2

ଖଳାରେ ନିଆଁ ଲାଗି ୪୧ ଏକର ଧାନ ପାଉଁଶ

8

ରାଇଘର(ଆପ୍ର): ନବରଙ୍ଗପୁର ରାଇଘର ବ୍ଲକ୍ କୁମୁଲି ଗ୍ରାମ ପଞ୍ଚାୟତର ଲାଲପାରା ଗ୍ରାମରେ ଧାନ ଖଳାରେ ନିଆଁ ଲାଗି ୪୧ଏକର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।
ଖବରରୁ ପ୍ରକାଶ ଯେ, ଲାଲପରା ଗ୍ରାମର ଖେଳ ପଡିଆ ଠାରେ ଗ୍ରାମର ପଞ୍ଚୁ ଗଣ୍ଡ ଙ୍କ ୬ ଏକର, ପାକଲୁ ଗଣ୍ଡଙ୍କ ୧୨ ଏକର, ପର୍ଶୁରାମ ଗଣ୍ଡଙ୍କ ୨ଏକର, ଲଛମନ ଗଣ୍ଡ ଙ୍କ ୭ ଏକର ଚରଣସିଂ ଗଣ୍ଡଙ୍କ ୬ ଏକର ଓ ଦୟାରାମ ଗଣ୍ଡଙ୍କ ୬ ଏକର ମୋଟ ୪୧ ଏକର ଧାନ ୨୫ ଗୋଟି ଖଳା ପଡିଆରେ ଏକାଠି ରଖିଥିଲେ । ଗୁରୁବାର ହଟାତ ଧାନଖଳା ନିକଟରେ କୌଣସି କାରଣରୁ ନିଆଁ ଲାଗିଥିବା ଦେଖି ସଂପୃକ୍ତ ଚାଷୀଙ୍କୁ ଖବର ଦେଇଥିଲେ । କମ୍ ସମୟ ମଧ୍ୟରେ ନିଆଁ ଚାରିଆଡେ ବ୍ୟାପି ଯାଇଥିବା ବେଳେ ରାଇଘର ଦମକଳ ବାହିନୀକୁ ଖବର ଦେଇଥିଲେ । ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ୪୧ ଏକର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ ଧାନ ଚାଷ ମରୁଡି ପରିସ୍ଥିତି ସତ୍ତ୍ୱେ୍ୱ ଚାଷୀ ଯାହା ଅମଳ କରିଥିଲେ ବର୍ତ୍ତମାନ ନିଆଁ ଲାଗିଯିବା ପରେ ସର୍ବହରା ହୋଇ ପଡିଛନ୍ତି । ଅପରପକ୍ଷେ ନିଆଁ କିଭଳି ଲାଗିଲା ସେ ନେଇ କାରଣ ସ୍ପଷ୍ଟ ଜଣାପଡି ନାହିଁ । କୃଷି ବିଭାଗ ଅଧିକାରୀ ସନ୍ତୋଷ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କଲାପରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ।
ତେବେ ଜିଲ୍ଲା ପ୍ରସାଶନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ କ୍ଷତିପୁରଣ ଦେବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com