ବଡଦାଣ୍ଡରେ ୱାଇଫାଇ ହଟ୍ସ୍ପଟ୍ ସେବା ଉଦ୍ଘାଟିତ

31

ପୁରୀ,୯ା୭(ଆପ୍ର): ସ୍ଥାନୀୟ ମେ ଫାୟାର ହୋଟେଲ ଠାରେ ଭାରତ ସଂଚାର ନିଗମ ପକ୍ଷରୁ ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚାମନ୍ଦିର ପର୍ଯ୍ୟନ୍ତ ୱାଇଫାଇ ହଟ୍ ସ୍ପଟ ନିରବଚ୍ଛିନ୍ନ ସେବାକୁ କେନ୍ଦ୍ର ଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଦ୍ଘାଟନ କରି ଛନ୍ତି ।ଏଥିପାଇଁ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରଶାଦ କହିଥିଲେ ଯେ ଦେଶକୁ ସମୃଦ୍ଧି ଦିଗରେ ଆଗେଇ ନେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ । ବିଏସ୍ଏନ୍ଏଲ୍ ପକ୍ଷରୁ ୪ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଜାତୀୟ ଅପ୍ଟିକାଲ ଫାଇବର ନେଟୱାର୍କ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଦେଶର ୧୬୭ଟି ବ୍ଲକରେ ୩,୩୬୯ ପଞ୍ଚାୟତକୁ ଏହା ସଂପ୍ରସାରିତହେବ । ଏହାଫଳରେ ଗ୍ରାମପଞ୍ଚାୟତମାନଙ୍କରେ ବଡ୍ରବ୍ୟାଣ୍ଡ ସୁବିଧା ଉପଲ୍ଲବ୍ଧ ହେବ । ଖୁବ୍ଶୀଘ୍ର ଓଡ଼ିଶାର ୧୫ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷରେ ବିଏସ୍ଏନ୍ଏଲ୍ ଓଡ଼ିଶାରେ ୮୩୦କୋଟି ଟଙ୍କା ବିନିଯୋଗ କରିବ । ସେ କହିଥିଲେ ଯେ ୯୮କୋଟି ମୋବାଇଲ ଫୋନ୍ ଓ ୩୦କୋଟି ଇଣ୍ଟରନେଟ ଦେଶରେ ଚାଲୁଛି । ଦେଶ ବଦଳୁଛି । ଡିଜିଟାଲ ଇଣ୍ଡିଆ ସବୁ ଗରିବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ସେମାନେ ତାଙ୍କର ବେପାର ସ୍ମାର୍ଟଫୋନ୍ ମାଧ୍ୟମରେ ବଢାଇ ପାରିବେ । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଅମଳରେ ବିଏସଏନଏଲ ୧୦ହଜାର କୋଟି ଟଙ୍କା ଲାଭ କରିନ୍ଲା । କିନ୍ତୁ ୟୁପିଏ ସରକାରଙ୍କ ସମୟରେ ବିଏସ୍ଏନଏଲ ୮ହଜାର କୋଟି ଟଙ୍କା କ୍ଷତିରେ ଚାଲିଥିଲା । ଏନ୍ ଡ଼ିଏ ସରକାର କ୍ଷମତାକୁ ଆସିବାର ବର୍ଷକ ମଧ୍ୟରେ ୪୭ଲକ୍ଷ ଗ୍ରାହକ ବିଏସ୍ଏନଏଲ ସହିତ ଯୋଡି ହେଇିଛନ୍ତି । ସମସ୍ତ ବିଏସ୍ଏନଏଲ ଲ୍ୟାଣ୍ଡ ଫୋନ୍ରେ ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଭାରତ ବର୍ଷର ଯେଉଁ ସ୍ଥାନକୁ ବିନାମୂଲ୍ୟରେ କଲ୍ କରିପାରିବେ । ଚଳିତବର୍ଷ ୨ହଜାର ୫ଶହ ହଟ୍ସ୍ପଟ ସୃଷ୍ଟି କରାଯିବ ବୋଲି ସେ ସୂଚନାଦେଇଥିଲେ । ଅନ୍ୟ ଘରୋଇ ମୋବାଇଲ୍ ସଂସ୍ଥା ତୁଳନାରେ ବିଏସ୍ଏନଏଲର ଟାୱାର ସଂଖ୍ୟା କମ୍ ରହିଥିବା ସ୍ୱୀକାର କରି ସେ କହିଥିଲେ ଯେ ଚଳିତବର୍ଷ ୮ଶହ ୧୮ଟି ଟାୱାର ଲଗାଯିବ । ଫଳରେ ଯୋଗାଯୋଗରେ ଉନ୍ନତି ଆସିବ । ବୈଷୟିକ ଯନ୍ତ୍ରପାତିର ଉପିାଦନ ବଢାଇବାକୁ ସରକାର ଚାହୁଁଛନ୍ତି । ଲ୍ୟାପଟପଠାରୁ ଆରମ୍ଭ କରି ମୋବାଇଲ ୍ ପର୍ଯ୍ୟନ୍ତ ଆମ ଦେଶରେ ତିଆରି ହେବା ଆବଶ୍ୟକ । ଆୟୋଜିତ ସମାରୋହରେ ସମ୍ମାନିତ ଅତିଥିଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍ ରାଷ୍ଟ୍ର ମନ୍ତ୍ରୀଧମେନ୍ଦ୍ର ପ୍ରଧାନ ପ୍ରକାଶ କରିଥିଲେ ଯେ ପୁରୀରେ ୱାଇଫାଇ ସେବା ଲୋକାର୍ପଣ ପାଇଁ ଏହାର ମୂଳ ଶ୍ରେୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । କାରଣ ୨ମାସ ପୂର୍ବେ ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କୋଣାର୍କ ସହିତ ପୁରୀକୁ ଯୋଡିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ହୃଦୟ ଯୋଜନାରେ ପୁରୀ ପୌରସଂସ୍ଥାକୁ କେନ୍ଦ୍ର ସରକାର ୨୦କୋଟି ଟଙ୍କା ଏବଂ ନବକଳେବର ପାଇଁ ୫୦କୋଟି ଟଙ୍କା ଓଡିଶାକୁ ଯୋଗାଇଦେଇଛନ୍ତି ବୋଲି ସୂଚନା ଦେଇ ସେ ବଡଦାଣ୍ଡ ବ୍ୟତୀତ କୋଣାର୍କଠାରୁ ସାତପଡା ଏବଂ ଭୁବନେଶ୍ୱରଠାରୁ ପୁରୀ ପର୍ଯ୍ୟନ୍ତ ୱାଇଫାଇ ସେବା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପର୍ଯ୍ୟଟନରବିକାଶ ଦୃଷ୍ଟିରୁ ଓଡିଶାରେ ଏହି ସେବାକୁ ବ୍ୟାପକ କରିବାକୁ ରାଜ୍ୟଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଗୁରୁତ୍ୱାରୋପ କରିଥିଲେ । ସାଂସଦ ପିନାକୀ ମିଶ୍ର ବେଳାଭୂମି ଅଞ୍ଚଳରେ ୱାଇଫାଇ ସେବାର ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆମ ସଂସ୍କୃତି ଓ ଧର୍ମର ସୁରକ୍ଷା ଲାଗି ଖରାପ ଚିତ୍ରକୁ ଯେଭଳି ସିଲ୍ କରିଦେଇହେବ ସେଭଳି ବ୍ୟବସ୍ଥା କରାଯିବା ଦରକାର ବୋଲି ନବକଳେବର ଭିତ୍ତିଭୂମି ଉନ୍ନୟନ ତଦାରଖ କମିଟିର ଅଧ୍ୟକ୍ଷ ମହେଶ୍ୱର ମହାନ୍ତି କହିଥିଲେ । ବିଏସ୍ଏନଏଲର ସିଏମଡି ଅନୁପମ ଶ୍ରୀବାସ୍ତବ କହିଥିଲେ ଯେ ଭାରତ ବର୍ଷର କେରଳ, ଉତ୍ତରପ୍ରଦେଶ ଏବଂ ଓଡିଶାରେ ବିଏସଏନଏଲ ଲାଭ କରିଛି । ସମାରୋହରେ ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧର୍ନ ସିଂଦେଓ ଏଥିରେ ଯୋଗଦେଇଥିଲୋ ଏଥିରେ ଅଧ୍ୟକ୍ଷତା କରି ବିଏସ୍ଏନଏଲ ଓଡିଶା ପରିମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ବିଜୟାନନ୍ଦ ମିଶ୍ର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିଲେ । ବିଏସଏନଏଲ ନିର୍ଦ୍ଧେଶକ ଏନ କେ ଗୁପ୍ତା ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥିମାନଙ୍କୁ ବିଏସ୍ଏନଏଲ ପକ୍ଷରୁ ମୁମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ୟୁ ଏନ ପଣ୍ଡା ଶେଷରେ ଧନ୍ୟବାଦ ଦେଇଥିଲୋ

ସେଆର କରନ୍ତୁ:



Powered by odothemes.com