11-12-2018=1

୧୧୪ ପଞ୍ଚାୟତ ଲାଗି ୨୩.୭୨ କୋଟି ମଞ୍ଜୁର

18

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ
ଭୁବନେଶ୍ୱର(ବୁ୍ୟରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଜିଲ୍ଲାର ୫ଟି ବ୍ଲକ୍ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଏସ୍. ରାମପୁର, କଟକ ଜିଲ୍ଲାର ନରସିଂହପୁର, କୋରାପୁଟ ଜିଲ୍ଲାର କୁନ୍ଦ୍ରା, ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଥିବା ଜଣାଯାଇଛି ।ଆଜି ମୁଖ୍ୟମନ୍ତ୍ରୀ କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୫.୫୦କୋଟି ଟଙ୍କାରେ ୨୪୦ଟି ପ୍ରକଳ୍ପ, ଏମ.ରାମପୁର ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୩.୮୦ କୋଟି ଟଙ୍କାରେ ୧୩୬ଟି ପ୍ରକଳ୍ପ, ନରସିଂହପୁର ବ୍ଲକର ୩୭ଟି ପଞ୍ଚାୟତ ପାଇଁ ୫.୯୬ କୋଟିରେ ୩୨୦ଟି ପ୍ରକଳ୍ପ, କୁନ୍ଦ୍ରା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪.୯୦କୋଟି ଟଙ୍କାରେ ୨୧୫ଟି ପ୍ରକଳ୍ପ, ଶୁଳିଆପଦା ବ୍ଲକର ୧୬ ପଞ୍ଚାୟତ ପାଇଁ ୩.୬୦ କୋଟି ଟଙ୍କାରେ ୧୩୪ ପ୍ରକଳ୍ପ ମଞ୍ଜୁର କରିଥିଲେ । ୫ ବ୍ଲକର ୧୧୪ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୩.୭୨ କୋଟି ଟଙ୍କାରେ ୧୦୪୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୬୦ଟି ବ୍ଲକ୍ର ୫୬୫୨ଟି ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏ ପର୍ଯ୍ୟନ୍ତ ୫୨,୨୭୪ଟି ପ୍ରକଳ୍ପ ପାଇଁ ୧୨୮୪.୯୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାଯାଇଛି । ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନୁଷ୍ଠାନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com