ଏଏଚ୍ଆର୍ସିସିରେ ବଢ଼ିବ ଶଯ୍ୟା

Acharya Harihara Regional Cancer Centar Thare Governing Meeting (1)

ସାଧାରଣ ପରିଷଦ ବୈଠକ
କଟକ, ୭ା୭(ବୁ୍ୟରୋ): ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଆଜି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରର ସୁବିଧା ଓ ଅସୁବିଧା ସମ୍ପର୍କରେ ବିଶଦ୍ ଭାବେ ଆଲୋଚନା ହୋଇଥିଲା । ଏହି କେନ୍ଦ୍ରରେ ୨୮୧ ଶଯ୍ୟା ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ୫୦୦ କରାଯିବାକୁ ନିଷ୍ପତ୍ତି ହୋଇଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଣୁ ଏହି କେନ୍ଦ୍ରର ପରିବୃଦ୍ଧି ପାଇଁ ବାରଙ୍ଗରେ ଦ୍ୱିତୀୟ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ବାରଙ୍ଗରେ ୨୦ ଏକର ଜମି ଯୋଗାଇ ଦେବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ଦୈନିକ ଶହଶହ ରୋଗୀ ଆସୁଥିବାବେଳେ ନୂତନ ଯନ୍ତ୍ରପାତିର ଅଭାବ ରହିଛି । ଅତ୍ୟାଧୁନିକ ଯନ୍ତ୍ରପାତି ସିମୁଲେଟର ଆଦି ମେସିନ୍ ବସାଇବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା । ଅନ୍ୟପକ୍ଷରେ ଏହି ମେଡ଼ିକାଲରେ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା, ୨୪ ଘଣ୍ଟିଆ ଆଶୁଚିକିତ୍ସା ବ୍ୟବସ୍ଥା ସହ ଆଇସିୟୁ ବ୍ୟବସ୍ଥାର ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।