟା ୩୦ଲକ୍ଷରୁ ଉଦ୍ଧ୍ୱର୍ । ଗତ ଆଠ ବର୍ଷ ମଧ୍ୟରେ ରାଜ୍ୟରେ ଥିବା ୪୦ ହଜାର ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ମଧ୍ୟରୁ ୧୫,୧୩୫ ଶିଳ୍ପ ବନ୍ଦ ହୋଇପଡିଛି । ଫଳରେ ୧ଲକ୍ଷ ୩୦ ହଜାର ଲୋକ ସିଧାସଳଖ ବେକାର ହୋଇଥିବା ବେକାର ମୁକ୍ତ ଅଭିଯାନ ପକ୍ଷରୁ କୁହାଯାଇଛି । ଆଜି ରେଡକ୍ରସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ‘ବେକାରୀ ସମସ୍ୟା, କାରଣ ଓ ନିରାକରଣ’ ଶୀର୍ଷକ ଆଲୋଚନାଚକ୍ରରେ ଅନୁଷ୍ଠାନ ପକ୍ଷରୁ ଏହି ତଥ୍ୟ ଉପସ୍ଥାପିନ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ସାମ୍ବାଦିକ ରବି ଦାସ, ପ୍ରହଲ୍ଲାଦ ସିଂହ, ସୁଦର୍ଶନ ଦାସ, ସୂର୍ଯ୍ୟ ରଥ, ପ୍ର. ଯନ୍ତ୍ରଣା ପରୀକ୍ଷିତ, ପ୍ରିୟ କର, ଅଭିଷେକ ଯୋଶୀ, ମଧୂସୁଦନ ଦାସ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ଚିତ୍ରକଳାବିଶ୍ୱ ଦରବାରରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଏଠାରେ ଚିତ୍ରକରଙ୍କୁକୌଣସି ପ୍ରେତ୍ସାହନ ମିଳୁନି । ଏଠାକାର ଜନସାଧାରଣ କେନ୍ଦ୍ରର ବୈମାତୃକ ମନୋଭାବ ଓ ଓଡ଼ିଶାର କ୍ରମାଗତ ଅପାରଗ ଶାସନ ପାଇଁ ଆଜି ଦରିଦ୍ର । ରାଜ୍ୟରେ ଲକ୍ଷ ଲକ୍ଷ ଯୁବକଯୁବତୀ ବେକାରୀ ଅବସ୍ଥାରେ ପୀଡ଼ିତ । ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୧୦ଲକ୍ଷ ୭୨ ହଜାର ୧୬୯ ଜଣ ଶିକ୍ଷିତ ଯୁବକଯୁବତୀ ନିଯୁକ୍ତି ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷାଧାରୀ ପ୍ରାର୍ଥୀ, ସିଟି, ବି.ଏଡ଼ି, ଫାର୍ମାସିଷ୍ଟ, ନର୍ସିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷାର ପ୍ରମାଣପତ୍ର ଥାଇ ବେକାର ବୁଲୁଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କୁ ବିଭ୍ରାନ୍ତ କରି ଚାଷୀଙ୍କ ଜମି, ଚାଷପାଇଁ ବ୍ୟବହୃତ ହେବାକୁ ଥିବା ନଦୀଜଳ, ଜଙ୍ଗଲ ଓ ସର୍ବଶେଷରେ ରାଜ୍ୟର ପ୍ରାକୃତିକ ଓ ଖଣିଜ ସମ୍ପଦକୁ ଓଡ଼ିଶା ବାହାରର ଶିଳ୍ପପତି ଓ କର୍ପୋରେଟ୍ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ବିକ୍ରି କରି ଚାଲିଛନ୍ତି । କିନ୍ତୁ ରାଜ୍ୟରେ ବେକାର ମାନଙ୍କ ପାଇଁ ଶିଳ୍ପର କର୍ମନିଯୁକ୍ତି ମରୀଚିକା ସଦୃଶ ହୋଇଛି । ଏହି ଆଲୋଚନାଚକ୍ରକୁ ଆବାହକ ମନୋଜ ଜେନା ସଂଚାଳନ କରିଥିଲେ ।




Powered by odothemes.com