GHARA-PODI--photo-7

ସର୍ଟସର୍କିଟ୍ରେ ଦୁଇ ବଖରା ଜଳିଗଲା

12

କୁଆଖିଆ(ଆପ୍ର): ରସୁଲପୁର ବ୍ଲକ୍ ବାରବାଟୀ ପଞ୍ଚାୟତ ବେତଣ୍ଡା ସବର ସାହିରେ କୃଷ୍ଣ ମହାକୁଡ଼ଙ୍କ ଘରେ ସର୍ଟସର୍କିଟ୍ ଘଟି ତାଙ୍କର ଦୁଇ ବଖରା ଘର ପୋଡ଼ି ଯାଇଛି । କୃଷ୍ଣଙ୍କ ବଡ଼ପୁଅ ଶରତ ଓ ସାନପୁଅ ଶତୃଘନ ନିଆଁ ଲିଭାଉଥିବା ବେଳେ ତାଙ୍କର ହାତ ପୋଡ଼ିଯାଇଛି । ସେହିପରି ଏହି ଅଗ୍ନିକାଣ୍ଡରେ ଗୋରୁମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ରସୁଲପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚô ନିଅାଁକୁ ଆୟତ କରିଥିଲେ । ଏହି ଅଗ୍ନୀ କାଣ୍ଡରେ କୃଷ୍ଣଙ୍କର ଆନୁମାନିକ ୪୦ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

ସେଆର କରନ୍ତୁ:



Powered by odothemes.com