bjd

ବିଜେଡିରେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ

10

ଭୁବନେଶ୍ୱର(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମୋହନାର ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ ଏବଂ ୨୦୦ରୁ ଊଦ୍ଧ୍ୱର୍ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଯାହାଫଳରେ ଗଜପତି ଜିଲ୍ଲା କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ଶ୍ରୀ ପାଇକ ରାମଗିରି ଓ ମୋହନା ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ଶ୍ରୀ ପାଇକ ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରି କହିଥିଲେ ଯେ ଆଜି ପୂର୍ବତନ ବିଧାୟକ ଓ ସମର୍ଥକମାନେ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଗଜପତି ଜିଲ୍ଲା ସହ ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧିରେ ସହାୟକ ହେବ । ବିଜେଡିରେ ମିଶିବା ପରେ ଶ୍ରୀ ପାଇକ କହିଥିଲେ, ମୁଁ ଦୀର୍ଘଦିନ ଧରି ବିଜୁବାବୁଙ୍କ ସହିତ ଥିଲି । ବିଜୁବାବୁଙ୍କ ଦଳ ଉକ୍ରଳ କଂଗ୍ରେସରେ ରହି ୧୯୭୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲି । ତେଣୁ ଆଜି ବିଜେଡିରେ ଯୋଗଦେବା ଫଳରେ ମୋର ଘର ବାହୁଡ଼ା ହୋଇଛି । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ମୁଁ ନିଷ୍ଠାର ସହିତ କାର୍ଯ୍ୟ କରିବି । ଏହି ଅବସରରେ ବିଧାୟିକା ବାସନ୍ତୀ ମଲ୍ଲିକ, ଗଞ୍ଜାମ ଜିଲ୍ଲା ସଭାପତି ତଥା ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com