PHOTO-1

ଶିକ୍ଷା ସହାୟକଙ୍କ ଧାରଣା

27

ବାଣପୁର, ୧୦ା୭(ଆପ୍ର): ଶିକ୍ଷାର ବିକାଶ ଲାଗି ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶିକ୍ଷକମାନେ ଦରମା ନପାଇ ହନ୍ତସନ୍ତ ହେଉଥିବା ଦେଖିାଯାଉଛି । ବାଣପୁର ବ୍ଲକ୍ରେ କାର୍ଯ୍ୟରତ ୨୪୫ ଶିକ୍ଷାସହାୟକ ଓ ସହାୟିକା ଦୀର୍ଘ ୩ମାସ ହେବ ଦରମା ପାଇନଥିବା ଅଭିଯୋଗ ହୋଇଛି । ଏ ନେଇ ଶୁକ୍ରବାର ଅପରାହ୍ନରେ ବାଣପୁର ବ୍ଲକ ଶିକ୍ଷାସହାୟକ ସଂଘର ସଭାପତି ବିମଳ କୁମାର ନାୟକ ଓ ସମ୍ପାଦକ ସତ୍ୟସୁନ୍ଦର ମିଶ୍ରଙ୍କ ନେତୃତ୍ୱର ଶତାଧିକ ଶିକ୍ଷାସହାୟକ ବାଣପୁର ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେଇଥିଲେ । ସଂଘର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ସାହୁ, ଜିଲ୍ଲା ପ୍ରତିନଧି ଜ୍ୟୋତି ରଞ୍ଜନ ବାରିକ ପ୍ରମୁଖ ଏଥିରେ ଯୋଗ ଦେଇ କାର୍ଯ୍ୟରତ ଶିକ୍ଷାସହାୟକଙ୍କୁ ନିୟମିତ ଦରମା ପ୍ରଦାନ କରିବା, ବକେୟା ୩ମାସର ଦରମା ପ୍ରଦାନ, ଇପିଏଫ୍ ପାସ୍ବୁକ୍ ପ୍ରଦାନ, ଶିକ୍ଷାସହାୟିକାଙ୍କୁ ଅଗମ୍ୟ ଅଞ୍ଚଳରେ ନିଯୁକ୍ତି ନଦେବା , ଅନ୍ତଃବ୍ଲକ୍ ବଦଳି ବ୍ୟବସ୍ଥା କରାଯିବା ସହ ମାଳ ଅଞ୍ଚଳରେ ଥିବା ୨ଟି ଶିକ୍ଷକ ନିବାସର ଆବଶ୍ୟକୀୟ ମରାମତି କରାଯିବା ପ୍ରଭୃତି ଦାବି ଗୁଡିକ ତୁରନ୍ତ କାର୍ଯ୍ୟକାରୀ ନହେଲେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିୟମିତ ଧାରଣା ଦିଆଯିବ ବୋଲି କହିଥିଲେ । ଏ ସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରୀ ତ୍ରିନାଥ ଦାଶଙ୍କ ସହ ଯୋଗାଯୋଗ କରାଯିବାରେ ଓପେପା ଓ ଡିପିସିଙ୍କ ତରଫରୁ ଆଲଟମେଣ୍ଟ ଆସିନଥିବାରୁ ଦରମା ପ୍ରଦାନ କରାଯାଇ ନାହିଁ । ଏ ନେଇ ସେ ଉଚ୍ଚାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ ।




Powered by odothemes.com